ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'
Advertisement

ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଜମହଲର ନିର୍ମାଣ ୧୬୩୨ରୁ ୧୬୫୩ ପର୍ଯ୍ୟନ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କେବଳ ଏହା ନୁହେଁ ଯେ ସେଠାରେ ସମସ୍ତ ମୁସଲମାନ କର୍ମଚାରୀ ରହିଥିବେ । ଯେତେବେଳେ କୁତୁବ ମିନାର ନିର୍ମାଣ ହେଲା, ସେଠାରେ ନିଶ୍ଚିତ ଭାବରେ ସେଠାରେ ବହୁ ହିନ୍ଦୁ କର୍ମୀ ରହିଥିବେ, ତେଣୁ ତାଜମହଲ ନିର୍ମାଣରେ ହିନ୍ଦୁ ଶ୍ରମିକମାନେ ନିଶ୍ଚୟ ଥିବେ । ଏହା ଏକ ସମ୍ଭାବନା ଥାଇପାରେ ଯେ ସେଠାରେ କାର୍ଯ୍ୟ କରୁଥିବା କାରିଗରମାନେ ସେହି ପ୍ରତିମାଗୁଡ଼ିକୁ ଗୋଟିଏ ସ୍ଥାନରେ ରଖି ବନ୍ଦ କରିଦେଇପାରେ ଯାହା ଦ୍ୱାରା କୌଣସି ବିବାଦ ନ ହେଉ । 

ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'

ନୂଆଦିଲ୍ଲୀ: ଆଗ୍ରା (Agra) ର ତାଜମହଲ (Taj Mahal) ରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବା ପାଇଁ ଦାଖଲ ହୋଇଥିବା ଯାଚିକା ଉପରେ ମଙ୍ଗଳବାର (ମେ ୧୦)  ଶୁଣାଣି ହୋଇପାରି ନାହିଁ । କାରଣ ଓକିଲଙ୍କ ଧର୍ମଘଟ ଚାଲିଛି । ଏହି ପରିପ୍ରେକ୍ଷୀରେ ଡକ୍ଟର ରଜନୀଶ ସିଂ ଏକ ଯାକିଚା ଦାଖଲ କରିଛନ୍ତି । ତାଙ୍କ ଦାବି ହେଉଛି ଯେ, ଏହି କୋଠରୀ ଖୋଲି ତାଜମହଲର ସତ୍ୟତାକୁ ସାମ୍ନାକୁ ଆଣଯାଉ । ତାଜମହଲ ଓ ତେଜୋ ମହାଲୟକୁ ନେଇ ଜାରି ଥିବା ଲଢ଼େଇ ମଧ୍ୟରେ ଐତିହାସିକ ରବି ଭଟ୍ଟ (Historian and Professor Ravi Bhatt) ଅନେକ ତଥ୍ୟ ସାମ୍ନାକୁ ରଖିଛନ୍ତି । ଆସନ୍ତୁ ଜାଣିବା ସେ କ'ଣ କହିଛନ୍ତି..

