କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!
Advertisement

କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!

ମଜୁରୀର ନୂତନ ସଂଜ୍ଞା ଅନୁଯାୟୀ ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି ମୌଳିକ ବେତନ (ସରକାରୀ ଚାକିରିରେ ମୌଳିକ ଦରମା ଓ ମହଙ୍ଗା ଭତ୍ତା) ଏପ୍ରିଲରୁ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ ।

କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲରୁ ଆପଣଙ୍କର ଗ୍ରାଚ୍ୟୁଇଟି (Gratuity), ପିଏଫ (PF) ଏବଂ କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ବୃଦ୍ଧି ପାଇବେ । ଏଥି ସହିତ ହାତରେ ଆସୁଥିବା ଟଙ୍କା (Take Home Salary) ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ୍ ମଧ୍ୟ ପ୍ରଭାବିତ ହେବେ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନୋଟି ମଜୁରୀ କୋଡ୍ ବିଧେୟକ (Code on Wages Bill, 2019) । ଏହି ବିଧେୟକ ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଶତକ ମାରିଲା ପେଟ୍ରୋଲ ଦର, ଭାଟ୍ ହ୍ରାସ କରିବାକୁ ଗୁହାରି କଲେ ସାଧାରଣ ଜନତା

ମଜୁରୀର ନୂତନ ସଂଜ୍ଞା ଅନୁଯାୟୀ ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି ମୌଳିକ ବେତନ (ସରକାରୀ ଚାକିରିରେ ମୌଳିକ ଦରମା ଓ ମହଙ୍ଗା ଭତ୍ତା) ଏପ୍ରିଲରୁ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ । ଉଲ୍ଲେଖନୀୟ କଥା ହେଉଛି, ଦେଶର ୭୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଉପାୟରେ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଉଛି । ଏହା ଉଭୟ ନିଯୁକ୍ତିଦାତା ଏବଂ ଶ୍ରମିକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ବୋଲି ସରକାର ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଉଗ୍ର ହେଲା କୃଷକଙ୍କ ଟ୍ରାକ୍ଟର ରାଲି: ବିଭିନ୍ନ ସ୍ଥାନରେ ଭଙ୍ଗାଗଲା ବ୍ୟାରିକେଡ୍ସ, ପୋଲିସର ଲାଠି ଚାର୍ଜ

ନୂତନ ଡ୍ରାଫ୍ଟ ନିୟମ ଅନୁଯାୟୀ, ମୂଳ ଦରମା ମୋଟ ବେତନର ୫୦ କିମ୍ବା ଅଧିକ ହେବା ଆବଶ୍ୟକ । ଏହା ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନାକୁ ବଦଳାଇବ, କାରଣ ବେତନର ଅଣ-ଭତ୍ତା ଅଂଶ ସାଧାରଣତଃ ମୋଟ ବେତନର ୫୦ ପ୍ରତିଶତରୁ କମ୍ ହୋଇଥାଏ । ସେପଟେ ମୋଟ ବେତନରେ ଭତ୍ତାର ଅଂଶ ଅଧିକ ହୋଇଯାଏ । ମୂଳ ଦରମା ବୃଦ୍ଧି ଆପଣଙ୍କ PF କୁ ମଧ୍ୟ ବୃଦ୍ଧି କରିବ । PF ମୂଳ ଦରମା ଉପରେ ଆଧାରିତ ହୋଇଥାଏ । ଯାହାର ଅର୍ଥ ଟେକ୍-ହୋମ୍ କିମ୍ବା ଅନ୍-ହ୍ୟାଣ୍ଡ୍ ପେରେ ହ୍ରାସ ଘଟିବ ।

ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କୁ ଖୁସି ଖବର ଦେଲା BSNL! ମାଗଣାରେ ମିଳୁଛି 4G ସିମ୍ କାର୍ଡ

ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।

ଅଧିକ ପଢ଼ନ୍ତୁ:-ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ସେହିପରି ନୂତନ ଡ୍ରାଫ୍ଟ ଆଇନ୍ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ୍ର ଡ୍ରାଫ୍ଟ ନିୟମାବଳୀରେ ୧୫ରୁ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ କାର୍ଯ୍ୟ ସମୟକୁ ମଧ୍ୟ ୩୦ ମିନିଟ ମାନି ଓଭରଟାଇମରେ ସାମିଲ କରିବାର ପ୍ରାବଧାନ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ୍ ସମୟକୁ ଓଭରଟାଇମ୍ ଯୋଗ୍ୟ ବିବେଚିତ ହୁଏ ନାହିଁ । ଡ୍ରାଫ୍ଟ ନିୟମରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରାଇବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।