ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା, ନାଗପୁରରେ ପୁଣି ଲାଗିଲା ଲକଡାଉନ୍
Advertisement
Article Detail0/zeeodisha/odisha863763

ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା, ନାଗପୁରରେ ପୁଣି ଲାଗିଲା ଲକଡାଉନ୍

ମହାରାଷ୍ଟ୍ରରେ ବଢୁଥିବା କୋରୋନା (Coronavirus) ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର (Uddav Govt) ନାଗପୁର (Nagpur) ରେ ସମ୍ପୂର୍ଣ୍ଣ ଲକଡାଉନ୍ (Lockdown) କରିଦେଇଛନ୍ତି ।

ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା, ନାଗପୁରରେ ପୁଣି ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢୁଥିବା କୋରୋନା (Coronavirus) ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର (Uddav Govt) ନାଗପୁର (Nagpur) ରେ ସମ୍ପୂର୍ଣ୍ଣ ଲକଡାଉନ୍ (Lockdown) କରିଦେଇଛନ୍ତି । ଗୁରୁବାର ନାଗପୁରର ପାଲକ (ପ୍ରଭାରୀ)) ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ, ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସହର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଅର୍ଥାତ୍ କାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ, କେବଳ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦୋକାନଗୁଡ଼ିକ ଖୋଲା ରହିବ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ସୂଚନାଯୋଗ୍ୟ, ବୁଧବାର ନାଗପୁରରେ ୧୭୧୦ ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିଲା । ୧୭୩ ଦିନ ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାର ଏହା ହେଉଛି ରେକର୍ଡ । ନାଗପୁର ମ୍ୟୁନିସିପାଲିଟି କର୍ପୋରେସନ ବୁଧବାର କହିଛି ଯେ, କୋରୋନାର ନୂଆ ମାମଲା ମହିଳା ଓ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ମିଳୁଛି । ନଗର ନିଗମ ପ୍ରଶାସନ କହିଛି ଯେ ଲୋକମାନେ କୋରୋନାକୁ ହାଲୁକା ଭାବେ ନେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଏଠାରେ କହି ରଖୁଛୁ ଯେ, ଗତ ପାଞ୍ଚ ମାସ ପରେ ବୁଧବାର ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ରେକର୍ଡ ହୋଇଛି । ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ୫୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୫୨,୬୧୦କୁ ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର ୮ରେ ରାଜ୍ୟରେ ୧୩,୩୯୫ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ସଂକ୍ରମଣର ଦୈନିକ ମାମଲାରେ ହ୍ରାସ ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ପୁଣି ଲାଗିବାକୁ ଯାଉଛି ଲକଡାଉନ୍? ସିଏମ୍ ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ

ଏହା ବ୍ୟତୀତ ମହାରାଷ୍ଟ୍ରରେ ବୁଧବାର ୯,୯୧୩ ସଂକ୍ରମିତ ସୁସ୍ଥ ହେବା ପରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨୦,୯୯,୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୯.୦୦୮ ରହିଛି । ମୁମ୍ବାଇରେ କୋଭିଡ-19 ରୋଗୀଙ୍କ ସଂଖ୍ୟା ୩,୩୭,୧୩୪କୁ ବୃଦ୍ଧି ପାଇଛି। ଏହାସହ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୧,୫୧୫ରେ ପହଞ୍ଚିଛି ।