PM Awas Yojana: ସେ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷର ବଜେଟରେ ଏହି ବ୍ୟବସ୍ଥା କରାଯାଇଛି ଓ ମୋଟ ପ୍ରାୟ ୧ ଲକ୍ଷ ଘର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ବଜେଟ୍ ଉପସ୍ଥାପନ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ରାମେଶ୍ୱର ଓରନ୍ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।
Trending Photos
ନୂଆଦିଲ୍ଲୀ: PM Awas Yojana: ଗରୀବ ଓ ଅସହାୟ ଲୋକଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ଅନ୍ତର୍ଗତ ସେମାନଙ୍କୁ ସରକାରଙ୍କୁ ତରଫରୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ । ଏହି କ୍ରମରେ ଝାରଖଣ୍ଡ ସରକାର (Jharkhand Government) ଆଗାମୀ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) ଅଧୀନରେ ରାଜ୍ୟରେ ନିର୍ମାଣ ହେଉଥିବା ଘରଗୁଡ଼ିକରେ ଆଉ ଏକ କୋଠରୀ ଯୋଡିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଘର ପ୍ରତି ଅତିରିକ୍ତ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଝାରଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଓନ୍ (Finance Minister Rameshwar Oraon) ନିଜ ଅଭିଭାଷଣରେ କହିଛନ୍ତି ଯେ, ବିରୋଧୀଦଳ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି ଓ ରାଜ୍ୟ ସରକାର ଏହି କ୍ଷେତ୍ରରେ କିଛି କରନ୍ତି ନାହିଁ । ସେ କହିଛନ୍ତି ଯେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଘରଗୁଡ଼ିକରେ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ କୋଠରୀ ଯୋଡିବା ପାଇଁ ରାଜ୍ୟ ସରକାର ଅତିରିକ୍ତ ୫୦,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ:-ୟୁକ୍ରେନ ଦଖଲ ପାଇଁ ପୁଟିନଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ବେଲାଋଷର 'ଏକଛତ୍ରବାଦୀ ଶାସକ' ଲୁକାଶେଙ୍କୋ, ଜାଣନ୍ତୁ ଏହା ପଛର କାରଣ
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଖାସ୍ ପରାମର୍ଶଦାତା କିଏ, କେଉଁମାନଙ୍କ ହାତରେ ରହିଛି ୟୁକ୍ରେନ ଦଖଲ କରିବାର ପୂରା ଦାୟିତ୍ୱ?
ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୨୪୪ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଏହା ବି ପଢ଼ନ୍ତୁ:-ଯୁଦ୍ଧ କ୍ଷେତ୍ର କୀଭରୁ ଆସୁଥିବା ସମୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଲାଗିଲା ଗୁଳି
ସେ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷର ବଜେଟରେ ଏହି ବ୍ୟବସ୍ଥା କରାଯାଇଛି ଓ ମୋଟ ପ୍ରାୟ ୧ ଲକ୍ଷ ଘର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ବଜେଟ୍ ଉପସ୍ଥାପନ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ରାମେଶ୍ୱର ଓରନ୍ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟରେ ସ୍ୱାସ୍ଥ୍ୟ ପାଇଁ ୨୭ ପ୍ରତିଶତ, ପାନୀୟ ଜଳ ପାଇଁ ୨୦ ପ୍ରତିଶତ, ଶିକ୍ଷା କ୍ଷେତ୍ରରେ ୬.୫ ପ୍ରତିଶତ ଏବଂ ଖାଦ୍ୟ ବଣ୍ଟନରେ ୨୧ ପ୍ରତିଶତ ବୃଦ୍ଧି କରାଯାଇଛି ।