ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!
Advertisement

ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!

ଆରଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବରେ ସର୍ବାଧିକ (୪.୭୪ ଲକ୍ଷ) ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ୨୩.୬ ପ୍ରତିଶତ ପଞ୍ଜାବରେ ବାସ କରନ୍ତି । ଏହା ପରେ ଆସାମର ୧୬.୮ ପ୍ରତିଶତ (୩.୪୫ ଲକ୍ଷ ହିତାଧିକାରୀ) ଅଯୋଗ୍ୟ ହିତାଧିକାରୀ ଅଛନ୍ତି । 

ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!

ନୂଆଦିଲ୍ଲୀ: PM-Kisan Nidhi scheme: ଦେଶରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi Scheme) ରେ ଦୁର୍ନୀତି ଜାରି ରହିଛି । ଦୁର୍ନୀତିଗ୍ରସ୍ତ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ସବୁଠାରୁ ବଡ କୃଷକ ଯୋଜନାକୁ ମଧ୍ୟ ଛାଡି ନାହାଁନ୍ତି । ଏହି ଯୋଜନାରେ ୨୦.୪୮ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୧,୩୬୪ କୋଟି ଟଙ୍କା ହଡ଼ପ  କରିନେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର କୃଷକ । ଏହା ପରେ ଆସାମ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ନମ୍ୱର ଆସିଥାଏ । ଏହି ଅଯୋଗ୍ୟ ହିତାଧିକାରୀଙ୍କ ଅଧାରୁ ଅଧିକ (୫୫.୫୮ ପ୍ରତିଶତ) ଆୟକରଦାତା ଅଟନ୍ତି । ଅବଶିଷ୍ଟ ୪୪.୪୧ ପ୍ରତିଶତ କୃଷକ ଯେଉଁମାନେ ଏହି ଯୋଜନାର ଯୋଗ୍ୟତା ପୂରଣ କରୁନାହାଁନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ଯାଇଥିବା ରାଶି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ଭୁଲ ଭାବେ ନିଆଯାଇଥିବା ଟଙ୍କା ଫେରାଇ ନ ଦିଆଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଅଧିକ ପଢ଼ନ୍ତୁ:-'ଡିଜିଜ୍ X' ହେବ ପରବର୍ତ୍ତୀ ବିନାଶକାରୀ ମହାମାରୀ?

ଆରଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବରେ ସର୍ବାଧିକ (୪.୭୪ ଲକ୍ଷ) ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ୨୩.୬ ପ୍ରତିଶତ ପଞ୍ଜାବରେ ବାସ କରନ୍ତି । ଏହା ପରେ ଆସାମର ୧୬.୮ ପ୍ରତିଶତ (୩.୪୫ ଲକ୍ଷ ହିତାଧିକାରୀ) ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୧୩.୯୯ ପ୍ରତିଶତ (୨.୬୪ ଲକ୍ଷ ହିତାଧିକାରୀ) ମହାରାଷ୍ଟ୍ରର ବାସିନ୍ଦା । ଏହିପରି ଏହି ୩ଟି ରାଜ୍ୟରେ ହିଁ ଅଯୋଗ୍ୟ ହିତାଧିକାରୀଙ୍କ ଅଧାରୁ ଅଧିକ (୫୪.୦୩ ପ୍ରତିଶତ) ସଂଖ୍ୟା ରହିଛି ।

ଅଧିକ ପଢ଼ନ୍ତୁ:-ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...

ସେପଟେ ଗୁଜୁରାଟରେ ସମୁଦାୟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୮.୦୫ ପ୍ରତିଶତ (୧.୬୪ ଲକ୍ଷ ହିତାଧିକାରୀ) । ଉତ୍ତରପ୍ରଦେଶରେ ୮.୦୧ ପ୍ରତିଶତ (୧.୬୪ ଲକ୍ଷ) ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସିକିମରେ କେବଳ ଜଣେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

  ଅଧିକ ପଢ଼ନ୍ତୁ:-କେବଳ ୩୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର, ଫେବୃଆରୀ ୧ରୁ ଆରମ୍ଭ ହେଉଛି ଏହି ସୁବିଧା!

