ଏଠାରେ କହି ରଖୁଛୁ ଯେ, ଗତ ମାସରେ ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଏଥି ସହିତ ଫେବୃଆରୀ ଓ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: LPG Gas Cylinder Price Today: ଆଜି ଅର୍ଥାତ ମେ ୧ରେ ସବସିଡି ବିନା ଘରୋଇ ଏଲପିଜି ସିଲିଣ୍ଡର (LPG gas Cylinder) ର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାସରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଆଜି ମଧ୍ୟ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଯଦି ପାନ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍
ସେହିପରି ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୮ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ଗତ ମାସରେ ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଏଥି ସହିତ ଫେବୃଆରୀ ଓ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-କୋରୋନାର ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଦିନକରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ, ୩୫୨୩ ମୃତ
ମାସ ଦିଲ୍ଲୀ କୋଲକାତା ମୁମ୍ବାଇ ଚେନ୍ନାଇ
ମେ ୧ ୮୧୯ ୮୪୫.୫ ୮୧୯ ୮୩୫
ଏପ୍ରିଲ ୧ ୮୧୯ ୮୪୫.୫ ୮୧୯ ୮୩୫
ମାର୍ଚ୍ଚ ୧ ୮୧୯ ୮୪୫.୫ ୮୧୯ ୮୩୫
ଫେବୃଆରୀ ୨୫ ୭୯୪ ୮୨୦.୫ ୭୯୪ ୮୧୦
ଫେବୃଆରୀ ୧୫ ୭୬୯ ୭୯୫.୫ ୭୬୯ ୭୮୫
ଫେବୃଆରୀ ୪ ୭୧୯ ୭୪୫.୫ ୭୧୯ ୭୩୫
ଜାନୁଆରୀ ୧ ୬୯୪ ୭୨୦.୫ ୬୯୪ ୭୧୦