କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ
Advertisement
Article Detail0/zeeodisha/odisha1136931

କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ

Petrol-Diesel Price Hike: କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅଧିକାଂଶ ଲୋକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଆରମ୍ଭ କରିଦେବେ, ସେତେବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ପ୍ରଭାବ କମିଯିବ । ସେଥିପାଇଁ ଅଟୋ କମ୍ପାନୀ ତରଫରୁ ବିଭିନ୍ନ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି ଓ ଏହା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ କୌତୁହଳ ଦେଖାଯାଉଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ

ନୂଆଦିଲ୍ଲୀ: Petrol-Diesel Price Hike: ଦୀର୍ଘ ସମୟ ଧରି ସ୍ଥିର ରହିବା ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol Diesel Price Hike) ରେ ପୁଣି ଥରେ ଲଗାତର ଭାବରେ ବୃଦ୍ଧି ଘଟୁଛି । ବିଗତ ୭ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଆଜି (ସୋମବାର) ମଧ୍ୟ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ସମୟରେ ସରକାର ତୈଳ ମୂଲ୍ୟରେ ଲଗାତର ବୃଦ୍ଧି ହେବାର କାରଣ କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ((Petrol-Diesel Price) ରେ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ଖୋଲି କରିବାରେ ଲାଗିଛି । ଚାରି ମାସ ଧରି ତୈଳ ଦର ସ୍ଥିର ରହିବା ପରେ ଗତ ସପ୍ତାହର ମଙ୍ଗଳବାର ଠାରୁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Union Road Transport and Highways Minister Nitin Gadkari) ତୈଳ ଦରର ବୃଦ୍ଧି ହେବାର କାରଣ କହିଛନ୍ତି ।

ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ, "୮୦ ପ୍ରତିଶତ ତୈଳ (Crude Oil) ଭାରତରେ ଆମଦାନୀ ହୋଇଥାଏ । ଏହି ସମୟରେ ଋଷ (Russia) ଓ ୟୁକ୍ରେନ (Russia-Ukraine War) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଅନେକ ଦେଶକୁ ପ୍ରଭାବିତ କରୁଛି । ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଆମେ କିଛି କରିପାରିବୁ ନାହିଁ ।"

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ରାଜ୍ୟସଭା (Rajya Sabha) ରେ କହିଛନ୍ତି ଯେ, "ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଦେଶରେ ୧୦ ଲକ୍ଷ ୬୦ ହଜାର ୭୦୭ ବୈଦ୍ୟୁତିକ ଯାନ (Electric Vehicles) ପଞ୍ଜିକୃତ ହୋଇଛି । ଗଡକରୀ କହିଛନ୍ତି ଯେ, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଅନୁଯାୟୀ, ମାର୍ଚ୍ଚ ୨୧, ୨୦୨୨ ପର୍ଯ୍ୟନ୍ତ ଦେଶରେ ୧୭୪୨ ସାର୍ବଜନୀନ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ ରାଜପଥରେ ୫ କିଲୋମିଟର ବ୍ୟବଧାନରେ ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି ।"

ଏହା ବି ପଢ଼ନ୍ତୁ:-ଆମେରିକା ଉପରେ ପରମାଣୁ ବୋମା ପକାଇବ କି ଋଷ? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଏହା ବି ପଢ଼ନ୍ତୁ:-IPL ର ଏହି ୫ଟି ରେକର୍ଡ ଭାଙ୍ଗିବା ଅସମ୍ଭବ! କାରନାମା ଜାଣି ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ଖୋଲା ଧମକ ଦେଲେ ବାଇଡେନ, କହିଲେ-ଋଷ ଯଦି ଏହା କରିବ ତ ଛାଡ଼ିବୁ ନାହିଁ

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅଧିକାଂଶ ଲୋକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଆରମ୍ଭ କରିଦେବେ, ସେତେବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ପ୍ରଭାବ କମିଯିବ । ସେଥିପାଇଁ ଅଟୋ କମ୍ପାନୀ ତରଫରୁ ବିଭିନ୍ନ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି ଓ ଏହା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ କୌତୁହଳ ଦେଖାଯାଉଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।