ଏପରି ପରିସ୍ଥିତିରେ ଧରି ନିଆଯାଇଛି ଯେ ଯଦି ଆପଣ ଭୁଲ ଉପାୟରେ ଏହି ଯୋଜନାର ଫାଇଦା ନେଇଛନ୍ତି, ତେବେ ଯେକୌଣସି ସ୍ଥିତିରେ ଏହାକୁ ସରକାରୀ ରାଜକୋଷକୁ ଫେରାଇବାକୁ ପଡିବ । ସେହି ଟଙ୍କା କେହି ହଜମ କରିପାରିବେ ନାହିଁ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ପୂର୍ବରୁ ରାଜ୍ୟମାନଙ୍କୁ ଚିଠି ଲେଖି କହିଛି ଯେ ଯଦି ଅଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କା ମିଳିବାର ସୂଚନା ମିଳୁଛି, ତେବେ ସେମାନଙ୍କ ଠାରୁ ଟଙ୍କା କିପରି ଫେରସ୍ତ ହେବ । ଏପରି ଲୋକଙ୍କୁ ଟଙ୍କା DBT (Direct Benefit Transfer) ରୁ ଯାଇଛି ଏବଂ  DBT ରୁ ହିଁ ଫେରାଇ ନିଆଯିବ ।

ସୂତ୍ରରୁ ପ୍ରକାଶ ଯେ ଏହିପରି ହିତାଧିକାରୀମାନେ ସେମାନଙ୍କ ବ୍ୟାଙ୍କକୁ ଟ୍ରାଞ୍ଜେକଶନ୍ ଫେରସ୍ତ ପାଇଁ ଆବେଦନ କରିବା ଉଚିତ୍ । ବ୍ୟାଙ୍କମାନେ ଏହି ଟଙ୍କାକୁ ଏକ ପୃଥକ ଆକାଉଣ୍ଟରେ ରଖି ସରକାରଙ୍କୁ ଫେରସ୍ତ କରିବ । ରାଜ୍ୟ ସରକାର ହିତାଧିକାରୀଙ୍କୁ ଟଙ୍କା ଫେରସ୍ତରେ ସାହାଯ୍ୟ କରନ୍ତୁ । ରାଜ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ନେଇ ଏହାକୁ https://bharatkosh.gov.in/ ରେ ଜମା କରନ୍ତୁ ।

କିସାନ ସମ୍ମାନ ନିଧିର ଅଯୋଗ୍ୟ ହିତାଧିକାରୀ କିଏ?

ଅନେକ କୃଷକ ଜାଣନ୍ତି ନାହିଁ ଯେ ଯଦି ସେମାନଙ୍କ ପରିବାରରେ କୌଣସି କରଦାତା ଅଛନ୍ତି, ତେବେ ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ । ପରିବାର ଅର୍ଥ ସ୍ୱାମୀ ଓ ସ୍ତ୍ରୀ ଏବଂ ନାବାଳକ ସନ୍ତାନ । ଏହାର ଅର୍ଥ ହେଉଛି ଯଦି ଗତ ବର୍ଷ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଆୟକର ଭରି ଥାଏ, ତେବେ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ଆସନ୍ତୁ ଜାଣିବା କେଉଁ କେଉଁ ଲୋକମାନେ ଏହି ଯୋଜନାର ଲାଭ ପାଇବେ ନାହିଁ...

୧. ଯେଉଁମାନେ କୃଷି କାର୍ଯ୍ୟ ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟରେ କୃଷି ଜମି ବ୍ୟବହାର କରୁଛନ୍ତି । ଅନେକ କୃଷକ ଅନ୍ୟମାନଙ୍କ କ୍ଷେତରେ ଚାଷ କାର୍ଯ୍ୟ କରନ୍ତି, କିନ୍ତୁ ଜମିର ମାଲିକ ନୁହଁନ୍ତି । ଏହିପରି କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୨. ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ କ୍ଷେତ ତାଙ୍କ ନାମରେ ନାହିଁ । ତେବେ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ଯଦିଓ ଏହି ଚାଷ ତାଙ୍କ ପିତା କିମ୍ବା ଜେଜେବାପାଙ୍କ ନାମରେ ନାଁରେ ରହିଛି, ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୩. ଯଦି କାହାର କୃଷି ଜମି ଅଛି, କିନ୍ତୁ ସେ ଜଣେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ, ତେବେ ସେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବେ ନାହିଁ । ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ କିମ୍ବା ଏପରିକି ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୪. ଯଦି କୌଣସି ବ୍ୟକ୍ତିଙ୍କର ଚାଷଜମି ଅଛି କିନ୍ତୁ ମାସକୁ ୧୦,୦୦୦ରୁ ଅଧିକ ପେନସନ ପାଆନ୍ତି, ତେବେ ସେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ । ଏଥି ସହିତ ଆୟକର ଦେଉଥିବା ପରିବାର ମଧ୍ୟ ଏହି ଯୋଜନାର ଲାଭ ପାଇବେ ନାହିଁ  ।