ମହଙ୍ଗା ପେଟ୍ରୋଲ ଓ ଡିଜେଲରୁ ମିଳିବ ମୁକ୍ତି, ଯଦି ମୋଦି ସରକାର ମାନି ନେବେ ଗଡକରୀଙ୍କ ଏହି କଥା
Advertisement
Article Detail0/zeeodisha/odisha1015848

ମହଙ୍ଗା ପେଟ୍ରୋଲ ଓ ଡିଜେଲରୁ ମିଳିବ ମୁକ୍ତି, ଯଦି ମୋଦି ସରକାର ମାନି ନେବେ ଗଡକରୀଙ୍କ ଏହି କଥା

କ୍ରମାଗତ ପେଟ୍ରୋଲ ଓ ଡିଜେଲ (Petrol and Diesel) ର ଦର ବୃଦ୍ଧି ଘଟିବା ନା କେବଳ ସାଧାରଣ ଜନତା  ବରଂ ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେଥିପାଇଁ ଆପଣ ନିଶ୍ଚିତ ଭାବରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଙ୍କୁ ବିକଳ୍ପ ଇନ୍ଧନ ଓ ବୈଦ୍ୟୁତିକ ଯାନ ପାଇଁ ବାରମ୍ବାର ଓକିଲାତି କରୁଥି

ମହଙ୍ଗା ପେଟ୍ରୋଲ ଓ ଡିଜେଲରୁ ମିଳିବ ମୁକ୍ତି, ଯଦି ମୋଦି ସରକାର ମାନି ନେବେ ଗଡକରୀଙ୍କ ଏହି କଥା

ନୂଆଦିଲ୍ଲୀ: କ୍ରମାଗତ ପେଟ୍ରୋଲ ଓ ଡିଜେଲ (Petrol and Diesel) ର ଦର ବୃଦ୍ଧି ଘଟିବା ନା କେବଳ ସାଧାରଣ ଜନତା  ବରଂ ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେଥିପାଇଁ ଆପଣ ନିଶ୍ଚିତ ଭାବରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଙ୍କୁ ବିକଳ୍ପ ଇନ୍ଧନ ଓ ବୈଦ୍ୟୁତିକ ଯାନ ପାଇଁ ବାରମ୍ବାର ଓକିଲାତି କରୁଥିବାରେ ଦେଖିପାରୁଥିବେ । ବର୍ତ୍ତମାନ ଗଡକରୀ ଏପରି ପରାମର୍ଶ ଦେଇଛନ୍ତି, ଯାହା ନା କେବଳ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧରୁ ମୁକ୍ତି ମିଳିବ, ବରଂ ଭାରତ ଇନ୍ଧନ ଆମଦାନୀ କରିବା ପରିବର୍ତ୍ତେ ରପ୍ତାନି ଆରମ୍ଭ କରିବ ।

ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ଆବଶ୍ୟକ 

ନିକଟରେ ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଆମଦାନୀ ଉପରେ ନିର୍ଭରଶୀଳତାରୁ ମୁକ୍ତି ପାଇବା ଆବଶ୍ୟକ । ଏଥି ସହିତ ଅନେକ ଦେଶ ପେଟ୍ରୋଲ ଓ ଡିଜେଲ ବିକ୍ରି କରି ଆତଙ୍କବାଦକୁ ଆର୍ଥିକ ସହାୟତା କରିବାର କାର୍ଯ୍ୟ ମଧ୍ୟ କରୁଛନ୍ତି । ଏପରି ପରିସ୍ଥିତିରେ, ଆମେ 'ଗ୍ରୀନ୍ ହାଇଡ୍ରୋଜେନ୍' ଉପରେ କାମ କରିବା ଆବଶ୍ୟକ ।

ପେଟ୍ରୋଲ ଓ ଡିଜେଲ ଅପେକ୍ଷା 'ଗ୍ରୀନ୍ ହାଇଡ୍ରୋଜେନ' ଭଲ 

ଗଡକରୀ (Nitin Gadkari) କହିଛନ୍ତି ଯେ, "ପେଟ୍ରୋଲ ଓ ଡିଜେଲ (Petrol and Diesel) ଅପେକ୍ଷା 'ଗ୍ରୀନ୍ ହାଇଡ୍ରୋଜେନ୍' (Green Hydrogen) ଏକ ଉତ୍ତମ ଇନ୍ଧନ ଅଟେ । ଏହା ପରିବହନ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ । ଆମେ ଭାରତକୁ ଏପରି ଦେଶ କରିବାକୁ ଚାହୁଁଛୁ ଯାହା ପେଟ୍ରୋଲ ଓ ଡିଜେଲ ଆମଦାନୀ ଉପରେ ନିର୍ଭରଶୀଳ ନ ରହୁ  ବରଂ ଇନ୍ଧନ ରପ୍ତାନି କରୁ ।"

ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଆମଦାନୀ ହ୍ରାସ କରିବା ଦ୍ୱାରା ଦେଶ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିପାରିବ । ଦେଶରେ ଆଲୁମିନିୟମ ଓ ତମ୍ବା ଆମଦାନୀକୁ ନେଇ ସେ ଉଦ୍ବେଗ ପ୍ରକାଶ କରିବା ସହ ଦେଶରେ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ଥାଇ ମଧ୍ୟ ଆମଦାନୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ସେ କହିଛନ୍ତି ।

ବିକଳ୍ପ ଇନ୍ଧନ ପାଇଁ ଓକିଲାତି

ଗଡକରୀ ସମୟ ସମୟରେ ବିକଳ୍ପ ଇନ୍ଧନ ପାଇଁ ଓକିଲାତି କରୁଥିବାର ଦେଖାଯାଆନ୍ତି । ଇଥାନଲ, ସିଏନଜି, ବାୟୋ- LNG ସହିତ ବୈଦ୍ୟୁତିକ ଯାନର ବୃଦ୍ଧି ତାଙ୍କ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ ରହିଛି । ଗଡକରୀ ଅନେକ ଥର କହିଛନ୍ତି ଯେ ଯଦି ପେଟ୍ରୋଲ ବଦଳରେ ଇଥାନଲ (Ethanol) କୁ ପ୍ରୋତ୍ସାହନ ଦିଆଯାଏ, ତେବେ ଏହା ଦ୍ୱାରା ଗ୍ରାହକଙ୍କୁ ଲିଟର ପିଛା ୨୦ ଟଙ୍କା ସଞ୍ଚୟ ହେବ ।

ଏହା ବି ପଢ଼ନ୍ତୁ:-ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୮୫ ସଂକ୍ରମିତ

ଏହା ବି ପଢ଼ନ୍ତୁ:-T20 World Cup: ଭାରତର କାର୍ଯ୍ୟକୁ ସହଜ କଲା ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡର ପରାଜୟରୁ ହେଲା ଏହି ବଡ଼ ଲାଭ

ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ଲୋକପ୍ରିୟତା କମିଛି ନା ବଢ଼ିଛି? ଜାଣନ୍ତୁ କ'ଣ କହୁଛି ନୂଆ ରିପୋର୍ଟ