ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ କରୁଛନ୍ତି ମୋଦି ସରକାର, ନିଅଣ୍ଟ ଆକାଶଛୁଆଁ
Advertisement
Article Detail0/zeeodisha/odisha739013

ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ କରୁଛନ୍ତି ମୋଦି ସରକାର, ନିଅଣ୍ଟ ଆକାଶଛୁଆଁ

କୋରୋନା ଭାଇରସ(Coronavirus) ମହାମାରୀର ପରିସ୍ଥିତି ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆକଳନଗୁଡ଼ିକର ସଂଶୋଧିତ କରିବାକୁ ପଡିବ । କୋରାନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାପରେ ବହୁ ବାଧା ସୃଷ୍ଟି କରିଥିଲା ​। 

ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ କରୁଛନ୍ତି ମୋଦି ସରକାର, ନିଅଣ୍ଟ ଆକାଶଛୁଆଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ (Fiscal Deficit) ଲକଡାଉନ୍ କାରଣରୁ ଦୁର୍ବଳ ରାଜସ୍ୱ ସଂଗ୍ରହ ହେତୁ ଆର୍ଥିକ ବର୍ଷର ପ୍ରଥମ ଚାରିମାସ (ଏପ୍ରିଲ-ଜୁଲାଇ)ରେ ହିଁ ସମଗ୍ର ବର୍ଷର ବଜେଟ୍ ଆକଳନ ଅତିକ୍ରମ କରିସାରିଛି । ମହାଲେଖା ନିୟନ୍ତ୍ରକ (CGA) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଆର୍ଥିକ ନିଅଣ୍ଟ ଏହାର ବାର୍ଷିକ ଆକଳନ ତୁଳନାରେ ୧୦୩.୧ ପ୍ରତିଶତ ଅର୍ଥାତ୍ ୮,୨୧,୩୪୯ କୋଟି ଟଙ୍କାରେ ପହଞ୍ଚିଛି । ବର୍ଷେ ପୂର୍ବେ ଏହି ଚାରିମାସ ମଧ୍ୟରେ ଏହି ବାର୍ଷିକ ବଜେଟ୍ ଅନୁମାନର ୭୭.୮ ପ୍ରତିଶତ ଥିଲା ।

ସରକାରଙ୍କ ଆର୍ଥିକ ନିଅଣ୍ଟ ହେଉଛି ଏହାର ମୋଟ ଖର୍ଚ୍ଚ ଏବଂ ରାଜସ୍ୱ ମଧ୍ୟରେ ପାର୍ଥକ୍ୟ । ଗତ ବର୍ଷ ଅକ୍ଟୋବରରେ ଏହି ବାର୍ଷିକ ଲକ୍ଷ୍ୟକୁ ଅତିକ୍ରମ କରିଥିଲା ​। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ୨୦୨୦-୨୧ ବଜେଟରେ ଆର୍ଥିକ ନିଅଣ୍ଟ ୭.୯୬ ଲକ୍ଷ କୋଟି ଅର୍ଥାତ ମୋଟ ଘରୋଇ ଉତ୍ପାଦ (GDP) ର ୩.୫ ପ୍ରତିଶତ ବୋଲି ଆକଳନ କରାଯାଇଛି ।

କୋରୋନା ଭାଇରସ(Coronavirus) ମହାମାରୀର ପରିସ୍ଥିତି ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆକଳନଗୁଡ଼ିକର ସଂଶୋଧିତ କରିବାକୁ ପଡିବ । କୋରାନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାପରେ ବହୁ ବାଧା ସୃଷ୍ଟି କରିଥିଲା ​। କୋଭିଡ-19 (COVID-19) ର ପ୍ରସାରକୁ ରୋକିବା ପାଇଁ ମୋଦି ସରକାର (Modi Govt) ୨୫ ମାର୍ଚ୍ଚ ୨୦୨୦ ରୁ ସାରା ଦେଶରେ ତାଲା ପକାଇଥିଲେ । ଏହା ପରେ ଧୀରେ ଧୀରେ ମେ ଠାରୁ ଲକଡାଉନରେ ରିହାତି ମିଳିବାକୁ ଲାଗିଲା ।

