ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା
Advertisement
Article Detail0/zeeodisha/odisha1137658

ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା

Russia-Ukraine War: ଧରା ପଡ଼ିଥିବା ସୈନିକ ଦାବି କରିଛନ୍ତି ଯେ, ତାଙ୍କ ଗୋଡ଼ରେ ଗୁଳି ବାଜିଛି ଓ ଅନ୍ୟ ଜଣେ ଲେଫ୍ଟନାଣ୍ଟଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଅନ୍ୟ ସୈନିକମାନେ ଅନୁଭବ କରିଛନ୍ତି ଯେ ଏହି ଯୋଡ଼ି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉ ନାହିଁ । ବ୍ରିଟିଶ ଗୁଇନ୍ଦା କମ୍ପାନୀ ଦ୍ୱାରା ପ୍ରାପ୍ତ ଭଏସ୍ ରେକର୍ଡିଂ ଅନୁଯାୟୀ, ପୂର୍ବରୁ ଧରାଯାଇଥିବା ଋଷର ସୈନିକମାନେ କହିଥିଲେ ଯେ ୟୁକ୍ରେନ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଥିଲା ।

ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା

କୀଭ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ସେନା (Russian Army) ୟୁକ୍ରେନର ରାଜଧାନୀ କୀଭ (Kyiv) ଦଖଲ ପାଇଁ ପ୍ରୟାସ କରୁଛି ।  ଏଭଳି ପରିସ୍ଥିତିରେ ଯେକୌଣସି ସମୟରେ ଏକ ନିର୍ଣ୍ଣାୟକ ସ୍ଥିତି ଆସିପାରେ । ସେପଟେ ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଶାନ୍ତି ବାର୍ତ୍ତା ମଧ୍ୟ ଜାରି ରହିଛି । ଏହା ମଧ୍ୟରେ ୟୁକ୍ରେନ ସେନା (Ukrainian Army) ଅନେକ ଋଷ ସୈନିକଙ୍କୁ ଧରିଛନ୍ତି । ପଚରାଉଚରା ବେଳେ ସେମାନେ  ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।

ୟୁକ୍ରେନର ସୈନ୍ୟବାହିନୀ ଦ୍ୱାରା କଏଦ ହୋଇଥିବା ଋଷୀୟ ସୈନିକମାନେ (Russian Soldiers) କହିଛନ୍ତି ଯେ, ଯଦି ସେମାନେ ସ୍ୱଦେଶକୁ ଫେରନ୍ତି ତେବେ ସେମାନଙ୍କୁ ମୃତ୍ୟୁର ଭୟ ରହିଛି । କୀଭରେ ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ମୋଟର ରାଇଫଲ ଡିଭିଜନର ଜଣେ ସୈନିକ କହିଛନ୍ତି ଯେ ଋଷ (Russia) କୁ ଫେରିବା ପରେ ତାଙ୍କୁ ହତ୍ୟା କରାଯିବାର ଭୟ ରହିଛି ।

ସେ କହିଛନ୍ତି ଯେ, ଋଷରେ ଆମକୁ ମୃତ ବୋଲି ମାନି ନେଇଛି । ଧରା ପଡ଼ିଥିବା ସୈନିକମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ମୋତେ ମୋର ପିତାମାତାଙ୍କ ସହ ଫୋନ କରିବାର ଏକ ସୁଯୋଗ ଦିଆଯାଇଥିଲା ଓ ସେମାନେ ମୋତେ କହିଥିଲେ ଯେ ମୋ ପାଇଁ ଅନ୍ତିମ ସଂସ୍କାରର ବ୍ୟବସ୍ଥା ପୂର୍ବରୁ ହିଁ କରାଯାଇଛି । ଯଦି ଅଦଳବଦଳ ହୁଏ, ତେବେ ଆମ ନିଜ ଲୋକମାନେ ମୋତେ ଗୁଳି କରିଦେବେ ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅନ୍ୟ ଜଣେ କଏଦ ହୋଇଥିବା ଋଷୀୟ ସୈନିକ କହିଛନ୍ତି ଯେ ୟୁକ୍ରେନର ନାଗରିକମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ କିପରି ତାଙ୍କ ସାଥୀ ସୈନିକମାନେ ଗୁଳି ଚଳାଇଥିଲେ । ଫେବୃଆରୀ ୨୪ରେ ଖାର୍କିଭରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯିବା ପରେ ତାଙ୍କ ସାଥୀ ଜଣେ ଲେଫ୍ଟନାଣ୍ଟ ଜଣେ ମହିଳା ଓ ତାଙ୍କ ମା'ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ ଋଷ ସେନାର ଗୁଳିରେ ନିହତ ହୋଇଥିଲେ ।

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍

ଏହା ବି ପଢ଼ନ୍ତୁ:-ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ

 

ଧରା ପଡ଼ିଥିବା ସୈନିକ ଦାବି କରିଛନ୍ତି ଯେ, ତାଙ୍କ ଗୋଡ଼ରେ ଗୁଳି ବାଜିଛି ଓ ଅନ୍ୟ ଜଣେ ଲେଫ୍ଟନାଣ୍ଟଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଅନ୍ୟ ସୈନିକମାନେ ଅନୁଭବ କରିଛନ୍ତି ଯେ ଏହି ଯୋଡ଼ି ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉ ନାହିଁ । ବ୍ରିଟିଶ ଗୁଇନ୍ଦା କମ୍ପାନୀ ଦ୍ୱାରା ପ୍ରାପ୍ତ ଭଏସ୍ ରେକର୍ଡିଂ ଅନୁଯାୟୀ, ପୂର୍ବରୁ ଧରାଯାଇଥିବା ଋଷର ସୈନିକମାନେ କହିଥିଲେ ଯେ ୟୁକ୍ରେନ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଥିଲା ।