ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍
Advertisement
Article Detail0/zeeodisha/odisha1103401

ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍

Russia-Ukraine Conflict, Putin Nuclear Briefcase: ୧୯୮୦ ଦଶକରେ ଏହି ବ୍ରିଫକେସ୍ ବିକଶିତ ହୋଇଥିଲା । ପୁଟିନଙ୍କ ସହିତ କେବଳ ଗୋଟିଏ ବ୍ରିଫକେସ୍ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩ । ଏହି ତିନୋଟି ବ୍ରିଫକେସକୁ କେବଳ ଋଷର ବରିଷ୍ଠ ଅଧିକାରୀମାନେ ଖୋଲିପାରିବେ । ଏହି ଅଧିକାରୀମାନେ ହେଲେ ଋଷର ପ୍ରତିରକ୍ଷା ମନ୍ତ୍ରୀ, ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ । ବିଶ୍ଳେଷକମାନେ କହିଛନ୍ତି ଯେ ଏହି ସୁଟକେସରେ ଉଭୟ ନାଲି ଓ ଧଳା ବଟନ୍ ଅଛି, କିନ୍ତୁ ଧଳା ବଟନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥାଏ ।

ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍

ମସ୍କୋ: Russia-Ukraine Conflict, Putin Nuclear Briefcase: ୟୁକ୍ରେନ (Ukraine) ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଋଷ (Russia) ଏକ ଶକ୍ତିଶାଳୀ ପରମାଣୁ ଅଭ୍ୟାସ (Nuclear Exercise) କରିବାକୁ ଯାଉଛି । ଏହି ଅଭ୍ୟାସ ସମୟରେ ଋଷ ମହାବିନାଶକାରୀ ବାଲିଷ୍ଟିକ୍ ଓ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା କରିପାରେ । ଏହି ସମୟରେ ଋଷର ପରମାଣୁ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବିଶ୍ୱସନୀୟତା ପରୀକ୍ଷା କରାଯିବ । ଏହି ଅଭ୍ୟାସର ମହତ୍ତ୍ୱ ଏହି କଥାରୁ ଜାଣିପାରିବେ ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ନିଜେ ଅଭ୍ୟାସ ସମୟରେ ଉପସ୍ଥିତ ରହିବେ । ଏହି ଅଭ୍ୟାସ ସମୟରେ ପୁଟିନଙ୍କ ଜଣାଶୁଣା ପରମାଣୁ ସୁଟକେସ୍ ବା ବ୍ରିଫକେସ୍ (Nuclear Suitcase) ମଧ୍ୟ ମହଜୁଦ ରହିବ । ଏହି ସୁଟକେସ୍ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରାଇବାର ଶକ୍ତି ରହିଛି । ଆସନ୍ତୁ ଜାଣିବା ଏହି ପରମାଣୁ ସୁଟକେସ୍ ବିଷୟରେ ଓ ଏହା କେତେ ବିପଜ୍ଜନକ...

ଋଷ (Russia) ପାଖରେ ସର୍ବାଧିକ ପରମାଣୁ ବୋମା (Nuclear Bombs) ଅଛି, ଯାହା ପୃଥିବୀକୁ ଗୋଟିଏ ମୁହୂର୍ତ୍ତରେ ଅନେକ ଥର ଧ୍ୱଂସ କରିପାରେ । ଋଷର ରାଷ୍ଟ୍ରପତି ଏହି ବ୍ରିଫକେସ୍ ସାହାଯ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ଚଳାଇବାକୁ ନିର୍ଦ୍ଦେଶ ଦେଇଥାଏ । ଏହି ପରମାଣୁ ସୁଟକେସ୍ ଏକ ସାଧାରଣ ବ୍ରିଫକେସ୍ ପରି ଦେଖାଯାଏ । ଯଦିଓ ପୁଟିନ (Vladimir Putin) ଙ୍କ ଏହି ପରମାଣୁ ବ୍ରିଫକେସ୍ (Nuclear Briefcase) ଟପ୍ ସିକ୍ରେଟ୍ ଓ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପୁଟିନଙ୍କ ଏହି ବ୍ରିଫକେସ ଭିତରର ଝଲକ ସମଗ୍ର ଦୁନିଆ ଦେଖିଥିଲା । ଏହି ବ୍ରିଫକେସରେ ନାଲି ଓ ଧଳା ବଟନ୍ ଅଛି । ପୁଟିନ ଏହି ବଟନଗୁଡ଼ିକ ସାହାଯ୍ୟରେ ପରମାଣୁ ଆକ୍ରମଣର ଆଦେଶ ଦେଇପାରିବେ ।

