PF ଖାତାଧାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!
Advertisement
Article Detail0/zeeodisha/odisha860861

PF ଖାତାଧାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

ବୈଠକରେ PF ଉପରେ ସୁଧ ହାର ହ୍ରାସ କରାଯାଇପାରେ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ବୋର୍ଡ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସୁଧ ହାରକୁ ୮.୫ ପ୍ରତିଶତ ସ୍ଥିର ରଖିଛି । ଆର୍ଥିକ ବର୍ଷ ୨୦୨୦ରେ EPFO ର ଆୟ ପ୍ରଭାବିତ ହୋଇଛି ।

PF ଖାତାଧାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

ନୂଆଦିଲ୍ଲୀ: EPFO Rate: ଦେଶର ୬ କୋଟି PF ଖାତାଧାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତି ଖବର ରହିଛି । ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) PF ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଗତକାଲି ଅର୍ଥାତ ଶୁକ୍ରବାର EPFO ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

୮.୫ ପ୍ରତିଶତ ହାରରେ PF ରେ ମିଳୁଥିବ ସୁଧ

ବୈଠକରେ PF ଉପରେ ସୁଧ ହାର ହ୍ରାସ କରାଯାଇପାରେ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ବୋର୍ଡ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସୁଧ ହାରକୁ ୮.୫ ପ୍ରତିଶତ ସ୍ଥିର ରଖିଛି । ଆର୍ଥିକ ବର୍ଷ ୨୦୨୦ରେ EPFO ର ଆୟ ପ୍ରଭାବିତ ହୋଇଛି । ଗତ ବର୍ଷ ମାର୍ଚ୍ଚରେ ଇପିଏଫ୍ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭବିଷ୍ୟତ ନିଧି ପାଣ୍ଠି (PF) ର ସୁଧ ହାରକୁ ୮.୫ ପ୍ରତିଶତକୁ ହ୍ରାସ କରିଥିଲା । ବୋର୍ଡ ଏହା ପୂର୍ବରୁ ମଧ୍ୟ କହିଥିଲା ଯେ ନିଜର ଖାତାଧାରୀଙ୍କୁ ୮.୫  ପ୍ରତିଶଧ ସୁଧ ମାର୍ଚ୍ଚ ୩୧,୨୦୨୦ ସୁଦ୍ଧା ଦୁଇଟି କିସ୍ତିରେ ଦେବ, ୮.୧୫ ପ୍ରତିଶତ ଡେଥ୍ ଇନଭେଷ୍ଟମେଣ୍ଟରୁ ୦.୩୫ ପ୍ରତିଶତ ଇକ୍ୱିଟି ନିବେଶରୁ । ଆର୍ଥିକ ବର୍ଷ ୨୦୧୯-୨୦ରେ ମଧ୍ୟ ସୁଧ ହାର ୮.୫ ପ୍ରତିଶତ ଥିଲା । 

ଅଧିକ ପଢ଼ନ୍ତୁ:-ମମତାଙ୍କୁ ଆଉ ଏକ ଝଟକା, ବିଜେପିରେ ଯୋଗ ଦେଲେ ଟିଏମସର ପୂର୍ବତନ ସାଂସଦ

ବାସ୍ତବରେ, କୋରୋନା ସଙ୍କଟ ସମୟରେ ଲୋକମାନେ ଅଗ୍ରୀମ ଭାବରେ ବହୁ ପରିମାଣର PF ଟଙ୍କା ବାହାର କରି ନେଇଛନ୍ତି ଏବଂ ଏହି ଆର୍ଥିକ ବର୍ଷରେ ନିଯୁକ୍ତି ହ୍ରାସ ହେତୁ PF ଅବଦାନ ମଧ୍ୟ ହ୍ରାସ ପାଇଛି । ଏହି ସମସ୍ତ କାରଣରୁ PF ର ମୋଟ ଜମା କମି ଯାଇଛି । ଯାହା ଫଳରେ ସ୍ୱାଭାବିକ ଭାବରେ ଏଥିରୁ ଆୟ ମଧ୍ୟ ହ୍ରାସ ପାଇବ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ଇପିଏଫଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୦ ସୁଦ୍ଧା ୫୬.୬୭ ଲକ୍ଷ କ୍ଲେମ୍ ମାଧ୍ୟମରେ PF ରୁ ପ୍ରାୟ ୧୪,୩୧୦.୨୧ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି । ଏପ୍ରିଲରୁ ଡିସେମ୍ବର ଯାଏ ୭୩,୨୮୮ କୋଟି ଟଙ୍କାରୁ ୧୯୭.୯୧ ଲକ୍ଷ ଟଙ୍କା ଫାଇନାଲ ସେଟଲମେଣ୍ଟ କରାଯାଇଛି, ଯେଉଁଥିରେ ଅଗ୍ରୀମ, ବୀମା ଏବଂ କର୍ମଚାରୀଙ୍କ ମୃତ୍ୟୁ ଉପରେ ଦିଆଯାଇଥିବା ପରିମାଣ ଇତ୍ୟାଦି ସାମିଲ ରହିଛି ।