କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ
Advertisement
Article Detail0/zeeodisha/odisha966035

କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ

ତାଲିବାନ (Taliban) ର ବର୍ତ୍ତମାନର ୫ ବଡ଼ ଚେହେରା ବିଷୟରେ ଜାଣି ନିଅନ୍ତୁ

କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ

କାବୁଲ: ଆଫଗାନିସ୍ତାନ (Afghanistan) ତାଲିବାନ (Taliban) ର କବଜାରେ ଆସିସାରିଛି । ବର୍ତ୍ତମାନ ଦୁନିଆ ଆଗରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଆଗାମୀ ସମୟରେ କଣ ହେବ? ତାଲିବାନର ଚେହେରା କିଏ ହେବ, ଯିଏ ଆଫଗାନିସ୍ତାନର ଭବିଷ୍ୟତ ସ୍ଥିର କରିବ । କୋଟି ଲୋକଙ୍କ ଜୀବନ କାହା ହାତରେ ରହିବ?

କ୍ଷମତା ପରିବର୍ତ୍ତନ ପରେ ଆଫଗାନିସ୍ତାନର କମାଣ ୫୩ ବର୍ଷୀୟ ମୁଲ୍ଲା ଅବଦୁଲ ଘାନି ବରାଦର (Mullah Abdul Ghani Baradar) ଙ୍କ ହାତରେ ରହିଛି । ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ଓ ବର୍ତ୍ତମାନ ଅନ୍ତରୀଣ ତାଲିବାନ ସରକାରର ମୁଖ୍ୟ । କିନ୍ତୁ ତାଙ୍କ ସର୍ବଶେଷ ପରିଚୟ ହେଉଛି ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ।

ରବିବାର ତାଲିବାନ (Taliban) ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ନୂତନ ସରକାର ଗଠନକୁ ନେଇ ଉଦ୍ୟମ ଜୋରଦାର ହୋଇଛି । ଏଭଳି ପରିସ୍ଥିତିରେ ତାଲିବାନର ସବୁଠାରୁ ଶକ୍ତିଶାଳୀ ଚେହେରା ମୁଲ୍ଲା ଅବଦୁଲ ଘାନି ବରାଦର (Mullah Abdul Ghani Baradar) ଙ୍କ ନାଁ ଆଗରେ ରହିଛି ବୋଲି ମନେ କରାଯାଉଛି ।

ତାଲିବାନର ବର୍ତ୍ତମାନର ୫ ବଡ଼ ଚେହେରା ବିଷୟରେ ଜାଣି ନିଅନ୍ତୁ

୧. ହୈବାତୁଲ୍ଲା ଅଖୁନଜାଦା (Haibatullah Akhunzada)

୨୦୧୬ ଠାରୁ ତାଲିବାନର ପ୍ରମୁଖ ଦାୟିତ୍ୱରେ ରହିଛି ।

୨. ମୁଲ୍ଲା ଅବଦୁଲ ଘାନି ବରାଦର (Mulla Abdul Ghani Baradar)

ତାଲିବାନର ପ୍ରତିଷ୍ଠାତା ସଦସ୍ୟ

୩. ମୁଲ୍ଲା ମହମ୍ମଦ ୟାକୋବ (Mulla Mohammad Yacob)

ଡେପୁଟି ଚିଫ୍, ତାଲିବାନ

ମୁଲ୍ଲା ଓମାରଙ୍କ ପୁଅ 

୪. ସିରାଜୁଦ୍ଦିନ ହକ୍କାନି (Sirajuddin Haqqani) 

ଡେପୁଟି ଚିଫ୍, ତାଲିବାନ

ହକ୍କାନି ନେଟୱାର୍କର ମୁଖ୍ୟ 

୫. ଅବଦୁଲ ହାକିମ ହକ୍କାନି (Abdul Hakim Haqqani)

ବାର୍ତ୍ତା ଦଳର ମୁଖ୍ୟ 

ଅଧିକ ପଢ଼ନ୍ତୁ:-ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସର ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

