ବନ୍ଦ ହୋଇଯିବ ଦୁଇ ହଜାର ଟଙ୍କିଆ ନୋଟ !
Advertisement
Article Detail0/zeeodisha/odisha646489

ବନ୍ଦ ହୋଇଯିବ ଦୁଇ ହଜାର ଟଙ୍କିଆ ନୋଟ !

ବିମୁଦ୍ରୀକରଣରେ ଜନ୍ମ ନେଇଥିବା ନୋଟର ଆୟୁଷ ପୁରିବାକୁ ଯାଉଛି

ବନ୍ଦ ହୋଇଯିବ ଦୁଇ ହଜାର ଟଙ୍କିଆ ନୋଟ !

ନୂଆଦିଲ୍ଲୀ: ବନ୍ଦ ହୋଇଯିବ ଦୁଇ ହଜାର ଟଙ୍କିଆ ନୋଟ। ବିମୂଦ୍ରୀକରଣ ପରେ ଜନ୍ମ ନେଇଥିବା ଏହି ଦୁଇ ହଜାର ଟଙ୍କିଆ ନୋଟର ଆୟୁଷ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଏବେ ଏଟିଏମରୁ ଆଉ ଦୁଇ ହଜାର ଟଙ୍କିଆ ନୋଟ ବାହାରିବ ନାହିଁ। ଏଟିଏମରେ ଦୁଇ ହଜାର ଟଙ୍କିଆ ନୋଟକୁ ପୁରାଇବା ବନ୍ଦ କରିଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। 

ଏଠାରେ କହି ରଖୁଛୁ କି ଗତବର୍ଷ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଦୁଇ ହଜାର ଟଙ୍କିଆ ନୋଟ ଛପା କାର୍ଯ୍ୟ ବନ୍ଦ ହୋଇ ଯାଇଛି। ସେପଟେ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ମୁତାବକ ଏଟିଏମରେ ଥିବା ଦୁଇ ହଜାର ଟଙ୍କିଆ ନୋଟ ଥାକରେ କେବଳ ୫ ଶହ ଟଙ୍କିଆ ନୋଟକୁ ରଖାଯିବ। ଉକ୍ତ ରିପୋର୍ଟ ଅନୁଯାୟୀ ଏଟିଏମରେ ଥିବା ୪ଟି ଥାକ ମଧ୍ୟରୁ ୩ଟି ଥାକରେ କେବଳ ୫ ଶହ ଟଙ୍କିଆ ନୋଟ ରଖାଯିବାକୁ ଥିବା ବେଳେ ଅନ୍ୟ ଗୋଟିଏ ଥାକରେ କେବଳ ଶହେ ଓ ଦୁଇ ଶହ ଟଙ୍କିଆ ନୋଟକୁ ରଖାଯିବ। 

ତେବେ ଏହି ଦୁଇ ହଜାର ଟଙ୍କିଆ ନୋଟର ବୈଦ୍ଧତା ଜାରି ରହିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଦୁଇ ହଜାର ଟଙ୍କିଆ ନୋଟର ବିକଳ୍ପ ବା ପରିବର୍ତ୍ତନା ଆଣିବା ଏକ ବଡ଼ ସମସ୍ୟା। ଏହାକୁ ଧ୍ୟାନରେ ରଖି କିଛି ବ୍ୟାଙ୍କ ଏହି ଦୁଇ ହଜାର ଟଙ୍କିଆ ନୋଟ ବ୍ୟବହାର କରିବା ଧିରେ ଧିରେ ବନ୍ଦ କରିବା ଆରମ୍ଭ କରିଦେଲେଣି। 

ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୬-୧୭ ମସିହାରେ ୨ ହଜାର ଟଙ୍କିଆ ନୋଟ ୩୫୪୨.୯୯ ମିଲିୟନ ନୋଟ ଛପା ଯାଇଥିଲା। ଯଦିଓ ୨୦୧୭-୧୮ ମସିହାରେ ଏହି ନୋଟ ଯଥେଷ୍ଟ କମ ଛପାଯାଇଥିବା ଜଣାପଡ଼ିଛି। ୨୦୧୭-୧୮ ମସିହାରେ ଏହି ନୋଟ ୧୧୧.୫୦୭ ମିଲିୟନ ନୋଟ ଛପା ଯାଇଥିଲା। ସେହିପରି ୨୦୧୮-୧୯ ମସିହାରେ ଏହାର ମାତ୍ରା ଆହୁରି ଖସି ଯାଇ ମାତ୍ର ୪୬.୬୯୦ ମିଲିୟନ ନୋଟ ଛପା ଯାଇଥିବା ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। 

ତେବେ ଏହି ନୋଟ ବନ୍ଦ ହେବାକୁ ନେଇ ଆପଣମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଏହି ନୋଟର ପ୍ରଚଳନକୁ ସରକାର ଧିରେଧିରେ ବନ୍ଦ କରିଦେବେ। ମାତ୍ର ଏହାର ବ୍ୟବହାର କରାଯାଇପାରିବ। ତେବେ ଏହି ନୋଟ ଯେତେବେଳେ ଗ୍ରାହକ ବ୍ୟାଙ୍କକୁ ନେବେ, ବ୍ୟାଙ୍କ ତାକୁ ଗ୍ରହଣ କରିବା ସହିତ ତାହାକୁ ବଜାରକୁ ଆଉ ଛାଡ଼ିବ ନାହିଁ। ବରଂ ତାହାକୁ ଆରବିଆଇ ନିକଟକୁ ପଠାଇ ଦେବ ବୋଲି ଆରବିଆଇ କହିଛି। 

ସେପଟେ କିଛି ବ୍ୟାଙ୍କର କହିବା ମୁତାବକ ଏଟିଏମରୁ ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ତାହାକୁ ଖୁଚୁରା କରିବା ପାଇଁ ବ୍ୟାଙ୍କକୁ ଆସୁଥିଲେ। ଫଳରେ ଅଧିକାଂଶ ସମୟରେ ବ୍ୟାଙ୍କରେ ଖୁଚୁରା ନୋଟ ସମସ୍ୟା ସୃଷ୍ଟି ହେବା ସହିତ ଲୋକ ଗହଳି ଲାଗି ରହୁଥିଲେ। ମାତ୍ର ଏଟିଏମରେ ଏହି ଦୁଇ ହଜାର ଟଙ୍କିଆ ନୋଟକୁ ଆଉ ପୁରାଯାଉନାହିଁ। ଫଳରେ ଏହି ସମସ୍ୟାକୁ ସବୁଦିନ ପାଇଁ ଏକ ପ୍ରକାର ବନ୍ଦ କରି ଦିଆଯାଇଛି।