ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha866167

ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ

LPG Subsidy: ଆପଣ ସବସିଡି ପାଉଛନ୍ତି କି ନାହିଁ, ଥରେ ନିଶ୍ଚୟ ଯାଞ୍ଚ କରି ନିଅନ୍ତୁ । ଯଦି ଆପଣ ଏଲପିଜି ଉପରେ ସବସିଡି ପାଉନାହାଁନ୍ତି, ତେବେ ଏହାର ଗୋଟିଏ କାରଣ ହେଉଛି, ଆପଣଙ୍କୁ ଆପଣଙ୍କ ଆଧାର (Aadhaar) କୁ ଲିଙ୍କ୍ କରିବାକୁ ପଡିବ । 

ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: LPG Subsidy: ୭ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ଦ୍ୱିଗୁଣ ହୋଇସାରିଛି । କିନ୍ତୁ ଏଲପିଜିର ବ୍ୟବହାର ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଛି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ LPG ସିଲିଣ୍ଡର ବ୍ୟବହାର କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆମେ ଆପଣଙ୍କୁ କହି ରଖୁଛୁ ଯେ ଏଲପିଜି କ୍ରୟ ଉପରେ ସରକାର ଲୋକଙ୍କୁ ସବସିଡି ଦିଅନ୍ତି, ଯାହା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟ୍ରାନ୍ସଫର   କରାଯାଇଥାଏ ।

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

ଆପଣ ସବସିଡି ପାଉଛନ୍ତି କି ନାହିଁ, ଥରେ ନିଶ୍ଚୟ ଯାଞ୍ଚ କରି ନିଅନ୍ତୁ । ଯଦି ଆପଣ ଏଲପିଜି ଉପରେ ସବସିଡି ପାଉନାହାଁନ୍ତି, ତେବେ ଏହାର ଗୋଟିଏ କାରଣ ହେଉଛି, ଆପଣଙ୍କୁ ଆପଣଙ୍କ ଆଧାର (Aadhaar) କୁ ଲିଙ୍କ୍ କରିବାକୁ ପଡିବ । ରାଜ୍ୟଗୁଡିକରେ ଏଲପିଜି ସବସିଡି ଅଲଗା ଅଲଗା ଭାବରେ ସ୍ଥିର ହୋଇଥାଏ । ଯେଉଁମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ସବସିଡି ଦିଆଯାଉ ନାହିଁ । ଏହି ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ରୋଜଗାର ସହିତ ମିଳିତ ହୋଇଛି ।

ଅଧିକ ପଢ଼ନ୍ତୁ:-ରେଲୱେ ବଢ଼ାଇଲା ହୋଲି ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା, ୪୦ରୁ ଅଧିକ ଷ୍ଟେସନର ଯାତ୍ରୀଙ୍କୁ ହେବ ସୁବିଧା

ଯଦି ଆପଣ ଆପଣଙ୍କର ଆଧାରକୁ LPG ସଂଯୋଗ ସହିତ ଲିଙ୍କ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଏହି କାର୍ଯ୍ୟଗୁଡ଼ିକୁ ଘରେ ଅନଲାଇନରେ କରିପାରିବେ । ଏହା ଦ୍ୱାରା ଯଦି ଆପଣଙ୍କର ସବସିଡି ବନ୍ଦ ହୋଇଯାଇଥାଏ ତେବେ ଆପଣଙ୍କୁ ପୁନର୍ବାର ଏହା ମିଳିବା ଆରମ୍ଭ ହୋଇଯିବ । ଏପରି ଅନେକ ଉପାୟ ଅଛି ଯାହା ମାଧ୍ୟମରେ ଆପଣ ଆଧାର ଓ LPG ସଂଯୋଗକୁ ଲିଙ୍କ୍ କରିପାରିବେ । ଆପଣ କଲ୍ କରି IVRS ମାଧ୍ୟମରେ ଏବଂ SMS ମାଧ୍ୟମରେ ମଧ୍ୟ ଏହା କରିପାରିବେ ।