ତାଜମହଲରେ ଥିବା ୨୨ଟି ରହସ୍ୟମୟ ବନ୍ଦ କୋଠରୀକୁ ନେଇ ଐତିହାସିକ ଓ ପ୍ରଫେସର ରବି ଭଟ୍ଟ (Ravi Bhatt) କହିଛନ୍ତି ଯେ, "ଏହି ସମ୍ବାବନାକୁ ଖାରଜ କରିହେବ ନାହିଁ ଯେ ସେଠାରେ ମୂର୍ତ୍ତି ଥାଇପାରେ, କାରଣ ଶାହଜାହାନ (Shah Jahan) ଏହି ଜମି... ଯାହା ଉପରେ ତାଜମହଲ (Taj Mahal) ନିର୍ମିତ ହୋଇଛି, ତାହାକୁ ରାଜା ଜୟ ସିଂ (Raja Jai ​​Singh) ଙ୍କ ଠାରୁ କିଣି ଥିଲେ ଓ ସେ ଜଣେ ହିନ୍ଦୁ ରାଜା (Hindu king) ଥିଲେ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଐତିହାସିକ ତଥ୍ୟ ଉପରେ କଥାବାର୍ତ୍ତା କରିବେ, ତେବେ ଆପଣ ଏହା ପାଇବେ ଯେ ଶାହଜାହାନ ନିଜେ ଏହି ଜମି କିଣି ଥିଲେ, ଯାହା ଉପରେ ତାଜମହଲ ୧୭ ଏକରରେ ନିର୍ମାଣ ହୋଇଛି । ସେ ଏହି ଜମିକୁ ରାଜ ଜୟ ସିଂଙ୍କଠାରୁ କିଣିଥିଲେ ଓ ସେଠାରେ ରାଜା ଜୟ ସିଂଙ୍କର ଏକ ମହଲ ଥିଲା । ବର୍ତ୍ତମାନ ଯେତେବେଳେ ରାଜ ଜୟ ସିଂଙ୍କର ମହଲ କଥା ଆସିଛି ତ ଏହା ଅନୁମାନର ବିଷୟ କି ଏହା କୌଣସି ଛୋଟ ମହଲ ନ ଥିଲା । ଯଦି ଏକ ବହୁତ ବଡ଼ ମହଲ ଥିଲା ଓ ସେ ଜଣେ ହିନ୍ଦୁ ଥିଲେ, ତେବେ ସେଠାରେ ମଧ୍ୟ ଏକ ପୂଜାସ୍ଥଳୀ ଥିବ ନିଶ୍ଚୟ ଏବଂ ରାଜାଙ୍କ ମହଲରେ କୌଣସି ଛୋଟ ପୂଜାସ୍ଥଳୀ ନଥାଏ, ତେବେ ସେଠାରେ ଏକ ବଡ଼ ପୂଜାସ୍ଥଳୀ ଥିବ । ଏହା ଭିତରେ ମୂର୍ତ୍ତି ରହିବା ସ୍ୱାଭାବିକ । ସେ କହିଛନ୍ତି ଯେ ଏହା ଏକ ଅନୁମାନର ବିଷୟ ।

ଏହା ବି ପଢ଼ନ୍ତୁ:-ଯଦି Google ରେ ସର୍ଚ୍ଚ କରିବେ ଏହି ୩ଟି ଜିନିଷ ତ ସିଧା ଯିବେ ଜେଲ!

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଜମହଲର ନିର୍ମାଣ ୧୬୩୨ରୁ ୧୬୫୩ ପର୍ଯ୍ୟନ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କେବଳ ଏହା ନୁହେଁ ଯେ ସେଠାରେ ସମସ୍ତ ମୁସଲମାନ କର୍ମଚାରୀ ରହିଥିବେ । ଯେତେବେଳେ କୁତୁବ ମିନାର ନିର୍ମାଣ ହେଲା, ସେଠାରେ ନିଶ୍ଚିତ ଭାବରେ ସେଠାରେ ବହୁ ହିନ୍ଦୁ କର୍ମୀ ରହିଥିବେ, ତେଣୁ ତାଜମହଲ ନିର୍ମାଣରେ ହିନ୍ଦୁ ଶ୍ରମିକମାନେ ନିଶ୍ଚୟ ଥିବେ । ଏହା ଏକ ସମ୍ଭାବନା ଥାଇପାରେ ଯେ ସେଠାରେ କାର୍ଯ୍ୟ କରୁଥିବା କାରିଗରମାନେ ସେହି ପ୍ରତିମାଗୁଡ଼ିକୁ ଗୋଟିଏ ସ୍ଥାନରେ ରଖି ବନ୍ଦ କରିଦେଇପାରେ ଯାହା ଦ୍ୱାରା କୌଣସି ବିବାଦ ନ ହେଉ । ଏହା ମଧ୍ୟ ଏକ ସମ୍ଭାବନା ହୋଇପାରେ । ସେ କହିଛନ୍ତି ଯେ ଯଦି କୌଣସି ସମ୍ଭାବନା ଥାଏ ତେବେ ତାହାକୁ ରୁଲ ଅଫ୍ କରିଦେବା ଆବଶ୍ୟକ । ସବୁଦିନ ପାଇଁ ଚର୍ଚ୍ଚା ଶେଷ ହେଉ ।