ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!
Advertisement
Article Detail0/zeeodisha/odisha1118273

ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!

Petrol Diesel Price: ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ (PPAC) ର ସୂଚନା ଅନୁଯାୟୀ, ମାର୍ଚ୍ଚ ୧ରେ ଭାରତ କିଣିଥିବା ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୧ ଡଲାରରେ ପହଞ୍ଚିଛି । ଚାରିମାସ ପୂର୍ବେ ଯେତେବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରାଯାଇଥିଲା, ସେତେବେଳେ ବ୍ୟାରେଲ ପିଛା ହାରାହାରି ୮୧.୫ ଡଲାର ଥିଲା ।

ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!

ନୂଆଦିଲ୍ଲୀ: Petrol Diesel Price: ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର (Petrol Diesel Rate) ରେ ବୃଦ୍ଧି କରିପାରନ୍ତି । କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Crude Oil) ୧୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୧୪୦ ଡଲାରର ପହଞ୍ଚି ସାରିଛି । ନିର୍ବାଚନ ସମୟରେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ତ୍ୱେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ-ଡିଜେଲ ଦରରେ କୌଣସି ବୃଦ୍ଧି କରି ନଥିଲେ । ୟୁପି ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇସାରିଛି ବର୍ତ୍ତମାନ ତୈଳ କମ୍ପାନୀ ଗୁଡ଼ିକ ଦର ସ୍ଥିର ରଖିବାର କ୍ଷତି କମ୍ କରିବାକୁ ପ୍ରସ୍ତୁତି କରୁଛନ୍ତି ।

ଆମେରିକାର ଅୟଲ ବେଞ୍ଚମାର୍କ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ କ୍ରୁଡ ଫ୍ୟୁଚର (US oil benchmark West Texas Intermediate crude futures) ରବିବାର ସନ୍ଧ୍ୟାରେ ବ୍ୟାରେଲ ପିଛା ୧୩୦.୫୦ ଡଲାରକୁ ବୃଦ୍ଧି ପାଇଛି, ଯାହା ଜୁଲାଇ ୨୦୦୮ ପର ଠାରୁ ସର୍ବାଧିକ । ଅନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ୧୩୯.୧୩ ଡଲାରରେ ପହଞ୍ଚିଛି, ଯାହା ଜୁଲାଇ ୨୦୦୮ ପର ଠାରୁ ସର୍ବୋଚ୍ଚ ସ୍ତର ଅଟେ । ଏଥିସହିତ ସୋମବାର ଭାରତୀୟ ଟଙ୍କା ୭୭.୦୧ ପ୍ରତି ଡଲାର ରେକର୍ଡ ନିମ୍ନ ସ୍ତରକୁ ପହଞ୍ଚିଛି ।

ଭାରତ ନିଜର ତୈଳ ଆବଶ୍ୟକତାର ୮୫ ପ୍ରତିଶତ ପୂରଣ କରିବା ପାଇଁ ବିଦେଶୀ କ୍ରୟ ଉପରେ ନିର୍ଭର କରେ, ଏଥିପାଇଁ ଏହା ଏସିଆରେ ତୈଳର ଉଚ୍ଚ ମୂଲ୍ୟ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । ତୈଳ ମୂଲ୍ୟରେ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ଓ ଦୁର୍ବଳ ଟଙ୍କା ଦେଶର ଆର୍ଥିକ କ୍ଷତି କରିପାରେ । ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇପାରେ ।

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତକୁ ସହିବାକୁ ପଡ଼ିବ ଏସବୁ କ୍ଷତି, ଜାଣନ୍ତୁ ଦୁନିଆର ଅନ୍ୟାନ୍ୟ ଦେଶ ଉପରେ କ'ଣ ପଡ଼ିବ ପ୍ରଭାବ

ଏହା ବି ପଢ଼ନ୍ତୁ:-ଭାରତର ଚୁରୁରେ ବାସ କରୁଥିଲେ ପୁଟିନଙ୍କ ପୂର୍ବ ପୁରୁଷ, ବିକାନେରରୁ ବାଇଡେନ! ଜାଣନ୍ତୁ କ'ଣ ରହିଛି ରାଜସ୍ଥାନ କନେକଶନ୍?

ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା

ଏହା ବି ପଢ଼ନ୍ତୁ:-ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

 

ଔଦ୍ୟୋଗିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ମୂଲ୍ୟ 15 ଟଙ୍କା ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଏଠାରେ କହି ରଖୁଛୁ ଯେ ନଭେମ୍ବର ୪, ୨୦୨୪ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ ।

ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ (PPAC) ର ସୂଚନା ଅନୁଯାୟୀ, ମାର୍ଚ୍ଚ ୧ରେ ଭାରତ କିଣିଥିବା ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୧ ଡଲାରରେ ପହଞ୍ଚିଛି । ଚାରିମାସ ପୂର୍ବେ ଯେତେବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରାଯାଇଥିଲା, ସେତେବେଳେ ବ୍ୟାରେଲ ପିଛା ହାରାହାରି ୮୧.୫ ଡଲାର ଥିଲା ।