ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପୂର୍ବତନ ଟିଏମସି ସାଂସଦ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି । ଜେପି ନଡ୍ଡା ଦିନେଶ ତ୍ରିବେଦୀଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly polls 2021) ପାଇଁ ଘୋଷଣା ହୋଇସାରିଛି ତାରିଖ । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ (TMC) କୁ ବଡ଼ ଝଟକା ଲାଗିଛି । ଆଜି (ଶନିବାର) ଦଳର ପୂର୍ବତନ ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ (Dinesh Trivedi) ବିଜେପି (BJP) ରେ ଯୋଗ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୬-୭ରେ ଏହି ରୁଟରେ ଅନେକ ଟ୍ରେନ୍ ଆଂଶିକ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଲା ରେଲୱେ! ଜାଣନ୍ତୁ ଏହା ପଛର କାରଣ
ବିଜେପିରେ ଯୋଗଦେବା ପରେ ଦିନେଶ ତ୍ରିବେଦୀ (Dinesh Trivedi) କହିଛନ୍ତି ଯେ, "ମୁଁ ଏହି ସୁବର୍ଣ୍ଣ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ । ମୁଁ କେବେ ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରି ନାହିଁ । ଆଜି ମୁଁ 'ଜନତା ପାରିବାର' ରେ ଯୋଗ ଦେଇଛି । ସେପଟେ ଅନ୍ୟ ଦଳ (ମୁଁ ଏହାର ନାଁ ନେବି ) ସେମାନେ ଲୋକଙ୍କର ସେବା କରନ୍ତି ନାହିଁ, କିନ୍ତୁ ସେମାନଙ୍କୁ ସେଠାରେ ଏକ ପରିବାରର ସେବା କରିବାକୁ ପଡ଼ିଥାଏ । ଖାସ୍ ପାର୍ଟିରେ ଖାସ୍ ପରିବାରର ସେବା କରାଯାଏ । ମୁଁ ଟିଏମସି (TMC) ରୁ ସଂପୂର୍ଣ୍ଣ ଭାବେ ବିରକ୍ତ ହୋଇଯାଇଛି ।"
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପୂର୍ବତନ ଟିଏମସି ସାଂସଦ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି । ଜେପି ନଡ୍ଡା ଦିନେଶ ତ୍ରିବେଦୀଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି ।