ସରକାର କହିଛନ୍ତି ଯେ, ଯେଉଁ କର୍ମଚାରୀ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଯେଉଁ କର୍ମଚାରୀମାନେ ଆବେଦନ କରିବେ ନାହିଁ ସେମାନଙ୍କୁ ଜାତୀୟ ପେନସନ୍ ସିଷ୍ଟମ (National Pension System) ର ଲାଭ ମିଳିବ । ଯେଉଁ କର୍ମଚାରୀମାନେ ୧ ଜାନୁୟାରୀ ୨୦୦୪ରୁ ୨୮ ଅକ୍ଟୋବର ୨୦୦୯ ମଧ୍ୟରେ ନିଯୁକ୍ତ ହୋଇଥିଲେ ସେମାନେ କେବଳ CCS ପେନସନ୍ ଅଧୀନରେ ପେନସନର ସୁବିଧା ପାଇବେ ।
Trending Photos
ନୂଆଦିଲ୍ଲୀ: NPS and Old Pension System: କେନ୍ଦ୍ର ସରକାରୀ କର୍ମଚାରୀ (Central Government employees) ଙ୍କ ପେନସନ୍ ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ସରକାରୀ କର୍ମଚାରୀମାନେ ବର୍ତ୍ତମାନ ଜାତୀୟ ପେନସନ ସିଷ୍ଟମ୍ (NPS) କୁ ଛାଡି ମେ ୩୧,୨୦୨୧ ପର୍ଯ୍ୟନ୍ତ ପୁରୁଣା ପେନସନ ସ୍କିମ୍ (OPS) ର ଲାଭ ଉଠାଇ ପାରିବେ । ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି ।
ସରକାର କହିଛନ୍ତି ଯେ, ଯେଉଁ କର୍ମଚାରୀ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଯେଉଁ କର୍ମଚାରୀମାନେ ଆବେଦନ କରିବେ ନାହିଁ ସେମାନଙ୍କୁ ଜାତୀୟ ପେନସନ୍ ସିଷ୍ଟମ (National Pension System) ର ଲାଭ ମିଳିବ । ଯେଉଁ କର୍ମଚାରୀମାନେ ୧ ଜାନୁୟାରୀ ୨୦୦୪ରୁ ୨୮ ଅକ୍ଟୋବର ୨୦୦୯ ମଧ୍ୟରେ ନିଯୁକ୍ତ ହୋଇଥିଲେ ସେମାନେ କେବଳ CCS ପେନସନ୍ ଅଧୀନରେ ପେନସନର ସୁବିଧା ପାଇବେ ।
ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ
ପୁରୁଣା ପେନସନ୍ ଯୋଜନା ଅଧିକ ଲାଭଦାୟକ ଅଟେ!
ଏହି ନିଷ୍ପତ୍ତି ଉପରେ ବିଶେଷଜ୍ଞମାନେ କହିଛନ୍ତି ଯେ, ପୁରୁଣା ପେନସନ୍ ଯୋଜନା NPS ଅପେକ୍ଷା ଅଧିକ ଲାଭଦାୟକ । କାରଣ ପୁରୁଣା ଯୋଜନାରେ ଅବସର ନେବା ପରେ ପେନସନଧାରୀ ଏବଂ ପରିବାର ସଦସ୍ୟ ମଧ୍ୟ ସୁରକ୍ଷା ପାଆନ୍ତି ।
କେଉଁ କର୍ମଚାରୀ ଏହି ଯୋଜନାର ଲାଭ ପାଇବେ
ପୁରୁଣା ପେନସନ ଯୋଜନା କେବଳ ସେହି କେନ୍ଦ୍ର କର୍ମଚାରୀମାନଙ୍କୁ ଉପକୃତ କରିବ, ଯେଉଁମାନେ ୧ ଜାନୁଆରୀ ୨୦୦୪ ପୂର୍ବରୁ ରେଲୱେ ପେନସନ୍ ନିୟମ କିମ୍ବା CCS (ପେନସନ୍) ନିୟମ, 1972 ଅଧୀନରେ ରାଜ୍ୟ ସରକାରଙ୍କ ସରକାରୀ ବିଭାଗ କିମ୍ବା ସ୍ୱୟଂଶାସିତ ଅନୁଷ୍ଠାନରେ ନିଯୁକ୍ତ ହୋଇଥିଲେ । ଏହା ପରେ ଯଦି ସେ ରାଜ୍ୟ ସରକାରଙ୍କ ପେନସନଭୋଗୀ ବିଭାଗର ଚାକିରିରୁ ଇସ୍ତଫା ଦେଇ ସେ ପେନସନଭୋଗୀ ବିଭାଗ କିମ୍ବା କେନ୍ଦ୍ର ସରକାରଙ୍କ ସ୍ୱୟଂଶାସିତ ସଂଗଠନରେ ନିଯୁକ୍ତି ପାଇଛନ୍ତି ।
ଅଧିକ ପଢ଼ନ୍ତୁ:-ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ
NPS କ'ଣ?
୧୮ରୁ ୬୦ବର୍ଷ ବୟସର ଲୋକମାନେ ଜାତୀୟ ପେନସନ୍ ସିଷ୍ଟମରେ ନିବେଶ କରିପାରିବେ । ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇପାରିବ । କର୍ମଚାରୀମାନେ ଧାରା 80CCD ର ଉପ ଧାରା 80CCD (1) ଅନୁଯାୟୀ ପେନସନ୍ ଯୋଜନାରେ ଜମା ଉପରେ ଟିକସ ଛାଡ ପାଆନ୍ତି ।
ବେତନ ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ବେତନର ୧୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଅଣବେତନ ପ୍ରାପ୍ତ କର୍ମଚାରୀ ମୋଟ ଆୟର ୨୦ ପ୍ରତିଶତ ପର୍ଯ୍ୟନ୍ତ ପେନସନ୍ ଆକାଉଣ୍ଟରେ ଜମା କରିପାରିବେ । ଏହା ଉପରେ ସେମାନେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ପାଇବେ ।