ବିଗତ ଦିନରେ ଟ୍ରେନରେ ନିଆଁ ଲାଗିବା ଘଟଣାକୁ ଦୃଷ୍ଟିରେ ରଖି ରେଳବାଇ (Railways) ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଯାତ୍ରା ମାର୍ଗରେ ଏକ ବଡ ପରିବର୍ତ୍ତନ କରିଛି ।
Trending Photos
ନୂଆଦିଲ୍ଲୀ: ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଲୱେ (Indian Railways) ଯାତ୍ରା ନିୟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଯାତ୍ରୀମାନେ ରାତିରେ ନିଜର ମୋବାଇଲ ଫୋନ୍-ଲାପଟପ୍ ଚାର୍ଜ କରିପାରିବେ ନାହିଁ । ଏଥି ସହିତ ଯାତ୍ରା ସମୟରେ ଧୂମପାନ କରୁଥିବା କିମ୍ବା ଜ୍ୱଳନ୍ତ ପଦାର୍ଥ ପରିବହନ କରୁଥିବା ଯାତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାର ଘୋଷଣା କରାଯାଇଛି ।
ଅଧିକ ପଢ଼ନ୍ତୁ:-ପିଅନ୍ତୁ ହଳଦୀ ପାଣି, ମିଳିବ ଅଦ୍ଭୁତ ଲାଭ
ବିଗତ ଦିନରେ ଟ୍ରେନରେ ନିଆଁ ଲାଗିବା ଘଟଣାକୁ ଦୃଷ୍ଟିରେ ରଖି ରେଳବାଇ (Railways) ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଯାତ୍ରା ମାର୍ଗରେ ଏକ ବଡ ପରିବର୍ତ୍ତନ କରିଛି । ରେଳବାଇ ଦେଇଥିବା ସୂଚନା ଅନୁଯାୟୀ, ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ରେଳ ଯାତ୍ରୀମାନେ ଟ୍ରେନରେ ଫୋନ୍ ଓ ଲାପଟପ୍ ଚାର୍ଜ କରିପାରିବେ ନାହିଁ । ଟ୍ରେନର ସମସ୍ତ କୋଚରେ ଚାର୍ଜର ପଏଣ୍ଟ ସହିତ ସଂଯୋଗ କରୁଥିବା ସମସ୍ତ ସୁଇଚ୍ ଏକାସାଙ୍ଗରେ ବନ୍ଦ ହୋଇଯିବ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର
ଏହା ପଛର କାରଣ ହେଉଛି ଅଧିକାଂଶ ଯାତ୍ରୀ ରାତି ସମୟରେ ବେପରୁଆ ଭାବରେ ନିଜ ଫୋନକୁ ଚାର୍ଜ ଲଗାଇ ରଖନ୍ତି । ଏଭଳି ପରିସ୍ଥିତିରେ ଅଧିକ ଚାର୍ଜିଂ ହେତୁ ଫୋନ୍ ବ୍ଲାଷ୍ଟିଂ ହେବାର ଆଶଙ୍କା ରହିଛି । ମୋବାଇଲ୍ ଚୋରି ହେବାର ଭୟ ମଧ୍ୟ ରହିଥାଏ ।