ପୁଟିନଙ୍କ ସହିତ ଛାୟ ପରି ଚାଲେ ପରମାଣୁ ବ୍ରିଫକେସ୍

ଋଷର ଗଣମାଧ୍ୟମ ଅନୁଯାୟୀ, ଏହି ସୁଟକେସ୍ କେବଳ ଏକ କୋଡ୍ ମାଧ୍ୟମରେ ଖୋଲାଯାଇପାରିବ । କେବଳ ଏତିକି ନୁହେଁ, ଏହା ୨୪ ଘଣ୍ଟାର କଡ଼ା ସୁରକ୍ଷା କଭରରେ ରହିଥାଏ । ଏହା ମାଧ୍ୟମରେ ଋଷ (Russia) ର ୬ ହଜାରରୁ ଅଧିକ ପରମାଣୁ ବୋମା ନିୟନ୍ତ୍ରିତ ହୋଇଥାଏ । ପୁଟିନ ଯେଉଁଆଡେ ଯାଆନ୍ତି, ଜଣେ ସୁରକ୍ଷା ଅଧିକାରୀ ଏହି ବ୍ରିଫକେସକୁ ସବୁବେଳେ ସାଙ୍ଗରେ ନେଇଯାଆନ୍ତି । ପରମାଣୁ ଆକ୍ରମଣ ଘଟଣାରେ ପୁଟିନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଅଧିକାରୀ ହିଁ ତାଲିମପ୍ରାପ୍ତ । ଋଷରେ ଏହି ବ୍ରିଫକେସକୁ ଚେଗେଟ୍ (Cheget) କୁହାଯାଏ, ଯାହାକୁ ଏକ ପର୍ବତ ନାମରେ ରଖାଯାଇଛି ।

୧୯୮୦ ଦଶକରେ ଏହି ବ୍ରିଫକେସ୍ ବିକଶିତ ହୋଇଥିଲା । ପୁଟିନଙ୍କ ସହିତ କେବଳ ଗୋଟିଏ ବ୍ରିଫକେସ୍ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩ । ଏହି ତିନୋଟି ବ୍ରିଫକେସକୁ କେବଳ ଋଷର ବରିଷ୍ଠ ଅଧିକାରୀମାନେ ଖୋଲିପାରିବେ । ଏହି ଅଧିକାରୀମାନେ ହେଲେ ଋଷର ପ୍ରତିରକ୍ଷା ମନ୍ତ୍ରୀ, ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ । ବିଶ୍ଳେଷକମାନେ କହିଛନ୍ତି ଯେ ଏହି ସୁଟକେସରେ ଉଭୟ ନାଲି ଓ ଧଳା ବଟନ୍ ଅଛି, କିନ୍ତୁ ଧଳା ବଟନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥାଏ ।

ଏହା ବି ପଢ଼ନ୍ତୁ:-ଏ ହେଉଛି ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି କାହା ସହିତ

ଏହା ବି ପଢ଼ନ୍ତୁ:-'କାଚା ବାଦାମ' ଗୀତର ଗାୟକ ଭୁବନଙ୍କ ବଦଳିଲା ଭାଗ୍ୟ, ମ୍ୟୁଜିକ୍ କମ୍ପାନୀ ଦେଲେ ଏତେ ଲକ୍ଷ ଟଙ୍କା

 

ପରମାଣୁ ବ୍ରିଫକେସ୍ ବ୍ୟବହାର କରିବା ବହୁତ ସହଜ 

ଏହି ଋଷର ପରମାଣୁ ବ୍ରିଫକେସ୍ ଏପରି ଭାବରେ ଡିଜାଇନ୍ ହୋଇଛି ଯେ ବୃଦ୍ଧ ନେତାମାନେ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ । ଏହି ବ୍ରିଫକେସକୁ ସର୍ବଦା ନୌସେନା ସୈନିକ ବହନ କରନ୍ତି ଯାହା ଦ୍ୱାରା ଏହା ଭିଡ଼ ମଧ୍ୟରେ ସହଜରେ ଚିହ୍ନିତ ହୋଇପାରିବ । ୧୯୮୩ ମସିହାରେ ଋଷର ପରମାଣୁ ବ୍ରିଫକେସ୍ କାର୍ଯ୍ୟ ଆରମ୍ଭ କରିଥିଲା । ଋଷର ରାଷ୍ଟ୍ରପତିଙ୍କ ପରି ପରମାଣୁ ଆକ୍ରମଣ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହ ଏକ ବ୍ରଫକେସ୍ ମଧ୍ୟ ଚାଲିଥାଏ । ଋଷ ପାଖରେ ପରମାଣୁ ଆକ୍ରମଣ ପାଇଁ ହାଇପରସୋନିକ୍ କ୍ଷେପଣାସ୍ତ୍ର ଠାରୁ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ସବୁକିଛି ଅଛି ।

ଋଷର ହାଇପରସୋନିକ୍ କ୍ଷେପଣାସ୍ତ୍ର ଏତେ ଶକ୍ତିଶାଳୀ ଯେ ସେଗୁଡିକ ବର୍ତ୍ତମାନ ସମୟରେ କୌଣସି ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ୱାରା ରୋକି ପାରିବେ ନାହିଁ ।  କେବଳ ଏତିକି ନୁହେଁ, ବିଶ୍ୱର ଯେକୌଣସି ଦେଶକୁ ବିନାଶ କରିବାକୁ ଋଷ ପାଖର ଶକ୍ତି ଅଛି । ପରମାଣୁ ଶକ୍ତି ସହିତ ଋଷ ଏକ ଅଣ୍ଡର ୱାଟର ଡ୍ରୋନ୍ ବିକଶିତ କରିଛି । ଏହା ସହଜରେ ପରମାଣୁ ଆକ୍ରମଣ ମଧ୍ୟ କରିପାରେ । ପରମାଣୁ ବ୍ରିଫକେସ୍ ଦେଖାଇ ପୁଟିନ ୟୁକ୍ରେନ ଉପରେ ପାଶ୍ଚାତ୍ୟ ଦେଶମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମନେ କରାଯାଉଛି ।