ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1091247

ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା

PIB Fact Check: ଏଠାରେ କହି ରଖୁଛୁ ଯେ, ଯଦି ଏପରି କୌଣସି ମେସେଜ ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ଭିଜିଟ୍ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com କୁ ପଠାଇ ପାରିବେ ।

ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: PIB Fact Check: କେନ୍ଦ୍ର ସରକାର (Central Government) ଙ୍କ ତରଫରୁ ମାଗଣା ଲାପଟପ୍ ବଣ୍ଟନ ଯୋଜନା (Free Laptop Distribution Scheme) ପରିଚାଳିତ ହେଉଥିଲା, ଯାହା ଅନ୍ତର୍ଗତ ଯୁବକମାନଙ୍କୁ ମାଗଣା ଲାପଟପ୍ (Free Laptop) ଦିଆଯାଇଥାଏ । ଏହି ଯୋଜନାକୁ ନେଇ ସୋସିଆଲ ମିଡିଆ (Social Media) ରେ ଏକ ମେସେଜ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦଶମ ପାସ୍ ଯୁବକଙ୍କୁ କେନ୍ଦ୍ର ସରକାର ମାଗଣା ଲାପଟପ୍ ଦେଉଛନ୍ତି ବୋଲି ଦାବି କରାଯାଉଛି । ଆସନ୍ତୁ ଆପଣଙ୍କୁ କହୁଛୁ ଯେ ଏହି ମେସେଜଟି ସତ କି ମିଛ...

PIB ଏହି ମେସେଜକୁ ଫ୍ୟାକ୍ଟ-ଚେକ୍ (PIB Fact Check) କରିଛି ଓ ଏହାର ସତ୍ୟତା ବିଷୟରେ ଜାଣିଛି । PIB ଫ୍ୟାକ୍ଟ ଚେକ୍ ମାଧ୍ୟମରେ ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ବିଷୟରେ ଜାଣିପାରିବେ ।

PIB ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟରେ ଲେଖିଛି ଯେ, ଏହି ମେସେଜରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଲାପଟପ୍ ବିତରଣ ଯୋଜନା ୨୦୨୨ ଅଧୀନରେ ଦଶମ ପାସ୍ ଯୁବକଙ୍କୁ ମାଗଣା ଲାପଟପ୍ ଦିଆଯାଉଛି । ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ଏହିପରି ମିଛ ବା ଫେକ୍ ମେସେଜକୁ ଫରୱର୍ଡ /ସେୟାର କରନ୍ତୁ ନାହିଁ । ଏହିପରି ଲିଙ୍କ୍ ଓ ୱେବସାଇଟ୍ ଗୁଡିକରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ମଧ୍ୟ ସେୟାର କରନ୍ତୁ ନାହିଁ ।

ଫ୍ୟାକ୍ଟ ଯାଞ୍ଚ ପରେ PIB ଏହି ମେସେଜକୁ ସମ୍ପୂର୍ଣ୍ଣ ଫର୍ଜି ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି  PIB କହିଛି । PIB ଲୋକଙ୍କୁ ଏପରି ମେସେଜ ଆଗକୁ ଫରୱର୍ଡ ନ କରିବାକୁ କହିଛି । ଏହିପରି ମେସେଜ ଦ୍ୱାରା ଭ୍ରମିତ ହୋଇ, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଓ ଟଙ୍କାକୁ ବିପଦରେ ପକାଇବେ ।

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏଠାରେ କହି ରଖୁଛୁ ଯେ, ଯଦି ଏପରି କୌଣସି ମେସେଜ ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ଭିଜିଟ୍ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com କୁ ପଠାଇ ପାରିବେ ।