ବିହାରର 'ଚାରା ଦୁର୍ନୀତି' ପରି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ବଡ଼ 'ରାସନ ଦୁର୍ନୀତି', ବାଇକକୁ କୁହାଯାଇଛି ଟ୍ରକ୍
Advertisement
Article Detail0/zeeodisha/odisha1336896

ବିହାରର 'ଚାରା ଦୁର୍ନୀତି' ପରି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ବଡ଼ 'ରାସନ ଦୁର୍ନୀତି', ବାଇକକୁ କୁହାଯାଇଛି ଟ୍ରକ୍

Madhya Pradesh Food Scam: ଅନିୟମିତତା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ମଧ୍ୟରାତ୍ରିରେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହା କିରାଣୀ ତ୍ରୁଟିକୁ ଦାୟୀ କରିଛି ଓ କହିଛି ଯେ ସିଏମଙ୍କ ନିର୍ଦ୍ଦେଶରେ ସଂଶୋଧନ ପଦକ୍ଷେପ ନିଆଯାଇଛି । ସେପଟେ ଟିଏଚଆର ଅଧୀନରେ ୬ରୁ ୩୬ ମାସର ଶିଶୁ ଓ ଗର୍ଭବତୀ / ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଏ 

ବିହାରର 'ଚାରା ଦୁର୍ନୀତି' ପରି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ବଡ଼ 'ରାସନ ଦୁର୍ନୀତି', ବାଇକକୁ କୁହାଯାଇଛି ଟ୍ରକ୍

ଭୋପାଳ: Madhya Pradesh Food Scam: ମଧ୍ୟ ପ୍ରଦେଶରେ (MP Take Home Ration Scam) ରେ ପିଲାମାନଙ୍କୁ ମାଗଣାରେ ଦିଆଯାଇଥିବା ଖାଦ୍ୟ ଯୋଜନାରେ ଏକ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି । ମଧ୍ୟ ପ୍ରଦେଶର ଅକାଉଣ୍ଟାଣ୍ଟ ଜେନେରାଲ (Madhya Pradesh Accountant General) ଙ୍କ ଅଡିଟ୍ ରିପୋର୍ଟରେ ଏହାର ଖୁଲାସା ହୋଇଛି । ଅଡିଟରୁ ଜଣାପଡିଛି ଯେ ହିତାଧିକାରୀଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଥିଲା । ସ୍କୁଟର, ବାଇକ୍ ଏବଂ ଅଟୋକୁ ଟ୍ରକ୍ ଭାବରେ ତାଲିକାଭୁକ୍ତ କରାଯାଇଛି, ଯେଉଁଥିରୁ ସାମଗ୍ରୀ ପରିବହନ କରାଯାଇଛି । ବିହାରର ଚାରା ଦୁର୍ନୀତି ପରି ଏଠାରେ ମଧ୍ୟ ସମାନ ଘଟଣା ଘଟିଛି । ଏକ ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ହୋଇଥିବା ଏହି ଦୁର୍ନୀତିକୁ ଯାଞ୍ଚ କରିବାକୁ ଏଜି (MP AG) ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କୁ କହିଛନ୍ତି । ଏହା ସହିତ ଅଧିକାରୀଙ୍କ ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି । ଏଜି ରିପୋର୍ଟରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଏହି ଅନିୟମିତତା ଘଟିଛି । ଏହି ବିଭାଗ ମୁଖ୍ୟମନ୍ତ୍ରୀ (Madhya Pradesh CM) ଶିବରାଜ ସିଂ ଚୌହାନ (Shivraj Singh Chouhan) ଙ୍କ ଅଧୀନରେ ଅଛି ।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଟ୍ରକ୍ ବଦଳରେ ବାଇକ୍ ଓ ସ୍କୁଟରର ନମ୍ୱର ଲେଖାଯାଇଛି । ଏହା ସହିତ ଏହି ଯୋଜନାଗୁଡିକର ଲାଭ ପାଇବାକୁ ହିତାଧିକାରୀଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି । ଅଡିଟ୍ ରିପୋର୍ଟରେ ହିତାଧିକାରୀଙ୍କ ଚିହ୍ନଟ, ଉତ୍ପାଦନ, ପରିବହନ ବଣ୍ଟନ ଏବଂ ଟେକ୍-ହୋମ୍ ରାସନର ଗୁଣବତ୍ତା ନିୟନ୍ତ୍ରଣରେ ବ୍ୟାପକ ଅନିୟମିତତା ହୋଇଛି ବୋଲି କୁହାଯାଇଛି । ଅନିୟମିତତା ପରେ ଏକ ଆଇଟି ସିଷ୍ଟମ ବିକଶିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ଏଜି ଉନ୍ନତ ମନିଟରିଂ ପାଇଁ ପରାମର୍ଶ ଦେଇଛି ।