ଅଧିକ ପଢ଼ନ୍ତୁ-ମୋଦି ସରକାରଙ୍କୁ ବଡ଼ ଝଟକା, GDPରେ ଐତିହାସିକ ହ୍ରାସ

ଗତ ଆର୍ଥିକ ବର୍ଷରେ ୨୦୧୯-୨୦ ଆର୍ଥିକ ନିଅଣ୍ଟ ଦେଶର ସକଳ ଘରୋଇ ଉତ୍ପାଦ (GDP) ତୁଳନାରେ ବର୍ଷର ଉଚ୍ଚସ୍ତର ୪.୬ ପ୍ରତିଶତରେ ପହଞ୍ଚିଛି । ବର୍ଷରେ ରାଜସ୍ୱ ପ୍ରାପ୍ତି ଦୁର୍ବଳ ରହିଥିଲା, ଯାହା ମାର୍ଚ୍ଚ ସୁଦ୍ଧା ଆହୁରି ଦୁର୍ବଳ ହୋଇଯାଇଥିଲା । CAG ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ସରକାରଙ୍କ ରାଜସ୍ୱ ପ୍ରାପ୍ତ ୨,୨୭,୪୦୨ କୋଟି ଟଙ୍କା ଥିଲା । ଏହି ପରିମାଣ ବର୍ଷର ବଜେଟର ବାର୍ଷିକ ଲକ୍ଷ୍ୟର ୧୧.୩ ପ୍ରତିଶତ ଅଟେ । ଗତ ବର୍ଷ ସମାନ ଅବଧିରେ ମୋଟ ରାଜସ୍ୱ ପ୍ରାପ୍ତି ବଜେଟ୍ ଆକଳନର ୧୯.୫ ପ୍ରତିଶତ ଥିଲା ।

ଅଧିକ ପଢ଼ନ୍ତୁ:-'କଂଗ୍ରେସରେ ରାହୁଲଙ୍କ ନେତୃତ୍ୱକୁ ରୋକିବା ଦଳର ଅସ୍ତିତ୍ୱକୁ ହିଁ ନଷ୍ଟ କରିଦେବ'

ଏପ୍ରିଲରୁ ଜୁଲାଇ ମଧ୍ୟରେ କର ରାଜସ୍ୱ ୨,୦୨,୭୮୮ କୋଟି ଟଙ୍କା ଅର୍ଥାତ୍ ବଜେଟ୍ ଆକଳନର ୧୨.୪ ପ୍ରତିଶତ ରହିଛି । ଅନ୍ୟପକ୍ଷେ ଚଳିତ ବର୍ଷର ଏହି ଅବଧିରେ ଏହି ବଜେଟ୍ ଆକଳନର ୨୦.୫ ପ୍ରତିଶତ ଥିଲା । ସମୀକ୍ଷା ବୈଠକରେ ସରକାରଙ୍କ ମୋଟ ରାଜସ୍ୱ ପ୍ରାପ୍ତି ୨,୩୨,୮୬୦ କୋଟି ଟଙ୍କା ଥିଲା, ଯାହା ବଜେଟ ଆକଳନର ୧୦.୪ ପ୍ରତିଶତ ରହିଛି । ସରକାର ବଜେଟରେ ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ୨୨.୪୫ ଲକ୍ଷ କୋଟି ଟଙ୍କା ପ୍ରାପ୍ତିର ଅନୁମାନ କରିଛନ୍ତି । ସେହିପରି ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ମୋଟ ବ୍ୟୟ ୧୦,୫୪,୨୦୯ କୋଟିରେ ପହଞ୍ଚିଛି । ଅର୍ଥାତ୍ ବଜେଟରେ ସମଗ୍ର ଆର୍ଥିକ ବର୍ଷ ମଧ୍ୟରେ ହେବାକୁ ଥିବା ଖର୍ଚ୍ଚର ୩୪.୭ ପ୍ରତିଶତ ଯାଏ ପହଞ୍ଚିଛି । ତେବେ ଗତ ବର୍ଷ ଏହି ଅବଧିରେ ମୋଟ ବ୍ୟୟ ସମଗ୍ର ବର୍ଷ ପାଇଁ ବଜେଟ୍ ଆକଳନର ୩୪ ପ୍ରତିଶତ ଥିଲା ।