ବଦଳିଗଲା ପେନସନର ନିୟମ, ନଭେମ୍ୱର ୩୦ ପର୍ଯ୍ୟନ୍ତ ଯଦି ଏହି କାର୍ଯ୍ୟ ନ କରିବେ ତ ବନ୍ଦ ହୋଇଯିବ ପେନସନ
Advertisement
Article Detail0/zeeodisha/odisha1015243

ବଦଳିଗଲା ପେନସନର ନିୟମ, ନଭେମ୍ୱର ୩୦ ପର୍ଯ୍ୟନ୍ତ ଯଦି ଏହି କାର୍ଯ୍ୟ ନ କରିବେ ତ ବନ୍ଦ ହୋଇଯିବ ପେନସନ

ପେନସନ (Pension) ର କିଛି ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ନିୟମ ଏହା ଯେ ପେନସନ କେବଳ ଜୀବିତ ଥିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସିବ । 

ବଦଳିଗଲା ପେନସନର ନିୟମ, ନଭେମ୍ୱର ୩୦ ପର୍ଯ୍ୟନ୍ତ ଯଦି ଏହି କାର୍ଯ୍ୟ ନ କରିବେ ତ ବନ୍ଦ ହୋଇଯିବ ପେନସନ

ନୂଆଦିଲ୍ଲୀ: ଯଦି ଆପଣଙ୍କ ଘରେ ପେନସନଭୋଗୀ (Pensioners) ଅଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ପେନସନଭୋଗୀ (Pensioners) ଙ୍କ ପାଇଁ ସରକାର (Central Government) ନିୟମରେ କିଛି ପରିବର୍ତ୍ତନ କରିଛନ୍ତି, ଯାହା ଅନୁଯାୟୀ ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀଙ୍କୁ ନଭେମ୍ବର ୩୦ ପୂର୍ବରୁ ସେମାନଙ୍କ ଜୀବନ ପ୍ରମାଣପତ୍ର (Life Certificate) ଦାଖଲ କରିବାକୁ ପଡିବ । ଏହି ସାର୍ଟିଫିକେଟ୍ ବ୍ୟାଙ୍କ କିମ୍ବା ଡାକଘରେ ଜମା କରାଯାଇପାରିବ ଯେଉଁଠାରେ ଆପଣଙ୍କ ପେନସନ (Pension) ଆସେ । ଏହି ନିୟମ ୧ ଅକ୍ଟୋବର ୨୦୨୧ରୁ କାର୍ଯ୍ୟକାରୀ ହୋଇଛି । ଯଦି ପେନସନଭୋଗୀମାନେ ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ ନ କରନ୍ତି, ତେବେ ଆସନ୍ତା ମାସରୁ ସେମାନଙ୍କ ପେନସନରେ ସମସ୍ୟା ହୋଇପାରେ । ଯଦିଓ ଏହା ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ କାରଣ ଆଜିକାଲି ଅନେକ ବ୍ୟାଙ୍କ ଅନଲାଇନ୍ କିମ୍ବା ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରନ୍ତି । ଆପଣଙ୍କୁ କେବଳ କଲ୍ କରି ସେମାନଙ୍କ ପ୍ରତିନିଧୀଙ୍କୁ ଆପଣଙ୍କ ଘରକୁ ଡାକିବାକୁ ପଡିବ ।

ଲାଇଫ୍ ସାର୍ଟିଫିକେଟ୍ କ’ଣ?

ପେନସନ (Pension) ର କିଛି ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ନିୟମ ଏହା ଯେ ପେନସନ କେବଳ ଜୀବିତ ଥିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସିବ । ଯଦି କୌଣସି ବ୍ୟକ୍ତି ସରକାରଙ୍କଠାରୁ ପେନସନ ନେଉଛନ୍ତି ଓ ସେ ମୃତ୍ୟୁବରଣ କରନ୍ତି, କିନ୍ତୁ ପରିବାର ଏହି ସତ୍ୟକୁ ଲୁଚାଇ ପେନସନ୍ ନେବା ଜାରି ରଖନ୍ତି, ତେବେ ଏହା ଏକ ଅପରାଧ ଅଟେ । ତେଣୁ ପ୍ରତ୍ୟେକ ପେନସନଭୋଗୀ (Pensioners) ଙ୍କୁ ପ୍ରତିବର୍ଷ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ, ଯାହା ପ୍ରମାଣ କରେ ଯେ ସେହି ବ୍ୟକ୍ତି ଏପର୍ଯ୍ୟନ୍ତ ଏହି ଦୁନିଆରେ ଅଛନ୍ତି ।

ପୂର୍ବରୁ ଏହା ଥିଲା ଯେ ବୃଦ୍ଧମାନଙ୍କୁ ଜୀବନ ପ୍ରମାଣପତ୍ର ତିଆରି କରିବାକୁ ଯିବାକୁ ପଡୁଥିଲା ଓ ତା’ପରେ ଅଧିକାରୀମାନେ ନିଜେ ସେମାନଙ୍କୁ ଦେଖୁଥିଲେ ଏବଂ ସେମାନଙ୍କ ଜୀବନ ପ୍ରମାଣପତ୍ର ତିଆରି କରୁଥିଲେ କିନ୍ତୁ ବର୍ତ୍ତମାନ ଏପରି ନୁହେଁ । କୋରୋନା କାଳ ପରେ ସରକାର ଏହି ପ୍ରକ୍ରିୟାକୁ ସରଳ କରିଛନ୍ତି । ବର୍ତ୍ତମାନ ଆପଣ ଆପଣଙ୍କର ଜୀବନ ପ୍ରମାଣପତ୍ର (Life Certificate) ଅନଲାଇନରେ ପାଇପାରିବ । ଆପଣଙ୍କୁ କେବଳ ଟିକେ ସଜାଗ ରହିବାକୁ ପଡିବ ଯାହା ଦ୍ୱାରା ଆପଣଙ୍କୁ ପେନସନ (Pension) ରେ କୌଣସି ଅସୁବିଧା ହେବନାହିଁ ।

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖବର; ସ୍ମାର୍ଟ ୱାଚ ମାଧ୍ୟମରେ ଟ୍ରାକ୍ ହେବ ପ୍ରତ୍ୟେକ କାର୍ଯ୍ୟକଳାପ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି, କହିଦେଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ତାଇୱାନକୁ ନେଇ ଆମେରିକାକୁ କଡ଼ା ଚେତାବନୀ ଦେଲା ଚୀନ, କହିଲା...

ଏହା ବି ପଢ଼ନ୍ତୁ:-ଲେମ୍ବୁରୁ ମିଳିଥାଏ ଏସବୁ ଲାଭ, ଜାଣି ଚକିତ ହେବେ ଆପଣ