ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ପୁଣି ଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି
Advertisement
Article Detail0/zeeodisha/odisha1076162

ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ପୁଣି ଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି

ଆପଣଙ୍କୁ କହିରଖୁଛୁ ଯେ ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପ୍ରତ୍ୟେକ ଦେଶର ବୟସ୍କମାନଙ୍କୁ ସର୍ଭେ କରି ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରେ । ନଭେମ୍ବରରେ କରାଯାଇଥିବା ଶେଷ ସର୍ଭେରେ ମଧ୍ୟ ପିଏମ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା ।

ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ପୁଣି ଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି

ନୂଆଦିଲ୍ଲୀ: PM Modi Global Approval Rating: ବିଶ୍ୱର ବଡ଼ ବଡ଼ ନେତଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା (World's Most Popular Leader) ଭାବରେ ନିର୍ବାଚିତ ହୋଇଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ 'ଦି ମର୍ନିଂ କନ୍ସଲ୍ଟ' (The Morning Consult) ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (Britain PM Boris Johnson) ଙ୍କ ସମେତ ଦୁନିଆର ୧୩ ପ୍ରମୁଖ ରାଷ୍ଟ୍ର ନେତାଙ୍କୁ ପଛରେ ପକାଇଛନ୍ତି ।

ସର୍ଭେରେ ପିଏମ ମୋଦି (PM MOdi) ଙ୍କ ଅପ୍ରୁଭଲ ରେଟିଂ ହେଉଛି ୭୧ ପ୍ରତିଶତ । ଜାନୁଆରୀ ୧୩ରୁ ୧୯ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଭାରତୀୟ ପ୍ରଧାନମନ୍ତ୍ରୀ ବିଶ୍ୱର ଅନେକ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ବହୁତ ଆଗରେ ଅଛନ୍ତି । ଲୋକପ୍ରିୟତା ଗ୍ରାଫରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେ ମାନୁଏଲ ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପିଏମ ମୋଦି ଅନେକ ବଡ ନେତାଙ୍କୁ ପଛରେ ଛାଡିଛନ୍ତି । ଏହି ସର୍ଭେରେ ଆମେରିକାର ରାଷ୍ଟ୍ରପତି ଷଷ୍ଠ ସ୍ଥାନରେ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ୧୩ ତମ ସ୍ଥାନରେ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ

ଏହା ବି ପଢ଼ନ୍ତୁ:-ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ

ଏହା ବି ପଢ଼ନ୍ତୁ:-ଦୁନିଆର ପ୍ରଳୟକୁ ନେଇ ଆଜି ଟାଇମ୍ ସେଟ୍ କରିବେ ବୈଜ୍ଞାନିକ, ସ୍ଥିର ହେବ ମଣିଷର ବିନାଶର ସମୟ

ଏହା ବି ପଢ଼ନ୍ତୁ:-ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲା ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

 

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ୭୧ ପ୍ରତିଶତ

ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର - ୬୬ ପ୍ରତିଶତ 

ଇଟାଲୀର ପ୍ରଧାନମନ୍ତ୍ରୀ ମାରିଆ ଡ୍ରାଗି - ୬୦ ପ୍ରତିଶତ 

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା - ୪୮ ପ୍ରତିଶତ 

ଜର୍ମାନ ଚାନସେଲର ଓଲାଫ ସ୍କୋଲଜ - ୪୪ ପ୍ରତିଶତ 

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ - ୪୩ ପ୍ରତିଶତ 

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ - ୪୩ ପ୍ରତିଶତ 

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ - ୪୧ ପ୍ରତିଶତ 

ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନେଜ୍ - ୪୦ ପ୍ରତିଶତ 

କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇ - ୪୦ ପ୍ରତିଶତ 

ଆପଣଙ୍କୁ କହିରଖୁଛୁ ଯେ ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପ୍ରତ୍ୟେକ ଦେଶର ବୟସ୍କମାନଙ୍କୁ ସର୍ଭେ କରି ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରେ । ନଭେମ୍ବରରେ କରାଯାଇଥିବା ଶେଷ ସର୍ଭେରେ ମଧ୍ୟ ପିଏମ ମୋଦି (PM Modi) ଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା ।