ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?
Advertisement
Article Detail0/zeeodisha/odisha966739

ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ବ୍ୟାଙ୍କର ଲାଇସେନ୍ସ ବାତିଲ ଘୋଷଣା କରି ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ, ବ୍ୟାଙ୍କ ଦାଖଲ କରିଥିବା ବିବରଣୀ ଅନୁଯାୟୀ ୯୫ ପ୍ରତିଶତ ଜମାକାରୀ DICGC ମାଧ୍ୟମରେ ସେମାନଙ୍କର ସମସ୍ତ ଜମା ପାଇବେ ।

ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମହାରାଷ୍ଟ୍ରର ପାନଭେଲର କର୍ନାଲା ନାଗରୀ ସହକାରୀ ବ୍ୟାଙ୍କ  (Karnala Nagari Sahakari Bank) ର ଲାଇସେନ୍ସ ବାତିଲ କରିଦଇଛି । ସମବାୟ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ ନିଜର ବର୍ତ୍ତମାନର ଜମାକାରୀଙ୍କୁ ସମ୍ପୂର୍ଣ୍ଣ ରାଶି ପରିଶୋଧ କରିବା ସ୍ଥିତିରେ ନ ଥିବାରୁ RBI ଏହି ପଦକ୍ଷେପ ନେଇଛି । ଆରବିଆଇ କହିଛି ଯେ ବ୍ୟବସାୟ ବନ୍ଦ ହେବା ପରେ ବ୍ୟାଙ୍କ ବ୍ୟାଙ୍କିଙ୍ଗ ବିଜନେସ୍ କରିପାରିବ ନାହିଁ ।

ବ୍ୟାଙ୍କର ଲାଇସେନ୍ସ ବାତିଲ ଘୋଷଣା କରି ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ, ବ୍ୟାଙ୍କ ଦାଖଲ କରିଥିବା ବିବରଣୀ ଅନୁଯାୟୀ ୯୫ ପ୍ରତିଶତ ଜମାକାରୀ DICGC ମାଧ୍ୟମରେ ସେମାନଙ୍କର ସମସ୍ତ ଜମା ପାଇବେ । ଲିକ୍ୱିଡେଶନ ସ୍ଥିତିରେ ପ୍ରତ୍ୟେକ ଜମାକାରୀଙ୍କୁ DICGC ମାଧ୍ୟମରେ ଜମା ବୀମା ଦାବି କରିବାର ଅଧିକାର ଅଛି । ଏହାର ସୀମା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ରିଜର୍ଭ ବ୍ୟାଙ୍କ କହିଛି ଯେ ଅଗଷ୍ଟ ୯ ତାରିଖର ଆଦେଶ ଅନୁଯାୟୀ କର୍ନାଲା ନାଗରୀ ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି ।

ଏଥିପାଇଁ କରାଯାଇଥିଲା ବ୍ୟାଙ୍କର ଲାଇସେନ୍ସ ବାତିଲ

ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜିର ଅଭାବ ଓ ରୋଜଗାର ସମ୍ଭାବନା ନ ଥିବାରୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । RBI କହିଛି ଯେ ଋଣ ପ୍ରଦାନକାରୀ ବ୍ୟାଙ୍କ ରେଗୁଲେସନ ଆକ୍ଟ, 1949 ର ବିଭିନ୍ନ ବିଭାଗର ଆବଶ୍ୟକତା ପାଳନ କରିବାରେ ବିଫଳ ହୋଇଛି । ଏହାସହ ଏହା ମଧ୍ୟ କହିଛି ଯେ ବ୍ୟାଙ୍କ ବର୍ତ୍ତମାନର ଆର୍ଥିକ ସ୍ଥିତି ସହ ନିଜର ଜମାକାରୀଙ୍କୁ ସମ୍ପୂର୍ଣ୍ଣ ଦେୟ ଦେବାରେ ଅସମର୍ଥ ହେବ ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ

ଅଧିକ ପଢ଼ନ୍ତୁ:-ପ୍ରଥମ ଥର ଯୌନ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...

ଲାଇସେନ୍ସ ବାତିଲ ଘୋଷଣା କରି ଆରବିଆଇ କହିଛି ଯେ ଯଦି ବ୍ୟାଙ୍କକୁ ବ୍ୟାଙ୍କିଙ୍ଗ ବ୍ୟବସାୟ ଜାରି ରଖିବାକୁ ଅନୁମତି ଦିଆଯାଏ ତେବେ ସାଧାରଣ ଜନତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ।

ବର୍ତ୍ତମାନ କର୍ନାଲା ନାଗରୀ ସହକାରୀ ବ୍ୟାଙ୍କ (Karnala Nagari Sahakari Bank) ବ୍ୟାଙ୍କିଙ୍ଗ ବ୍ୟବସାୟ କରିପାରିବ ନାହିଁ, ଯେଉଁଥିରେ ନଗଦ ଜମା ଓ ରିପେମେଣ୍ଟ ଅଫ ଡିପୋଜିଟ୍ସ ଅନ୍ତର୍ଭୁକ୍ତ ରହିଛି । ମହାରାଷ୍ଟ୍ରର ସମବାୟ ସମିତିର କମିଶନର ତଥା ରେଜିଷ୍ଟ୍ରାରଙ୍କୁ ମଧ୍ୟ ବ୍ୟାଙ୍କ ବନ୍ଦ କରିବାକୁ ଓ ବ୍ୟାଙ୍କ ପାଇଁ ଏକ ଲିକ୍ୱିଡେଟର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି ।