ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! କିଲୋ ପିଛା ୧୦ ଟଙ୍କା ଶସ୍ତା ହେଲା ପିଆଜ
Advertisement

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! କିଲୋ ପିଛା ୧୦ ଟଙ୍କା ଶସ୍ତା ହେଲା ପିଆଜ

Onion Price: ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପରେ ପିଆଜର ମୂଲ୍ୟ ପ୍ରାୟ ୧୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇର ହୋଲସେଲ ବଜାରରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୦ ଟଙ୍କାକୁ ଖସି ଆସିଛି ।

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! କିଲୋ  ପିଛା ୧୦ ଟଙ୍କା ଶସ୍ତା ହେଲା ପିଆଜ

ନୂଆଦିଲ୍ଲୀ: Onion Price: ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପରେ ପିଆଜ ଦରରେ ପ୍ରାୟ  ୧୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇର ହୋଲସେଲ ବଜାରରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୦ ଟଙ୍କାକୁ ଖସି ଆସିଛି । ପିଆଜ କଳା ବଜାରୀ କରୁଥିବା ଲୋକଙ୍କ ବିରୋଧରେ ସରକାର କଡା ପଦକ୍ଷେପ ନେଇଛନ୍ତି । ଯାହା ପରେ ଦର ହ୍ରାସ ପାଇଛି । 

ସୂଚନାଯୋଗ୍ୟ, ଏହିପରି କଳା ବଜାରୀକୁ ରୋକିବା ପାଇଁ ସରକାର ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ସୀମା ବୃଦ୍ଧି କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ସରକାର ଏହି ସୀମା ସ୍ଥିର କରିବା ପରେ ମହାରାଷ୍ଟ୍ରର ଲାସାଲଗାଓଁରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୫୧ ଟଙ୍କାକୁ ଖସି ଆସିଛି । ଏସିଆର ପିଆଜର ସବୁଠାରୁ ବଡ ହୋଲସେଲ ବଜାର ହେଉଛି ଲାସାଲଗାଓଁ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ସରକାରୀ ଆକଳନ ଅନୁଯାୟୀ, ଚେନ୍ନାଇରେ ପିଆଜର ହୋଲସେଲ ମୂଲ୍ୟ ଅକ୍ଟୋବର ୨୪ରେ ପ୍ରତି କିଲୋ ୬୬ ଟଙ୍କା ଥିଲା । ଯାହା ଅକ୍ଟୋବର ୨୩ରେ ପ୍ରତି କିଲୋଗ୍ରାମ ୭୬ ଟଙ୍କା ଥିଲା । ସେହିଭଳି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଭୋପାଳରେ ପିଆଜର ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ୫-୬ ଟଙ୍କା ହ୍ରାସ ପାଇଁ କ୍ରମଶଃ: ୭୦ ଟଙ୍କା କିଲୋଗ୍ରାମ, ୬୪ ଟଙ୍କା କିଲୋଗ୍ରାମ ଏବଂ ୪୦ ଟଙ୍କା କିଲୋଗ୍ରାମ ରହିଛି । ବଜାରରେ ପିଆଜ ଯୋଗାଣ ବୃଦ୍ଧି ହେତୁ ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-ଶେଷ ହେଲା ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କେତେ ହୋଇଛି କ୍ଷୟକ୍ଷତି ?

ସରକାର ଅକ୍ଟୋବର ୨୩ରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଲାଗୁ କରିଥିଲେ । ଏହାପରେ ଡିସେମ୍ବର ୩୧ ସୁଦ୍ଧା ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପିଆଜର ଷ୍ଟକ୍ ସୀମା ୨ ଟନ୍ ଏବଂ ହୋଲସେଲରଙ୍କ ପାଇଁ ୨୫ ଟନ୍ ସ୍ଥିର କରିଥିଲେ । ପିଆଜର କଳା ବଜାରୀକୁ ରୋକିବା ଏବଂ ଏହାର ଆକାଶଛୁଆଁ ମୂଲ୍ୟକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କିଛି ଖୁଚୁରା ବଜାରରେ ପିଆଜ ମୂଲ୍ୟ ୧୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।