ଗଜନି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ସେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବାକୁ ଚାହୁଁଛନ୍ତି । ଯାହାକୁ ସେ ବିକ୍ରିୟ କରି ସେହି ଟଙ୍କାକୁ ରାମ ମନ୍ଦିର ନିର୍ମାଣରେ ଲଗାନ୍ତୁ ଓ ଏକ ବାର୍ତ୍ତା ସମଗ୍ର ଦେଶର ମୁସଲମାନମାନଙ୍କ ନିକଟକୁ ଯିବା ଉଚିତ ଯେ ମୁସଲମାନ ଅଯୋଧ୍ୟା ଓ ଗେରୁଆକୁ ଭଲ ପାଆନ୍ତି । ମୁସଲମ ସମାଜ ୨୦୨୪ରେ ବହୁ ସଂଖ୍ୟାରେ ଯୋଗୀଙ୍କ ସମର୍ଥନରେ ବାହାରନ୍ତୁ । ସିଏମ ଯୋଗୀ କୌଣସି ଧର୍ମ ବିରୋଧୀ ନୁହନ୍ତି । ସେ କେବଳ ଅପରାଧୀ ଓ ମାଫିଆଙ୍କ ବିରୋଧୀ ଅଟନ୍ତି । ଏହା ହେଉଛି ଆମର ୯୦ ଲକ୍ଷ ଟଙ୍କାର ସମ୍ପତ୍ତି, ଯାହାକୁ ଆମେ ଅଯୋଧ୍ୟା ନାମରେ ଦାନ କରିବୁ ଏବଂ ଏହାକୁ CM ଯୋଗୀଙ୍କୁ ଦେବୁ ।
Trending Photos
ଲକ୍ଷ୍ନୌ: ରାମ ମନ୍ଦିର (Ram Mandir) ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିବ ଉତ୍ତର ପ୍ରଦେଶର ଏକ ମୁସଲିମ ପରିବାର (Muslim family) । ମୁଜାଫରନଗର (Muzaffarnagar) ଜିଲ୍ଲାର ଏକ ମୁସଲିମ ପରିବାର ଅଯୋଧ୍ୟା (Ayodhya) ରେ ରାମ ମନ୍ଦିର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ଙ୍କୁ ଏହି ବ୍ୟକ୍ତିଗତ ସମ୍ପତ୍ତି ହସ୍ତାନ୍ତର କରିବାକୁ ଘୋଷଣା କରିଛି । ଯାହା ଦ୍ୱାରା ଏହି ବାର୍ତ୍ତା ଦେଶ ଓ ରାଜ୍ୟର ମୁସଲମାନ ସମାଜକୁ ଯିବ ଯେ ମୁସଲମାନମାନେ (Muslims) ଅଯୋଧ୍ୟା ଓ ଗେରୁଆକୁ ଭଲ ପାଆନ୍ତି । ବାସ୍ତବରେ, ମୁଜାଫରନଗର ସହରର ଖାଲାପାରର ବାସିନ୍ଦା ଡକ୍ଟର ମହମ୍ମଦ ସମର ଗଜନି (Dr. Mohammad Samar Ghazni) ଶୁକ୍ରବାର ଘୋଷଣା କରିଛନ୍ତି ଯେ ଅଯୋଧ୍ୟାରେ ରାମ ନିର୍ମାଣ ପାଇଁ ସେ ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବାକୁ ଚାହୁଁଛନ୍ତି । ଯାହାଫଳରେ ଏହି ସମ୍ପତ୍ତି ବିକ୍ରୟ କରି ଏହାର ଅର୍ଥ ରାମ ମନ୍ଦିର ନିର୍ମାଣରେ ବ୍ୟବହାର କରାଯାଇପାରିବ ।
ଏଠାରେ କହି ରଖୁଛୁ ଯେ, ସମର ଗଜନୀ ସେହି ବ୍ୟକ୍ତି ଯିଏ କି ଗେରୁଆ ପୋଷାକ ପିନ୍ଧି ଇଦ୍ (Eid) ର ନମାଜ କରିବା ପରେ ଚର୍ଚ୍ଚାରେ ଆସିଥିଲେ । ଗଜନୀ ବିଜେପି ସଂଖ୍ୟାଲଘୁ ସମାଜ ମର୍ଚ୍ଚାର ପୂର୍ବତନ ରାଜ୍ୟ ମନ୍ତ୍ରୀ ରହିଆସିଛନ୍ତି । ସେ ବର୍ତ୍ତମାନ ବିଜେପି (BJP) ର ପ୍ରେମ ଓ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ନିଜ ସମ୍ପତ୍ତିକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି ।