ଅନିୟମିତତା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ମଧ୍ୟରାତ୍ରିରେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହା କିରାଣୀ ତ୍ରୁଟିକୁ ଦାୟୀ କରିଛି ଓ କହିଛି ଯେ ସିଏମଙ୍କ ନିର୍ଦ୍ଦେଶରେ ସଂଶୋଧନ ପଦକ୍ଷେପ ନିଆଯାଇଛି । ସେପଟେ ଟିଏଚଆର ଅଧୀନରେ ୬ରୁ ୩୬ ମାସର ଶିଶୁ ଓ ଗର୍ଭବତୀ / ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଏ । ଏଜି ରିପୋର୍ଟ ଅନୁଯାୟୀ ସରକାର ୨୦୧୮-୨୦୨୧ ସୁଦ୍ଧା ସମସ୍ତ ବର୍ଗର ୧.୩୪ କୋଟି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ୪.୦୫ ମେଟ୍ରିକ୍ ଟନ୍ THR (ଟେକ୍ ହୋମ୍ ରାସନ୍) କ୍ରୟ ପାଇଁ ୨,୩୯୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା

ଏହା ବି ପଢ଼ନ୍ତୁ:-ଗେରୁଆ ଦଳକୁ ମାତ୍ ଦେବା ପାଇଁ ହେମନ୍ତ ସରକାର ପ୍ରସ୍ତୁତ, ଜାଣନ୍ତୁ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶ୍ୟକତା

ଏହା ବି ପଢ଼ନ୍ତୁ:-ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!

ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ ମସିହାରେ ସ୍କୁଲ ଶିକ୍ଷା ବିଭାଗ କିଶୋର ବାଳିକାଙ୍କ ସଂଖ୍ୟା ୯,୦୦୦ ହେବାର ଆକଳନ କରିଥିଲା । କିନ୍ତୁ ମହିଳା ଓ ଶିଶୁ ବିକାଶ ବିଭାଗ କୌଣସି ଆଧାରଭୂତ ସର୍ବେକ୍ଷଣ ନକରି ସେମାନଙ୍କ ସଂଖ୍ୟା ୩୬.୦୮ ଲକ୍ଷ ବୋଲି ଆକଳନ କରିଥିଲେ । ଅଡିଟରେ ୨୦୧୮-୨୧ ମଧ୍ୟରେ ଡାଟା ଅନିୟମିତତାର ସ୍ପଷ୍ଟ ସଙ୍କେତ ମିଳିଛି, ଯାହା ୧୧୦.୮୩ କୋଟି ଟଙ୍କା THR ର ନକଲି ବଣ୍ଟନ ହୋଇଛି । ଏହା ସହିତ ଏଜିର ଅଡିଟରେ ୮୨୧.୮ ମେଟ୍ରିକ ଟନ୍ ଟିଏଚଆରର ନକଲି ଯୋଗାଣର ମଧ୍ୟ ସନ୍ଦେହ କରାଯାଇଛି, ଯାହାର ମୂଲ୍ୟ ୪.୯୫ କୋଟି ଟଙ୍କା । ଏହାସହ ୨.୯୬ କୋଟି ଟଙ୍କା ମୂଲ୍ୟର ୪୭୯.୪ ମେଟ୍ରିକ୍ ଟନ THR ସେହି ଟ୍ରକଗୁଡ଼ିକରେ ପରିବହନ କରାଯାଇଛି, ଯାହାର କୌଣସି ଅସ୍ଥିତ୍ୱ ହିଁ ନାହିଁ ।