ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ
Advertisement

ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ

ଇମ୍ରାନ କହିଛନ୍ତି ଯେ, "ଯେଉଁ ଷଡ଼ଯନ୍ତ୍ର ମାଧ୍ୟମରେ ଏସବୁ ଲୋକଙ୍କୁ କ୍ଷମତା ମିଳିଛି, ମୁଁ ନିଜର ସଂସ୍ଥା ଠାରୁ ଜାଣିବାକୁ ଚାହୁଁଛି କି କ'ଣ ଆମର ପରମାଣୁ କାର୍ଯ୍ୟକ୍ରମ ଯେଉଁମାନଙ୍କ ହାତରେ ଅଛି, ତାହାର ସୁରକ୍ଷା ସେମାନେ କରିପାରିବେ କି?" ଇମ୍ରାନଙ୍କ ଦାବି କରିଛନ୍ତି ଯେ ଯେତେବେଳେ ଋଷ (Russia) ୟୁକ୍ରେନ (Ukraine) ଉପରେ ଆକ୍ରମଣ କରିଥିଲା ସେହି ଦିନ ସେ ମସ୍କୋ ଯାଇଥିଲେ । ଯେଉଁଥି ପାଇଁ ଆମେରିକା (America) ଅସନ୍ତୁଷ୍ଟ ହୋଇଯାଇଥିଲା ଓ ଇମ୍ରାନ ଖାନ (Imran Khan) ଙ୍କୁ ହଟାଇବା ପାଇଁ ଦାବି କରିଥିଲା ।

ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ

ଇସଲାମାବାଦ: Imran Khan: ପାକିସ୍ତାନର କ୍ଷମତା ନିଜ ହାତରୁ ଯିବା ପରେ ଇମ୍ରାନ ଖାନ (Imran Khan) ରାସ୍ତାକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସେ ଲଗାତର ପାକିସ୍ତାନର ନୂଆ ସରକାର (New Pakistan Government) ଙ୍କୁ ଟାର୍ଗେଟ କରୁଛନ୍ତି । ଏହାସହ ତାଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ଥିବା କଥା କହୁଛନ୍ତି । ଏହି ସମୟରେ ସେ ଏପରି ଦାବି କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସେ କହିଛନ୍ତି ଯେ ଦେଶରେ ନୂଆ ସରକାର ହାତରେ ପରମାଣୁ ଅସ୍ତ୍ରଶସ୍ତ୍ର ( Nuclear Weapon) ସୁରକ୍ଷିତ ନାହିଁ । କିନ୍ତୁ ଇମ୍ରାନଙ୍କ ଏହି ଦାବିରୁ ସେନା (Pak Army) ଅସନ୍ତୋଷ ବ୍ୟକ୍ତ କରିଛି ।

ଗୁରୁବାର ପାକିସ୍ତାନ ସେନାର ମିଡିଆ ୱିଙ୍ଗ୍ ଇଣ୍ଟର-ସର୍ଭିସେଜ୍ ପବ୍ଲିକ ରିଲେଶନ (ISPR) ର ମହାନିର୍ଦ୍ଦେଶକ (DG) ମେଜର ଜେନେରାଲ ବାବର ଇଫ୍ତିଖାର ଇମ୍ରାନ ଖାନଙ୍କ ଦାବିକୁ ଖାରଜ କରି କହିଛନ୍ତି ଯେ, 'ପାକିସ୍ତାନର ପରମାଣୁ ସମ୍ପତ୍ତି କେବଳ ଜଣେ ବ୍ୟକ୍ତି ସହ ଜଡ଼ିତ ନୁହେଁ ।' ସେପଟେ ବୁଧବାର ରାତିରେ ଇମ୍ରାନ ଜୋରଦାର ଭାଷଣ ଦେଇ କହିଥିଲେ ଯେ, ସେ ଦେଶର ସମସ୍ତ ସଂସ୍ଥା ଠାରୁ ଜାଣିବାକୁ ଚାହାଁନ୍ତି କି କ'ଣ ଷଡ଼ଯନ୍ତ୍ର ମାଧ୍ୟମରେ କ୍ଷମତାରେ ଆସିଥିବା ଲୋକ ଦେଶର ପରମାଣୁ କାର୍ଯ୍ୟକ୍ରମ (Nuclear Programmes) ର ସୁରକ୍ଷା କରିପାରିବେ ।

