ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ନୀତିନ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା
Advertisement
Article Detail0/zeeodisha/odisha1316667

ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ନୀତିନ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା

 Nitin gadkari Comment on his govt​: ସରକାର ଉପରେ ଦେଇଥିବା ମନ୍ତବ୍ୟର କିଛି ସମୟ ପରେ ଗଡ଼କରୀ ନାଗପୁରରେ ଏକ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ଦୀନ ଦୟାଲ ଉପାଧ୍ୟାୟଙ୍କୁ କ୍ଷମତାକୁ ବିଜେପି (BJP) ର ଉଦୟର ଶ୍ରେୟ ଦେଇଛନ୍ତି ।

ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ନୀତିନ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା

ନୂଆଦିଲ୍ଲୀ: Nitin Gadkari: ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ସେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି । ନିକଟ ଅତୀତରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣରେ ସମୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି । ସବୁଠୁ ବଡ଼ ସମସ୍ୟା ହେଉଛି ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି । ସେପଟେ ବିଜେପି (BJP) ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ଗଡକରୀ (Nitin Gadkari) ଙ୍କ ବୟାନ କୌଣସି ନିର୍ଦ୍ଦିଷ୍ଟ ସରକାରଙ୍କ ପାଇଁ ନୁହେଁ, ବରଂ ସାଧାରଣ ଭାବେ ସରକାରଙ୍କ ପାଇଁ ଥିଲା ।

ସରକାର ଉପରେ ଦେଇଥିବା ମନ୍ତବ୍ୟର କିଛି ସମୟ ପରେ ଗଡ଼କରୀ ନାଗପୁରରେ ଏକ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ଦୀନ ଦୟାଲ ଉପାଧ୍ୟାୟଙ୍କୁ କ୍ଷମତାକୁ ବିଜେପି (BJP) ର ଉଦୟର ଶ୍ରେୟ ଦେଇଛନ୍ତି । ୧୯୮୦ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ବିଜେପି ସମ୍ମିଳନୀରେ ବାଜପେୟୀଙ୍କ ଭାଷଣ ବିଷୟରେ ଉଲ୍ଲେଖ କରି ଗଡକରୀ (Nitin Gadkari) କହିଛନ୍ତି ଯେ, ଅଟଳଜୀ କହିଥିଲେ ଅନ୍ଧକାର ଲୋପ ପାଇବ, ସୂର୍ଯ୍ୟ ଉଦୟ ହେବ ଏବଂ କମଲ (ବିଜେପିର ନିର୍ବାଚନ ଚିହ୍ନ) ଦିନେ ଫୁଟିବ । ଆପଣଙ୍କୁ କହି ରଖୁଛୁ ଯେ ଗତ ସପ୍ତାହରେ ଦଳର ସଂସଦୀୟ ବୋର୍ଡରୁ ନୀତିନ ଗଡକରୀଙ୍କୁ ହଟାଇ ଦିଆଯାଇଥିଲା ।

ଏହା ପୂର୍ବରୁ ନୀତିନ ଗଡକରୀ ଘୋଷଣା କରିଥିଲେ ଯେ, ତାଙ୍କୁ ବେଳେବେଳେ ରାଜନୀତି ଛାଡିବାକୁ ଇଚ୍ଛା ହୁଏ କାରଣ ଜୀବନ ପାଇଁ ଆହୁରି ମଧ୍ୟ ଅନେକ କିଛି ରହିଛି । ସେ ଆହୁରି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଯେ, ଆଜିକାଲି ରାଜନୀତିରେ ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ହେବା ଅପେକ୍ଷା କ୍ଷମତାରେ ରହିବା ଅଧିକ ଦେଖାଦେଉଛି । ନୀତିନ ଗଡକରୀଙ୍କ ଏହି ସାମ୍ପ୍ରତିକ ବୟାନ ପରେ ରାଜନୈତିକ ଗୋଳିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ:-କୌଣସି ଭଗବାନ ଉଚ୍ଚ ଜାତିର ନୁହଁନ୍ତି, ଭଗବାନ ଶିବ ହେଉଛନ୍ତି ଶୁଦ୍ର: JNU କୁଳପତି

ଏହା ବି ପଢ଼ନ୍ତୁ:-ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢ଼ାଇଲେ ବାଚସ୍ପତି, ଶକ୍ତି ପରୀକ୍ଷା ପୂର୍ବରୁ ଦେଖାଦେଲା ନୂଆ ସଙ୍କଟ

ଏହା ବି ପଢ଼ନ୍ତୁ:-ଜଳୁଛି ସ୍ୱାମୀର ଚିତା, ପ୍ରେମିକ ସହ ଫେରାର ସ୍ତ୍ରୀ

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର କହିଛନ୍ତି ଯେ, ଚାରିଟି ସଡକ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ ଲାଗି ସରକାର ଆସନ୍ତା ମାସରେ ପୁଞ୍ଜି ବଜାରକୁ  ଯିବେ । ଭିତ୍ତିଭୂମି ନିବେଶ ଟ୍ରଷ୍ଟ (InvIT) ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରାଯିବ ଓ ଖୁଚୁରା ନିବେଶକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବିନିଯୋଗ ସୀମା ରହିବ ବୋଲି ସେ କହିଛନ୍ତି । ଚାରୋଟି ସଡକ ପ୍ରକଳ୍ପ ପାଇଁ ଆମେ ପୁଞ୍ଜି ବଜାର ନିକଟକୁ ଯିବୁ ବୋଲି ଶିଳ୍ପ ସଂସ୍ଥା FICCI ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡ଼କରୀ କହିଛନ୍ତି । ଏଥିରେ ସାତରୁ ଆଠ ପ୍ରତିଶତ ସୁନିଶ୍ଚିତ ରିଟର୍ଣ୍ଣ ମିଳିବ ।