ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?
Advertisement
Article Detail0/zeeodisha/odisha725523

ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ରାଜେ ଗତ କିଛି ଦିନ ହେବ ଦିଲ୍ଲୀରେ ଅଛନ୍ତି । ସେ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଦଳର ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ତମାଲ ବାକଚିନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଛି ରାଜନୈତିକ ସଙ୍କଟ((Rajasthan Political Crises) । ଏହା ମଧ୍ୟରେ ଆଜି(ଶନିବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ( (Rajnath Singh)ଙ୍କୁ ସାକ୍ଷାତ କରିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସୁନ୍ଧରା ରାଜେ(Vasundhara Raje) । ରାଜସ୍ଥାନର ରାଜନୈତିକ ପରିସ୍ଥିତିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିବାର ମନେ କରାଯାଉଛି । ଦିଲ୍ଲୀରେ ବସୁନ୍ଧରାଙ୍କ ଉପସ୍ଥିତି ଓ ଦଳର ଶୀର୍ଷ ନେତାଙ୍କ ସହ ସାକ୍ଷାତ ଯୋଗୁଁ ରାଜସ୍ଥାନର ରାଜନୈତିକ ପାରା ବଢ଼ିଯାଇଛି । ସେପଟେ ବିଜେପି ନିଜର କିଛି ବିଧାୟକଙ୍କୁ ଗୁଜୁରାଟରେ ଏକ ହୋଟେଲରେ ରଖିବାର ଖବର ସାମ୍ନାକୁ ଆସୁଛି । କାରଣ ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଦଳର ବିଧାୟକଙ୍କୁ ଏକଜୁଟ ରଖିବା ଉଭୟ କଂଗ୍ରେସ ଓ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କିଛି ଦିନ ପାଇଁ ଦିଲ୍ଲୀରେ ଅଛନ୍ତି ବସୁନ୍ଧରା

ରାଜେ ଗତ କିଛି ଦିନ ହେବ ଦିଲ୍ଲୀରେ ଅଛନ୍ତି । ସେ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଦଳର ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ତେବେ ଏହି ସାକ୍ଷାତ ବେଳେ ସେ ଦଳର ନେତାଙ୍କ ସହ କ’ଣ ଆଲୋଚନା କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ବସୁନ୍ଧରାଙ୍କ ଏହି ସାକ୍ଷାତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେ ଗତ ମାସରୁ ଆରମ୍ଭ ହୋଇଥିବା ରାଜନୈତିକ ସଙ୍କଟ ସମୟରେ ସେ ଜୟପୁରରେ ଦଳର ବୈଠକରେ ଅନୁପସ୍ଥିତ ଥିଲେ । ଏହାସହ ସେହି ସମୟରେ ସେ ରାଜସ୍ଥାନର ରାଜନୈତିକ ସଙ୍କଟ ଉପରେ ନୀରବତା ରକ୍ଷା କରିଥିଲେ । ଏହା ବ୍ୟତୀତ ସେ ଗେହଲଟ୍ ସରକାରଙ୍କୁ କ୍ଷମତାରୁ ହଟାଇବା ସପକ୍ଷରେ ନୁହଁନ୍ତି ବୋଲି କୁହାଯାଉଛି । 

ଅଧିକ ପଢ଼ନ୍ତୁ:-ସଚିନ ହେଲେ 'ଆଉଟ୍', ତ କଂଗ୍ରେସ ପାଇଁ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଲେ ବୈଭବ

ରାଜସ୍ଥାନରେ ଜାରି ରାଜନୈତିକ ଅସ୍ଥିରତା 

ଉଲ୍ଲେଖନୀୟ କଥା ଯେ, ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot) ଏବଂ ଅନ୍ୟ କେତେକ କଂଗ୍ରେସ ବିଧାୟକଙ୍କ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିବା କାରଣରୁ ବିଗତ କିଛି ସପ୍ତାହ ଧରି ରାଜନୈତିକ ସଙ୍କଟ ଜାରି ରହିଛି । କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ରାଜ୍ୟ କଂଗ୍ରେସ କମିଟିର ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ରାଜସ୍ଥାନ ବିଧାନସଭା ଅଧିବେଶନ ଅଗଷ୍ଟ ୧୪ରୁ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନର ରାଜନୈତିକ ସଙ୍କଟ: ପାଇଲଟଙ୍କୁ ମାତ୍ ଦେବା ପାଇଁ ଅଶୋକ ଗେହଲଟଙ୍କ ନୂଆ ପ୍ଲାନ

ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା ଅଧିବେଶନ 

ଗେହଲଟ୍ ଏହି ସମୟ ମଧ୍ୟରେ ବିଶ୍ୱାସ ମତ ପ୍ରସ୍ତାବ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷଜ୍ଞମାନେ ମନେ କରନ୍ତି ଯେ ଗେହଲଟଙ୍କ ପାଖରେ ସଂଖ୍ୟା ବଳ ଅଛି ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନେଇ ସେ ଆଶ୍ୱସ୍ତ ଅଛନ୍ତି ।   ବିଜେପିର ଏକ ବର୍ଗ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ଗେହଲଟ୍ ସରକାରଙ୍କୁ ଭାଙ୍ଗିକୁ ଚାହୁଁଛି । କିନ୍ତୁ ଯଦି ସୂତ୍ରରୁ ମିଳିତ ସୂଚନା ମୁତାବକ, ବସୁନ୍ଧରା ରାଜେ ଏହା ସପକ୍ଷରେ ନାହାଁନ୍ତି ।