କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO
Advertisement

କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

WHO warns coronavirus: ଦୁନିଆରେ କିଛି ଦେଶରେ ପୁଣି ଥରେ କୋରୋନା ଭୂତାଣୁ ମାମଲା (Coronavirus Cases) ବଢ଼ିବାରେ ଲାଗିଛି । ଯାହା ପରେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଚୀନ (China) ଓ ଦକ୍ଷିଣ କୋରିଆ (South Korea) ରେ କୋରୋନା ଭୂତାଣୁ (COVID-19) ର ପ୍ରକୋପ ଜାରି ରହିଛି । ଅବଶ୍ୟ ଦକ୍ଷିଣ କୋରିଆରେ କୋରୋନା ମାମଲାରେ ସାମାନ୍ୟ ହ୍ରା

କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: WHO warns coronavirus: ଦୁନିଆରେ କିଛି ଦେଶରେ ପୁଣି ଥରେ କୋରୋନା ଭୂତାଣୁ ମାମଲା (Coronavirus Cases) ବଢ଼ିବାରେ ଲାଗିଛି । ଯାହା ପରେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଚୀନ (China) ଓ ଦକ୍ଷିଣ କୋରିଆ (South Korea) ରେ କୋରୋନା ଭୂତାଣୁ (COVID-19) ର ପ୍ରକୋପ ଜାରି ରହିଛି । ଅବଶ୍ୟ ଦକ୍ଷିଣ କୋରିଆରେ କୋରୋନା ମାମଲାରେ ସାମାନ୍ୟ ହ୍ରାସ ଘଟିଛି । କିନ୍ତୁ ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଚୀନରେ କୋରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଚୀନର ଅନେକ ସହରରେ ଲକଡାଉନ୍ (Lockdown) ଲଗାଯାଇଛି । ଏହାସହ ବିଭିନ୍ନ କୋରୋନା କଟକଣା ଲାଗୁ କରାଯାଇଛି । ଭାରତର ରାଜଧାନୀ ଦିଲ୍ଲୀ ସମେତ କେତେକ ସ୍ଥାନରେ ପୁଣିଥରେ କୋରୋନା ମାମଲା (Coronavirus in India) ବଢ଼ିବା ଆରମ୍ଭ କରିଦେଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି । 

ସଂଗଠନ (WHO) ଗୁରୁବାର କହିଛି ଯେ, କୋରୋନା (COVID-19) ଏକ କ୍ଷଣସ୍ଥାୟୀ ରୋଗ ହେବା ଠାରୁ ବହୁ ଦୂରରେ ଅଛି ଓ ବର୍ତ୍ତମାନ ସମୟରେ ଏହା ଦୁନିଆରେ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ । WHO ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ଯେ, ଏହା ମନେ କରିବା ଭୁଲ ହେବ କି ଯଦି କୋଭିଡ-19 ଶେଷ ହୋଇଯାଏ ଓ ଏଣ୍ଡେମିକ୍ ହୋଇଯିବ ତେବେ ଏହାର ଅର୍ଥ ହେଉଛି ସମସ୍ୟାର ସମାପ୍ତି ହୋଇଯାଇଛି ।  

ସେ ଆଗକୁ କହିଛନ୍ତି ଯେ, ମୋତେ ନିଶ୍ଚିତ ଭାବେ ଏହି କଥା ଉପରେ ଭରସା ନାହିଁ କି ଏହି ଭୂତାଣୁ ଏକ ଶେଷ ସ୍ଥିତିରେ ପ୍ରାୟ ପହଞ୍ଚିସାରିଛି । ବର୍ତ୍ତମାନ କୋରୋନା ଏପରି ହୋଇନାହିଁ ଯେ ଏହା ଏକ ବିଶେଷ ପାଣିପାଗରେ ବ୍ୟାପିବ । ଏହା କୌଣସି ପ୍ରକାରର ପାଣିପାଗ ପ୍ୟାଟର୍ନ ବା ଟ୍ରାନ୍ସମିଶନ ପ୍ୟାଟର୍ନରେ ପରିବର୍ତ୍ତିତ ହୋଇନାହିଁ । ଏହି ଭୂତାଣୁ ବହୁତ ଅସ୍ଥିର ଅଛି ଓ ବହୁତ ବଡ଼ ମହାମାରୀ ସୃଷ୍ଟି କରିବାରେ ସକ୍ଷମ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା

 

ସୂଚନାଯୋଗ୍ୟ, କୌଣସି ରୋଗ ସେତେବେଳେ ଏଣ୍ଡେମିକ୍ ହୋଇଥାଏ ଯେତେବେଳେ ଦୁନିଆର ଜନସଂଖ୍ୟାରେ ଏହାର ଉପସ୍ଥିତି ଓ ସାମାନ୍ୟ ପ୍ରଚଳନ ଜାରି ରହିଥାଏ । କିନ୍ତୁ ଏହା ମହାମାରୀ ଅପେକ୍ଷା ବହୁତ ସୀମିତ ରହିଥାଏ । କୌଣସି ରୋଗର ପ୍ରକୋପ କ୍ଷଣସ୍ଥାୟୀ ସେତେବେଳେ ହୋଇଥାଏ ଯେତେବେଳେ ଏହାର ଉପସ୍ଥିତି ଲଗାତର ରହିଥାଏ କିନ୍ତୁ ଏହା ବିଶେଷ ଅଞ୍ଚଳ ବା କ୍ଷେତ୍ର ମଧ୍ୟରେ ସୀମିତ ରହିଥାଏ । ଉଦାହରଣ ସ୍ୱରୂପ, ମ୍ୟାଲେରିଆକୁ କିଛି ଦେଶ ଓ ସ୍ଥାନୀୟ ରୋଗ ଭାବେ ବିବେଚନା କରାଯାଇଥାଏ । ସେହିପରି ଚିକନପୋକ୍ସ୍, ଟିବି ମଧ୍ୟ ଏକ ଏଣ୍ଡେମିକ୍ ରୋଗ । ଏହାର ପ୍ରକୋପ ବହୁତ ସୀମିତ ରହିଥାଏ ।