ଗଜନି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ସେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବାକୁ ଚାହୁଁଛନ୍ତି । ଯାହାକୁ ସେ ବିକ୍ରିୟ କରି ସେହି ଟଙ୍କାକୁ ରାମ ମନ୍ଦିର ନିର୍ମାଣରେ ଲଗାନ୍ତୁ ଓ ଏକ ବାର୍ତ୍ତା ସମଗ୍ର ଦେଶର ମୁସଲମାନମାନଙ୍କ ନିକଟକୁ ଯିବା ଉଚିତ ଯେ ମୁସଲମାନ ଅଯୋଧ୍ୟା ଓ ଗେରୁଆକୁ ଭଲ ପାଆନ୍ତି । ମୁସଲମ ସମାଜ ୨୦୨୪ରେ ବହୁ ସଂଖ୍ୟାରେ ଯୋଗୀଙ୍କ ସମର୍ଥନରେ ବାହାରନ୍ତୁ । ସିଏମ ଯୋଗୀ କୌଣସି ଧର୍ମ ବିରୋଧୀ ନୁହନ୍ତି । ସେ କେବଳ ଅପରାଧୀ ଓ ମାଫିଆଙ୍କ ବିରୋଧୀ ଅଟନ୍ତି । ଏହା ହେଉଛି ଆମର ୯୦ ଲକ୍ଷ ଟଙ୍କାର ସମ୍ପତ୍ତି, ଯାହାକୁ ଆମେ ଅଯୋଧ୍ୟା ନାମରେ ଦାନ କରିବୁ ଏବଂ ଏହାକୁ CM ଯୋଗୀଙ୍କୁ ଦେବୁ ।
ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ
ଏହା ବି ପଢ଼ନ୍ତୁ:-ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?
ଏହା ବି ପଢ଼ନ୍ତୁ:-'ବିହାରରେ ଅଛନ୍ତି ନୀତିଶ ଓ ଲାଲୁଙ୍କ ପରି ଧୁରନ୍ଧର, ପ୍ରଶାନ୍ତ କିଶୋର କିଛି କରିପାରିବେନି'
ସେ କହିଛନ୍ତି ଯେ ଇଦର ନମାଜରେ ଯେଉଁ ଗେରୁଆ ବସ୍ତ୍ର ପିନ୍ଧିଥିଲୁ ସେଥିରୁ ସାରା ଦେଶକୁ ଏକ ବାର୍ତ୍ତା ଦେବାର ଉଦ୍ଦେଶ୍ୟ ଥିଲା ଯେ ସିଏମ୍ ଯୋଗୀଙ୍କ ବସ୍ତ୍ର, ଯାହା ଗେରୁଆ ରଙ୍ଗ, ତାହା କୌଣସି ନିର୍ଦ୍ଦିଷ୍ଟ ଧର୍ମ କିମ୍ବା ହିନ୍ଦୁ ମୁସଲମାନ ବିରୁଦ୍ଧରେ ନୁହେଁ । ଗେରୁଆ ଗୁଣ୍ଡାଙ୍କ ବିରୁଦ୍ଧରେ, ଏହା ହେଉଛି ସେହି ଗେରୁଆ ଯାହା ଉତ୍ତର ପ୍ରଦେଶକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବାକୁ ଚାହୁଁଛି ଯାହା ଭାରତ ଇତିହାସରେ ସ୍ଥାନ ପାଇବ । ଯିଏ ରାଜ୍ୟକୁ ଏକ ଉଚ୍ଚ ସ୍ଥାନକୁ ନେଇଯିବେ ଓ ରାମ ରାଜ୍ୟକୁ ପ୍ରକୃତ ଅର୍ଥରେ ଆଣିବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ହିନ୍ଦୁ ଓ ମୁସଲମାନମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ ଓ ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ପଡିବ । ସେ କହିଛନ୍ତି ଯେ, ମେ ୧୫ରୁ ଆମେ ଘର ଘରକୁ ଯାଇ ମୁସଲମାନ ସମାଜକୁ ଏହି ବାର୍ତ୍ତା ଦେବୁ ଯେ ସିଏମ ଯୋଗୀଙ୍କ ସହ ଆସି ବନ୍ଧୁତ୍ୱର ହାତ ବଢ଼ାଇବ ।