ଆଧାର କାର୍ଡ (Aadhaar) ମାଧ୍ୟମରେ ପାଆନ୍ତୁ LPG ସବସିଡି 

ସର୍ବପ୍ରଥମେ ଆକାଉଣ୍ଟରେ ଟଙ୍କା ଆସୁଛି କି ନାହିଁ ଯାଞ୍ଚ କରନ୍ତୁ ।

୧. ସର୍ବପ୍ରଥମେ ଇଣ୍ଡେନର ଅଫିସିଆଲ୍ ୱେବସାଇଟ୍ http://mylpg.in/hindi/index.aspx ଭିଜିଟ କରନ୍ତୁ ।

୨. ହୋମ ପେଜରେ ଦେଖାଯାଉଥିବା LPG ସିଲିଣ୍ଡରର ଚିତ୍ର ଉପରେ କ୍ଲିକ୍ କରନ୍ତୁ ।

୩. ଆପଣଙ୍କ ସାମ୍ନାରେ ଏକ Complaint Box ଖୋଲିବ, ଏଥିରେ  Subsidy Status ଲେଖନ୍ତୁ ଏବଂ  Proceed କ୍ଲିକ୍ କରନ୍ତୁ ।

୪. ଏହା ପରେ Subsidy Related (PAHAL) ର ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୫. ସ୍କ୍ରୋଲିଂ କରିବା ପରେ  Sub Category ରେ କିଛି ନୂତନ ବିକଳ୍ପ ଖୋଲିବ ।

୬. ସେଥିରେ ଗ୍ରାହକଙ୍କୁ Subsidy Not Received ଉପରେ କ୍ଲିକ୍ କରିବାକୁ ପଡିବ ।

୭. କ୍ଲିକ୍ କରିବା ପରେ ଏହା ଉପରେ ଏକ ପେଜ୍ ଖୋଲିବ ତାହା ଉପରେ Subsidy Status Check କରିବା ପାଇଁ ୨ଟି ଅପ୍ସନ୍ ଦେଖାଯିବ ।

୮. ପ୍ରଥମ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଦ୍ୱିତୀୟ LPG ID ।

୯. ଯଦି ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନାହିଁ, ତେବେ ID ର ଏକ ବିକଳ୍ପ ଦେଖାଯିବ ।

୧୦. ଆପଣଙ୍କୁ ସେହି ସ୍ଥାନରେ ଗ୍ୟାସ ସଂଯୋଗର ID ଦାଖଲ କରିବାକୁ ପଡିବ । ଏହାପରେ ତାହାକୁ Submit କରିଦିଅନ୍ତୁ । ଏହା ପରେ ସବସିଡି ସହ ଜଡିତ ସମସ୍ତ ସୂଚନା ସାମ୍ନାକୁ ଆସିବ ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ରାଜ୍ୟ

ଆଧାର କାର୍ଡ ବିନା ପାଆନ୍ତୁ LPG ସବସିଡି 

୧. ଏଥିପାଇଁ ଆପଣ ପ୍ରଥମେ mylpg.in କୁ ଲଗ୍ ଇନ୍ କରିବା ଜରୁରୀ ।

୨. ଏହା ପରେ ଆପଣଙ୍କୁ ଆପଣଙ୍କର LPG ସର୍ଭିସ ପ୍ରୋଭାଇଡରକୁ ବାଛିବାକୁ ପଡିବ ।

୩. ବର୍ତ୍ତମାନ ଆପଣଙ୍କୁ Join DBT ରେ କ୍ଲିକ୍ କରିବାକୁ ପଡିବ ।

୪. ବର୍ତ୍ତମାନ ଏଠାରେ ଆପଣଙ୍କୁ ଦେଖାଯାଇଥିବା ଅନେକ ବିକଳ୍ପରେ, ଆପଣଙ୍କୁ ‘If you do not have Aadhaar Number Click here to join DBTL’  ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।