ଇମ୍ରାନ କହିଛନ୍ତି ଯେ, "ଯେଉଁ ଷଡ଼ଯନ୍ତ୍ର ମାଧ୍ୟମରେ ଏସବୁ ଲୋକଙ୍କୁ କ୍ଷମତା ମିଳିଛି, ମୁଁ ନିଜର ସଂସ୍ଥା ଠାରୁ ଜାଣିବାକୁ ଚାହୁଁଛି କି କ'ଣ ଆମର ପରମାଣୁ କାର୍ଯ୍ୟକ୍ରମ ଯେଉଁମାନଙ୍କ ହାତରେ ଅଛି, ତାହାର ସୁରକ୍ଷା ସେମାନେ କରିପାରିବେ କି?" ଇମ୍ରାନଙ୍କ ଦାବି କରିଛନ୍ତି ଯେ ଯେତେବେଳେ ଋଷ (Russia) ୟୁକ୍ରେନ (Ukraine) ଉପରେ ଆକ୍ରମଣ କରିଥିଲା ସେହି ଦିନ ସେ ମସ୍କୋ ଯାଇଥିଲେ । ଯେଉଁଥି ପାଇଁ ଆମେରିକା (America) ଅସନ୍ତୁଷ୍ଟ ହୋଇଯାଇଥିଲା ଓ ଇମ୍ରାନ ଖାନ (Imran Khan) ଙ୍କୁ ହଟାଇବା ପାଇଁ ଦାବି କରିଥିଲା ।

ପେଶାବର ରାଲିରେ ଆମେରିକା ନାମ ନେଇ ଇମ୍ରାନ ଖାନ କହିଛନ୍ତି ଯେ, "ଆମେରିକା, ଆମକୁ ଆପଣଙ୍କ କ୍ଷମାର ଆବଶ୍ୟକତା ନାହିଁ । ଆପଣ ଆମକୁ କ୍ଷମା ପ୍ରଦାନ କରିବା ପାଇଁ କିଏ? ଆପଣ ଏହି ଗୁଲାମ, ଏହି ଶରୀଫ ଏବଂ ଜୋରଦାରୀଙ୍କ ପସନ୍ଦ । କ'ଣ ପରମାଣୁ କାର୍ଯ୍ୟକ୍ରମ ଏହି ଲୁଟେରାଙ୍କ ହାତରେ ସୁରକ୍ଷିତ ଅଛି, ଯେଉଁମାନଙ୍କ ଟଙ୍କା ବାହାର ଅଛି?" ସେ ଦେଶକୁ ସମ୍ୱୋଧନ କରି କହିଛନ୍ତି ଯେ, ଆପଣ ଏହି ଚୋରଙ୍କ ହାତରେ ପାକିସ୍ତାନର ସୁରକ୍ଷା ହସ୍ତାନ୍ତର କରୁଛନ୍ତି, କ'ଣ ଆପଣଙ୍କୁ ଆଲ୍ଲାହଙ୍କ ଡର ନାହିଁ କି?

ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ

ସୂଚନାଯୋଗ୍ୟ, ଖବର ସରବରାହ ସଂସ୍ଥା AFP ଦୁନିଆରେ ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶର ସଂଖ୍ୟା ଜାରି କରିଛି । ନ୍ୟୁଜ୍ ଏଜେନ୍ସି 'ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସ୍'ର ପରିସଂଖ୍ୟାନକୁ ଉଦ୍ଧୃତ କରିଛି । 

ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି 

ଋଷ- ୫୯୭୭

ଆମେରିକା- ୫୪୨୮

ଚୀନ-୩୫୦

ଫ୍ରାନ୍ସ-୨୯୦

ବ୍ରିଟେନ- ୨୨୫

ପାକିସ୍ତାନ- ୧୬୫

ଇସ୍ରାଏଲ- ୯୦

ଉତ୍ତର କୋରିଆ -୨୦