ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ
Advertisement
Article Detail0/zeeodisha/odisha1113945

ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (Prime Minister's Economic Advisory Committee) ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପର

ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (Prime Minister's Economic Advisory Committee) ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛି ଯେ ଦେଶରେ ଅବସର ବୟସ (retirement age) ବଢିବା ସହିତ ୟୁନିଭର୍ସାଲ ପେନସନ୍ ସିଷ୍ଟମ (Universal Pension System) ମଧ୍ୟ ଆରମ୍ଭ କରାଯିବା ଆବଶ୍ୟକ ।

ବରିଷ୍ଠ ନାଗରିକ ସୁରକ୍ଷା

ରିପୋର୍ଟ ଅନୁଯାୟୀ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ ଦିଆଯିବା ଆବଶ୍ୟକ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ।

ଦକ୍ଷତା ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ 

ଏହି ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାକୁ ବଢ଼ାଇବାର ଅଛି ତେବେ ଅବସର ବୟସ ବଢାଇବାର ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ । ଏହି ରିପୋର୍ଟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ କୁହାଯାଇଛି ।

ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ଆବଶ୍ୟକ

ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ଯେଉଁମାନଙ୍କ ପାଖରେ ପ୍ରଶିକ୍ଷଣ ହାସଲ କରିବା ପାଇଁ ମାଧ୍ୟମ ନାହିଁ । କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ବନ୍ଧୁ, ୨୭ ବର୍ଷ ଧରି ରାଷ୍ଟ୍ରପତି, ଜାଣନ୍ତୁ 'ୟୁରୋପର ଶେଷ ଏକଛତ୍ରବାଦୀ ଶାସକ' ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବିଷୟରେ ସବୁକିଛି...

ଏହା ବି ପଢ଼ନ୍ତୁ:-ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ? ଋଷର ଦାବିକୁ ନେଇ ଭାରତ ଦେଲା ଏହି ଜବାବ

ଏହା ବି ପଢ଼ନ୍ତୁ:-ଦଶନ୍ଧି ଧରି ନିରପେକ୍ଷ ଥିବା ଦେଶଗୁଡ଼ିକ ମଧ୍ୟ 'ଯୁଦ୍ଧ'ରେ ହେଲେ ସାମିଲ! ଜର୍ମାନୀ-ସ୍ୱିଡେନ ସମେତ ଏହି ୫ଟି ଦେଶ ନେଲେ ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

 

ବିଶ୍ୱ ଜନସଂଖ୍ୟା ପ୍ରୋସ୍ପେକ୍ଟସ ୨୦୧୯ ରିପୋର୍ଟ 

ସୂଚନାଯୋଗ୍ୟ ଯେ, ବିଶ୍ୱ ଜନସଂଖ୍ୟା ପ୍ରୋସ୍ପେକ୍ଟସ୍ ୨୦୧୯ ଅନୁଯାୟୀ, ୨୦୫୦ ସୁଦ୍ଧା ଭାରତରେ ପ୍ରାୟ ୩୨ କୋଟି ବରିଷ୍ଠ ନାଗରିକ ହୋଇଯିବେ । ଅର୍ଥାତ୍ ଦେଶର ପ୍ରାୟ ୧୯.୫ ପ୍ରତିଶତ ଲୋକ ଅବସରପ୍ରାପ୍ତ ବର୍ଗରେ ଆସିଯିବେ । ୨୦୧୯ରେ ଭାରତର ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ କିମ୍ବା ୧୪ କୋଟି ଲୋକ ବରିଷ୍ଠ ନାଗରିକ ବର୍ଗରେ ଅଛନ୍ତି ।