ନୂଆଦିଲ୍ଲୀ: କୋରୋନା ଭୂତାଣୁ ବୈଶ୍ୱିକ ମହାମାରୀ ( coronavirus global epidemic) ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଜାରି ରହିଛି । ଏହି ମହାମାରୀର ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶରେ ଲକଡାଉନ୍ (Lockdown) ଲାଗୁ କରିବାକୁ ପଡ଼ିଛି । ଏବଂ ଚଳିତ ବର୍ଷ ଅର୍ଥାତ ୨୦୨୦ର ଏକ ବଡ ଅଂଶ ଏହି ଲକଡାଉନ ମଧ୍ୟ ଦେଇ ବର୍ବାଦ ହୋଇଛି । ଏହି ଭୂତାଣୁ (Virus) ଯୋଗୁଁ ବର୍ତ୍ତମାନ ଯାଏ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଅଧିକାଂଶ ଦେଶର ଅର୍ଥନୀତି ମଧ୍ୟ ଖରାପ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ବର୍ତ୍ତମାନ ସମୟରେ ପୁଣି ଥରେ ବିଭିନ୍ନ ଦେଶରେ ଏହି ଭୂତାଣୁ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି ।
ବର୍ତ୍ତମାନ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ଏବଂ ୨୦୨୧ ଆସିବାକୁ ଯାଉଛି । ଲୋକମାନେ ଆଗାମୀ ବର୍ଷରୁ ମଧ୍ୟ ଆଶା କରୁଛନ୍ତି ଯେ ନୂତନ ବର୍ଷ ନୂତନ ଆଶା ନେଇ ଆସିବ । ଆଉ ସେମାନେ ଏହି ସମସ୍ୟାରୁ ମୁକ୍ତି ପାଇବେ । ଅନ୍ୟପକ୍ଷରେ କୋରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଏହାର ପୂର୍ବାନୁମାନ କରିଥିବା ଜଣେ ସାଇକୋଲୋଜିଷ୍ଟ ବା ମନୋବୈଜ୍ଞାନିକ (psychologist) ମଧ୍ୟ ବର୍ଷ ୨୦୨୧କୁ ନେଇ ପୂର୍ବାନୁମାନ କରିଛନ୍ତି ।
୩୫ ବର୍ଷୀୟ ନିକୋଲାସ ଅଜୁଲା (Nicolas Aujula) କହିଛନ୍ତି ଯେ କୋରୋନା ଭୂତାଣୁ ସହ ଲଢୁଥିବା ଦୁନିଆ ନୂତନ ବର୍ଷ ଆରମ୍ଭରେ ମହାମାରୀରୁ କୌଣସି ଆଶ୍ୱସ୍ତି ପାଇବ ନାହିଁ । ସେ କହିଛନ୍ତି, ନୂଆ ବର୍ଷ ପରେ ପରିସ୍ଥିତି ସମାନ ରହିବ, ବସନ୍ତ ଋତୁରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପରିସ୍ଥିତି ସୃଷ୍ଟି ହେବ । କିନ୍ତୁ ଲୋକଙ୍କ ମଧ୍ୟରେ ଥିବା ଭୟ ଏବଂ କୋରୋନା ଭୂତାଣୁ କାରଣରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ୨୦୨୨ ପର୍ଯ୍ୟନ୍ତ ଶେଷ ହେବ ନାହିଁ ।
ନିକୋଲାସ ଅଜୁଲା ତାଙ୍କ ଭବିଷ୍ୟବାଣୀରେ ଆଉ ଏକ ସଙ୍କଟ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁକୁ ସମସ୍ୟାର ସାମ୍ନା କରୁଥିବା ବିଶ୍ୱ ଆସନ୍ତା ବର୍ଷ ମଧ୍ୟ ଅନ୍ୟ ଏକ ରୋଗ 'ପିଗ୍ ଫ୍ଲୁ'ର ସମ୍ମୁଖୀନ ହେବ । ତେବେ ସେ କହିଛନ୍ତି ଯେ ଘୁଷୁରି ଦ୍ୱାରା ସୃଷ୍ଟି ହୋଇଥିବା ଏହି ରୋଗ ଅନ୍ୟ ଭୂତାଣୁ ଜନିତ ରୋଗ ପରି ହେବ ନାହିଁ, ତଥାପି ସମଗ୍ର ବିଶ୍ୱ ଏହା ଦ୍ୱାରା ଅସୁବିଧାରେ ପଡ଼ିବ । ଓଜୁଲା କହିଛନ୍ତି ଯେ, ୨୦୨୧ ମସିହାରେ ସାରା ବିଶ୍ୱରେ ବ୍ୟାପକ ବିରୋଧ-ପ୍ରଦର୍ଶନ ହେବ । ଅଶାନ୍ତିର ପରିବେଶ ଜାରି ରହିବ ଏବଂ ଏହି ପର୍ଯ୍ୟାୟ ଆସନ୍ତା ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଜାରି ରହିବ ।