'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ
Advertisement
Article Detail0/zeeodisha/odisha1137799

'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ

Russia-Ukraine War: ଏଥି ସହିତ ବ୍ରିଟେନର ଚେଲ୍ସ ଫୁଟବଲ କ୍ଲବର ମାଲିକ ତଥା ଋଷର ବିଲିୟନେୟାର ରୋମାନ ଆବ୍ରାମୋଭିଚ (Roman Abramovich) ୟୁକ୍ରେନର ଅନୁରୋଧକୁ ଗ୍ରହଣ କରି ଋଷ (Russia) ସହ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ନିଜର ସ୍ୱୀକୃତି ଦେଇଥି୍ଲେ । ରୋମାନ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ବାର୍ତ୍ତାକୁ ପରସ୍ପର ନିକଟକୁ ପହଞ୍ଚାଇବା ପାଇଁ ଇସ୍ତାନବୁଲ, ମସ୍କୋ ଏବଂ କୀଭ ମଧ୍ୟରେ ଚକ୍କର ଲଗାଉଛନ୍ତି ।

'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ

ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣ ଏକ ମାସରୁ ଅଧିକ ସମୟ ବିତିଯାଇଛି । ଦିନକୁ ଦିନ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ଏହି ଯୁଦ୍ଧରେ ଋଷର ସୈନିକମାନେ (Russian Soldiers) ୟୁକ୍ରେନର ଅନେକ ବଡ଼ ସହରକୁ ଧ୍ୱଂସ କରିଛନ୍ତି । ଅନ୍ୟପକ୍ଷରେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଯୁଦ୍ଧ ମଧ୍ୟରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ।

ନିକଟ ଅତୀତରେ ସେ (Vladimir Putin) ଋଷର ବିଲିୟନେୟାର ତଥା ଅନୌପଚାରିକ ଶାନ୍ତି ବୁଝାମଣାକାରୀ ରୋମାନ ଆବ୍ରାମୋଭିଚ (Russian billionaire and unofficial peace negotiator Roman Abramovich) ଙ୍କ ସହ ଏକ ସାକ୍ଷାତ କରିଥିଲେ । ଏହି ବୈଠକରେ ରୋମାନ ପୁଟିନଙ୍କୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦ୍ୱାରା ଲିଖିତ ଶାନ୍ତି ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲେ । ଏହାର ଉତ୍ତରରେ ପୁଟିନ କହିଛନ୍ତି ଯେ, ମୁଁ ଜେଲେନସ୍କି (Ukrainian President Volodymyr Zelenskyy) ଙ୍କୁ ବର୍ବାଦ କରିଦେବି ।

ଦି ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜେଲେନସ୍କି (Zelenskyy) ନିଜ ହାତରେ ଲିଖିତ ଏକ ଚିଠିରେ ଯୁଦ୍ଧ ବନ୍ଦ କରିବା ପାଇଁ ତାଙ୍କ ସର୍ତ୍ତ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ଏଠାରେ କହି ରଖୁଛୁ ଯେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ୟୁକ୍ରେନ ରାଷ୍ଟ୍ରପତିଙ୍କ ମନୋଭାବ ନରମ ହେଉଛି । ସେ ଋଷ ସହ କଥା ହେବାକୁ ପ୍ରସ୍ତାବ ଦେଇଥିଲେ ଓ କହିଥିଲେ ଯେ ଆମେ ଏହି ଯୁଦ୍ଧକୁ ଆଲୋଚନା ମାଧ୍ୟମରେ ଶେଷ କରିବାକୁ ଚେଷ୍ଟା କରିପାରିବା ।

ଏଥି ସହିତ ବ୍ରିଟେନର ଚେଲ୍ସ ଫୁଟବଲ କ୍ଲବର ମାଲିକ ତଥା ଋଷର ବିଲିୟନେୟାର ରୋମାନ ଆବ୍ରାମୋଭିଚ (Roman Abramovich) ୟୁକ୍ରେନର ଅନୁରୋଧକୁ ଗ୍ରହଣ କରି ଋଷ (Russia) ସହ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ନିଜର ସ୍ୱୀକୃତି ଦେଇଥି୍ଲେ । ରୋମାନ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ବାର୍ତ୍ତାକୁ ପରସ୍ପର ନିକଟକୁ ପହଞ୍ଚାଇବା ପାଇଁ ଇସ୍ତାନବୁଲ, ମସ୍କୋ ଏବଂ କୀଭ ମଧ୍ୟରେ ଚକ୍କର ଲଗାଉଛନ୍ତି ।

ଏହା ବି ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍

 

ତଥାପି, ତାଙ୍କର ପ୍ରୟାସର ଅଧିକ ପ୍ରଭାବ ଦେଖିବାକୁ ମିଳୁନାହିଁ । ଏହି ସମୟରେ ଏକ ବଡ଼ ଖୁଲାସା ମଧ୍ୟ ହୋଇଛି ଯେ ୟୁକ୍ରେନ ଓ ଋଷ ଯୁଦ୍ଧକୁ ସମାପ୍ତ କରିବା ପାଇଁ କିଛି ସପ୍ତାହ ପୂର୍ବରୁ କୀଭରେ ଏକ ବୈଠକ ପରେ ଚେଲ୍ସ ଫୁଟବଲ କ୍ଲବର ମାଲିକଙ୍କୁ ବିଷ ଦିଆଯାଇଥିଲା । ଆମେରିକାର ଖବରକାଗଜ ୱାଲ ଷ୍ଟ୍ରୀଟ ଜର୍ନଲ ଅନୁସାରେ, କୀଭରେ ମଧ୍ୟସ୍ଥତା ବୈଠକ ପରେ ଅବ୍ରାମୋଭିଚ୍ ଓ ୟୁକ୍ରେନ ଦଳର ଦୁଇଜଣ ବରିଷ୍ଠ ସଦସ୍ୟଙ୍କ ଆଖି ଲାଲ ହେବା, ଯନ୍ତ୍ରଣା ହେବା  ସହ ଆଖିରୁ ଲୁହ ବହିବା ଓ ଚେହେରା ଓ ହାତର ଚର୍ମରେ ଫୁଲା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା ।