ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?
Advertisement
Article Detail0/zeeodisha/odisha734597

ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?

 ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ପରିବାର ତାଙ୍କ ଉପରେ ଅବିଶ୍ୱାସ ପ୍ରକାଶ କରିଆସୁଛି । ଯାହା ଫଳରେ ଆମେରିକାରେ ଏହାକୁ ନେଇ ରାଜନୀତିରେ ଜୋର ଧରିଛି ।

ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ(presidential election in America) ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କୁ ବହୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଏପରିକି ନିଜ ପରିବାର ସଦସ୍ୟ ହିଁ ଟ୍ରମ୍ପଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କଥା କଥା ସାମ୍ନାକୁ ଆସୁଛି । ନିକଟରେ ତାଙ୍କ ବଡ଼ ଭଉଣୀ ମାରିୟାନ ଟ୍ରମ୍ପ ବାରି(Maryanne Trump Barry)ଙ୍କ ରେକର୍ଡିଂ ସାମ୍ନାକୁ ଆସିଛି । ଏଥିରେ ସେ ତାଙ୍କ ଭାଇ ଅର୍ଥାତ୍ ଟ୍ରମ୍ପଙ୍କୁ ମିଛୁଆ ବୋଲି କହୁଛନ୍ତି । ଏହାପୂର୍ବରୁ ଟ୍ରମ୍ପଙ୍କ ଭାଇଙ୍କ ଝିଅ ମେରି ଟ୍ରମ୍ପ(Mary Trump)ଙ୍କ ଏକ ପୁସ୍ତକ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଟ୍ରମ୍ପଙ୍କ ବିରୋଧରେ ଲେଖିଛନ୍ତି । ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ପରିବାର ତାଙ୍କ ଉପରେ ଅବିଶ୍ୱାସ ପ୍ରକାଶ କରିଆସୁଛି । ଯାହା ଫଳରେ ଆମେରିକାରେ ଏହାକୁ ନେଇ ରାଜନୀତିରେ ଜୋର ଧରିଛି ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...

୮୩ ବର୍ଷୀୟ ମାରିଆନ୍ ଟ୍ରମ୍ପ ବେରୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଭଉଣୀ ଏବଂ ପୂର୍ବତନ ବିଚାରପତି ମଧ୍ୟ ରହିସାରିଛନ୍ତି । ନ୍ୟୁୟର୍କରେ ଜନ୍ମିତ ମାରିଆନ୍ ପ୍ରଥମେ କଳା ପ୍ରତି ଆଗ୍ରହ ରଖିଥିଲେ । ଏହି କାରଣରୁ ସେ ପ୍ରଥମେ କଳା କ୍ଷେତ୍ରରେ ସ୍ନାତକ ହାସଲ କରିଥିଲେ କିନ୍ତୁ ପରେ ଆଇନ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଏହି କ୍ଷେତ୍ରରେ କ୍ୟାରିୟର କରିଥିଲେ ।

ତଥାପି ମାରିଆନଙ୍କ କ୍ୟାରିୟର ବଡ଼ କୌତୁହଳ ଭାବେ ଅଗ୍ରଗତି କରିଥିଲା । ସେ ମୋଟ ୧୩ ବର୍ଷ ପାଇଁ ଜଣେ ହୋମମେକର ଥିଲେ । ୧୯୭୪ରେ ସେ ଫେଡେରାଲ୍ ଓକିଲ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ସେତେବେଳେ ମୋଟ ୬୨ ଓକିଲଙ୍କ ମଧ୍ୟରୁ କେବଳ ଦୁଇ ଜଣ ମହିଳା ଓକିଲ ଥିଲେ । ସେମାନଙ୍କ ମଧ୍ୟରୁ ସେ ଜଣେ ଥିଲେ । ଏହା ପରେ ମାରିଆନଙ୍କ କ୍ୟାରିଅର୍ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଇଲା । କୋର୍ଟ କୋଠରୀରେ ଏହି ବିଚାରପତି ଜଣେ ଅତି କଠୋର ବିଚାରପତି ଭାବରେ ଦେଖାଯାଉଥିଲେ ।

ଅଧିକ ପଢ଼ନ୍ତୁ:-ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ

କାର୍ଯ୍ୟ ସମୟରେ ଟ୍ରମ୍ପଙ୍କୁ ସମର୍ଥନ କରିଥିବାରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ଯେପରି ଥରେ ସେ ଡ୍ରଗ୍ କାରବାର ମାମଲାରେ ଟ୍ରମ୍ପଙ୍କ ନାଁ ଆସିଥିଲା । ସେହି ମାମଲାରେ ଅଭିଯୁକ୍ତଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କକୁ ମଧ୍ୟ କୁହାଯାଉଥିଲା । ତେବେ ସେହି ମାମଲାର ସମସ୍ତ ବିବରଣୀ ପରେ ଅଦୃଶ୍ୟ ହୋଇଯାଇଥିଲା । ବିଚାରପତିଙ୍କ ଉପରେ ନିଜ ଭାଇ ଟ୍ରମ୍ପ ଏବଂ ବାପାଙ୍କ ସହିତ ମିଶି ଟ୍ୟାକ୍ସ ଚୋରି ଅଭିଯୋଗ ସାମ୍ନାକୁ ଆସିଥିଲା ।

୨୦୧୮ରେ ନ୍ୟୁୟର୍କ ଟାଇମ୍ସରେ ଏକ ବଡ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଅନୁସନ୍ଧାନକାରୀ ସାମ୍ବାଦିକମାନେ କହିଥିଲେ ଯେ, ଟ୍ରମ୍ପ ଏବଂ ତାଙ୍କ ପିତାଙ୍କ ବ୍ୟବସାୟ ପାଇଁ ମାରିଆନ୍ କିପରି ଟିକସ ଫାଙ୍କିବା ପଦ୍ଧତି ଦେଉଛନ୍ତି । ଏହି ରିପୋର୍ଟକୁ ନେଇ ବହୁତ ବିବାଦ ସୃଷ୍ଟି ହୋଇଥିଲା । କିଛି ସମୟ ପରେ ନ୍ୟୁୟର୍କ ରାଜ୍ୟ ଟିକସ ଏବଂ ଅର୍ଥ ବିଭାଗ(New York State Department of Taxation and Finance) ତାଙ୍କ  ଓ ତାଙ୍କ ପରିବାର ବିରୋଧରେ ଜାଲିଆତି ମାମଲାର ତଦନ୍ତ ଆରମ୍ଭ କରିଥିଲା, କିନ୍ତୁ ତଦନ୍ତର କୌଣସି ଫଳାଫଳ ସାମ୍ନାକୁ ଆସିପାରି ନଥିଲା ।

ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !

ତେବେ ନିକଟରେ ଟ୍ରମ୍ପଙ୍କ ଭାଇଙ୍କ ଝିଅ ମେରି ଟ୍ରମ୍ପ ଏକ ଗୁପ୍ତ ରେକର୍ଡିଂ ଲିକ୍ କରିଛନ୍ତି । ଏଥିରେ ବଡ ଭଉଣୀ ମାରିଆନ୍ ଟ୍ରମ୍ପଙ୍କୁ ମିଥ୍ୟାବାଦୀ କହୁଛନ୍ତି । ଆଉ ତାଙ୍କ(ଟ୍ରମ୍ପ) କୌଣସି ନୀତି ନାହିଁ ଏବଂ ତାଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୨୨ରେ ଆସିଥିବା ଏହି ରେକର୍ଡିଂ ବିଷୟରେ ମେରି ଟ୍ରମ୍ପ କହିଛନ୍ତି ଯେ ପିଉସୀଙ୍କ ସହ କଥା ହେବା ସମୟରେ ସେ ଲୁଚାଇ ରେକର୍ଡ କରିଥିଲେ । ତେବେ ଏହି ରେକର୍ଡିଂ ଉପରେ ପିଉସୀ ଅର୍ଥାତ୍ ମାରିଆନ୍ ଟ୍ରମ୍ପଙ୍କ ତରଫରୁ କୌଣସି ମନ୍ତବ୍ୟ ଆସି ନାହିଁ ।

ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ଅନ୍ୟପକ୍ଷେ ଟ୍ରମ୍ପଙ୍କ ନିଜ ପରିବାରର ସଦସ୍ୟମାନେ ତାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି । ମେର ଟ୍ରମ୍ପଙ୍କ ଏକ ପୁସ୍ତକ ମଧ୍ୟ ଆସିଛି, ଯାହାର ନାଁ ହେଉଛି Too Much and Never Enough:How My Family Created the World's Most Dangerous Man । ଏହି ପୁସ୍ତକରେ ମେରି ତାଙ୍କ ମାମୁଁ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି । ଫ୍ରେଡ୍ ଟ୍ରମ୍ପ ସିନିୟରଙ୍କ ଦୁଇ ପୁଅଙ୍କ ସହ ସମ୍ପର୍କ କିପରି ଅଜବ ଥିଲା ଏବଂ ଏହା ଯୋଗୁଁ ଏହି ସମୟରେ ବିଶ୍ୱ ପାଇଁ ଏକ ବିପଜ୍ଜନକ ବ୍ୟକ୍ତି ସୃଷ୍ଟି ହୋଇଛି । ଏହି ପୁସ୍ତକରେ ମେରି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୟାକ୍ସ ସମ୍ୱନ୍ଧୀୟ ସ୍କିମ୍ କେମିତି ସନ୍ଦେହଜନକ ଏବଂ ଜାଲିଆତି କରୁଛି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ

ଏପରିକି ମେରିଙ୍କ ପୁସ୍ତକ ଟ୍ରମ୍ପଙ୍କ ଦାବିକୁ ପରିହାସ କରିଥାଏ ​। ଏହି ପୁସ୍ତକ ଦାବି କରିଛି ଯେ, ଡୋନାଲ୍ଡ ଟ୍ରମ୍ପ ତାଙ୍କ ଜେଜେବାପାଙ୍କ ରିଏଲ୍ ଇଷ୍ଟେଟ୍ ସାମ୍ରାଜ୍ୟରୁ ଅତି କମରେ ୪୧୩ ମିଲିୟନ୍ ଡଲାର୍ ପାଇଛନ୍ତି । ମେରିଙ୍କ କହିବାନୁସାରେ, ଏହା ପରେ ମଧ୍ୟ ଟ୍ରମ୍ପ ଅଧିକ ଅର୍ଥ ପାଇଁ ଏକ ଆଇନଗତ ଯୁଦ୍ଧ କରିଥିଲେ ଏବଂ ସେହି ସମୟରେ ସମସ୍ତଙ୍କ ସହ କ୍ରୁର ବ୍ୟବହାର କରିଥିଲେ ।