ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।
Trending Photos
ନୂଆଦିଲ୍ଲୀ: Today Petrol-Diesel Rate 1 June 2021: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ କ୍ରମାଗତ ଭାବେ ବଢ଼ିଚାଲିଛି । ଜୁନ ମାସର ପ୍ରଥମ ଦିନ (ମଙ୍ଗଳବାର) ଅର୍ଥାତ୍ ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଏହାପୂର୍ବରୁ ମେ ମାସରେ ଇନ୍ଧନ ମୂଲ୍ୟରେ ୧୬ ଥର ବୃଦ୍ଧି ଘଟିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ ମୂଲ୍ୟ ବୃଦ୍ଧି ଘଟୁଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଏହି କାରଣରୁ ଘରୋଇ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Rate) ବୃଦ୍ଧି କରୁଛନ୍ତି । ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି ।
ଅଧିକ ପଢ଼ନ୍ତୁ:-ଏହି ଦିନଠାରୁ ବଢ଼ିଯିବ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ଦରମା, ଜାଣନ୍ତୁ ଏବେ ପ୍ରତି ମାସରେ ଆକାଉଣ୍ଟରେ ଆସିବ କେତେ ଟଙ୍କା
ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୯ ପଇସା, ୨୮ ପଇସା, ୨୮ ପଇସା, ୨୫ ପଇସା ଓ ୪୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୩ ପଇସା, ୨୪ ପଇସା, ୨୩ ପଇସା, ୨୨ ପଇସା ଏବଂ ୨୫ ପଇସା ବୃଦ୍ଧି ପାଇଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୪.୨୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୦.୪୭ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୪.୨୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୫.୭୬ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୪.୯୬ ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ:-ରାଜଧାନୀରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୫.୩୮ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୨.୬୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୮.୨୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୦.୧୨ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୩.୦୩ ଟଙ୍କା ଦରରେ ବିକ୍ରି ହେଉଛି ।
ଅଧିକ ପଢ଼ନ୍ତୁ:-ଏବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହ, ଦିଲ୍ଲୀ ପହଞ୍ଚିଲେ ୨୫ ବିଧାୟକ
କାହିଁକି ମହଙ୍ଗା ହେଉଛି ପେଟ୍ରୋଲ-ଡିଜେଲ?
ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେଥିପାଇଁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍ଏ
ଠାରେ କହି ରଖୁଛୁ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।