'ଟିଏମସିର 'ଗଦ୍ଦାର'ଙ୍କ ସହାୟତାରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି'
Advertisement
Article Detail0/zeeodisha/odisha842896

'ଟିଏମସିର 'ଗଦ୍ଦାର'ଙ୍କ ସହାୟତାରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି'

ବିଜେପି ଯାଇଥିବା ରାଜ୍ୟର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ଜଙ୍ଗଲ ସହାୟକ ନିଯୁକ୍ତିରେ ବଡ଼ ଦୁର୍ନୀତି ହୋଇଛି । ଏଭଳି ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି । ନିର୍ବାଚନ ପରେ ସେମାନଙ୍କ ଦୋକାନ ବନ୍ଦ ହୋଇଯିବ ।

'ଟିଏମସିର 'ଗଦ୍ଦାର'ଙ୍କ ସହାୟତାରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି'

କୋଲକାତା: West Bengal Assembly Polls 2021: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହାସହ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ଏହି କ୍ରମରେ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଭାରତୀୟ ଜନତା ପାର୍ଟି (BJP) ଉପରେ କଡ଼ା ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ, "ବିଜେପି ଟିଏମସିର କିଛି ବିଶ୍ୱାସଘାତକ (ଗଦ୍ଦାର) ଙ୍କ ସହ ମିଶି ବଙ୍ଗଳା ଜିତିବାର ସୂତ୍ର ବ୍ୟବହାର କରୁଛି ।"

ଅଧିକ ପଢ଼ନ୍ତୁ:-ଏହି ୬ଟି କାରଣରୁ ଏଥର ହାରିପାରନ୍ତି ମମତା ବାନାର୍ଜୀ

ମମତା ଆହୁରି କହିଛନ୍ତି ଯେ, "ଯେଉଁମାନେ ବିଜେପିରେ ଯୋଗ ଦେଉଛନ୍ତି ସେମାନେ ମନେ ରଖିବା ଉଚିତ୍ ଯେ ସେମାନେ ଏକ ଦଙ୍ଗାକାରୀ ଦଳକୁ ଯାଉଛନ୍ତି । ମୁଁ କହିବାକୁ ଚାହେଁ ଯେ ଏମାନେ ସମସ୍ତେ ବେଆଇନ ଭାବେ ଆୟ କରିଥିବା ଟଙ୍କାକୁ ଓ ନିଜକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।" 

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ଅନ୍ୟପକ୍ଷରେ ନିକଟରେ ବିଜେପି ଯାଇଥିବା ରାଜ୍ୟର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ଜଙ୍ଗଲ ସହାୟକ ନିଯୁକ୍ତିରେ ବଡ଼ ଦୁର୍ନୀତି ହୋଇଛି । ଏଭଳି ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି । ନିର୍ବାଚନ ପରେ ସେମାନଙ୍କ ଦୋକାନ ବନ୍ଦ ହୋଇଯିବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ ହେଲା ଚାଷୀଙ୍କ ଋଣ

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ୍ ବିକ୍ରି କରୁଛି ବୋଲି ମମତା ଦାବି କରିଛନ୍ତି । ସେ କହିଛନ୍ତି ଯେ ବିଜେପି ତାଙ୍କ ଦଳର ଦାଗୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରାଇ ୱାଶିଂ ମେସିନ୍ ପରି ସେମାନଙ୍କର ଦାଗ ଧୋଉଛି । ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଚାଲିଯାଆନ୍ତୁ,  ଦ୍ୱାର ଖୋଲା ଅଛି । ଯେଉଁମାନେ ଦଳରେ ଅଛନ୍ତି, ସେମାନେ ଶୃଙ୍ଖଳିତ ଭାବେ ଲଢିବେ ଏବଂ ଯେଉଁମାନେ ଦଳ ଛାଡିବେ ସେମାନଙ୍କୁ ପରାସ୍ତ କରାଯିବ । ବିଜେପି ଲୋଭୀ ଓ ଭୋଗୀଙ୍କୁ କିଣିପାରିବ, କିନ୍ତୁ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ନୁହେଁ ।

ଅଧିକ ପଢ଼ନ୍ତୁ:-ଅନଲାଇନରେ ରେଳ ଟିକେଟ ବୁକିଂ କଲେ ମିଳୁଛି ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏହିପରି ଆପଣ ପାଇପାରିବେ ଲାଭ

ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ଅନେକ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହେଉଥିଲା । କିନ୍ତୁ କେନ୍ଦ୍ର ସରକାର ଟ୍ରେନ୍ ଭଡା କାହାକୁ ଦେଇନାହାଁନ୍ତି । କିନ୍ତୁ କିଛି ଚୋରଙ୍କୁ ଉଡ଼ାଇ ଦିଲ୍ଲୀ ନେବା ପାଇଁ ସେମାନଙ୍କ ପାଖରେ ବହୁତ ଟଙ୍କା ଥିଲା ।