ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି ।
Trending Photos
ନୂଆଦିଲ୍ଲୀ: Today Petrol-Diesel Rate 28 October 2021: ଦେଶରେ ଲଗାତର ଇନ୍ଧନ ମୂଲ୍ୟ (Fuel Price) ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ଲଗାତର ଦେଶରେ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଉଛି । ଯାହା ଫଳରେ ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢ଼ି ଚାଲିଛି । ଆଜି (ଗୁରୁବାର) ଅର୍ଥାତ ଅକ୍ଟୋବର ୨୮ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଦେଶରେ ପେଟ୍ରୋଲ ପ୍ରତି ଲିଟର ପିଛା ପ୍ରାୟ ୩୩-୩୭ ପଇସା ଓ ଡିଜେଲ ୩୦-୩୫ ପଇସା ବୃଦ୍ଧି ଘଟିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୧୦୮.୨୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୦୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି ।
ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି
ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୮.୨୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୪.୧୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୮.୭୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୫.୧୩ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୧୨.୦୬ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୧୫.୪୭ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୧୨.୨୪ ଓ ତିଭେନ୍ଦ୍ରମରେ ୧୧୦.୫୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୧୦୫.୨୨ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୧୦୫.୪୭ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୧୦୫.୧୭ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୧୦୪.୨୨ ଓ ହାଇଦ୍ରାବାଦରେ ୧୧୨.୬୪ ଟଙ୍କା ରହିଛି ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୬.୬୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୧୦୪.୭୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୯.୭୮ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୧୦୦.୯୨ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୧୦୬.୨୩ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ବେଙ୍ଗାଲୁରୁରେ ଡିଜେଲ ୧୦୨.୯୮ ଟଙ୍କା ଓ ହାଇଦ୍ରାବାଦରେ ୧୦୫.୮୪ ଟଙ୍କା ଦରରେ ମିଳୁଛି । ଜୟପୁରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୬.୭୫ ଟଙ୍କା ରହିଥିବା ବେଳେ ପାଟନାରେ ଏହା ୧୦୩.୮୨ ଟଙ୍କାରେ ମିଳୁଛି । ତିଭେନ୍ଦ୍ରମରେ ମଧ୍ୟ ଡିଜେଲ ମୂଲ୍ୟ ଲିଟର ପିଛା ୧୦୪.୨୫ ଟଙ୍କାରେ ପହଞ୍ଚିଛି ।
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।
ଏହା ବି ପଢ଼ନ୍ତୁ:-ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ
ଏହା ବି ପଢ଼ନ୍ତୁ:-ମହଙ୍ଗା ପେଟ୍ରୋଲ ଓ ଡିଜେଲରୁ ମିଳିବ ମୁକ୍ତି, ଯଦି ମୋଦି ସରକାର ମାନି ନେବେ ଗଡକରୀଙ୍କ ଏହି କଥା
ଏହା ବି ପଢ଼ନ୍ତୁ:-ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୮୫ ସଂକ୍ରମିତ
ଏହା ବି ପଢ଼ନ୍ତୁ:-T20 World Cup: ଭାରତର କାର୍ଯ୍ୟକୁ ସହଜ କଲା ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡର ପରାଜୟରୁ ହେଲା ଏହି ବଡ଼ ଲାଭ