ଆଫଗାନିସ୍ତାନ ଦଖଲ ପରେ ବରାଦରର ସ୍ଥିତି ସବୁଠାରୁ ଅଧିକ ମଜଭୁତ 

ଯଦିଓ ଏହି ପାଞ୍ଚଟି ବଡ ଚେହେରା ରହିଛି, କିନ୍ତୁ କାବୁଲକୁ ଦଖଲ କରିବା ପରେ ବରାଦରଙ୍କ ସ୍ଥିତି ସବୁଠୁ ଅଧିକ ମଜଭୁତ ହୋଇଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଆତଙ୍କୀକୁ ଦେଇଥିବା ବାର୍ତ୍ତାରେ ବରାଦର କହିଛି ଯେ, "ଆମେ ଅସମ୍ଭବ ଦେଖାଯାଉଥିବା ଏକ ବିଜୟ ହାସଲ କରିଛୁ । ବର୍ତ୍ତମାନ ଆମକୁ ଆଲ୍ଲାହାଙ୍କ ଆଦେଶ ଅନୁଯାୟୀ ନରମ ହୃଦୟ ସହ କାର୍ଯ୍ୟ କରିବାକୁ ପଡିବ । ଏହା ଆମ ପାଇଁ ପରୀକ୍ଷାର ସମୟ । ବର୍ତ୍ତମାନ ଏହା ଆମର ଦାୟିତ୍ୱ ଯେ ଆମେ କିପରି ଲୋକମାନଙ୍କୁ ସେବା କରିବୁ ଓ ଆମେ ସେମାନଙ୍କୁ କିପରି ସୁରକ୍ଷା ଦେବୁ । ଲୋକଙ୍କ ଉନ୍ନତ ଜୀବନ ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ।"

ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ଓମାର (Mullah Omar) ଙ୍କ ଅତି ନିକଟତମ ମନେ କରାଯାଉଥିବା ବରଦାରଙ୍କ ସ୍ଥିତି ଲଗାତର ମଜଭୁତ ହେବାରେ ଲାଗିଛି । ନିକଟ ଅତୀତରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଚୀନ୍ ନେତାମାନଙ୍କୁ ଭେଟିବା ପାଇଁ ବରାଦ ମଧ୍ୟ ବେଜିଂ ଯାଇଥିଲେ । ୧୯୭୮ରେ ଯେତେବେଳେ ତାଲିବାନ ସୋଭିଏତ୍ ବିରୁଦ୍ଧରେ ଗୋରିଲା ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ବରାଦର ଏଥିରେ ସକ୍ରିୟ ଥିଲେ । ସୋଭିଏତ୍ ସୈନ୍ୟ ପ୍ରତ୍ୟାହାର ପରେ ବରଦାରଙ୍କ ସ୍ଥିତି ବୃଦ୍ଧି ପାଇଥିଲା । ସେ ମୁଲ୍ଲା ଓମାରଙ୍କ ସହ ଅନେକ ମଦ୍ରାସା ନିର୍ମାଣ କରିଥିଲେ ଯେଉଁଠାରେ ତାଲିବାନ ଯୋଦ୍ଧାକୁ ପ୍ରସ୍ତୁତ କରାଯାଇଥିଲା ।

୧୯୯୬ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନରେ ମଧ୍ୟ ବରଦାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୦୧ରେ ଆମେରିକାର ଆକ୍ରମଣ ପରେ ବରଦାରଙ୍କୁ ପଳାୟନ କରିବାକୁ ପଡିଥିଲା । ୨୦୧୦ରେ ବରଦାରଙ୍କୁ କରାଚିରୁ ଗିରଫ କରାଯାଇଥିଲା । କିନ୍ତୁ ଶାନ୍ତି ଆଲୋଚନା ପାଇଁ ୨୦୧୮ରେ ବରଦାରଙ୍କୁ ମୁକ୍ତ କରିବାକୁ ପଡିଲା । ଏହା ବ୍ୟତୀତ ତାଲିବାନକୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ କରିବା ପଛରେ ବରଦାର ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମନେ କରାଯାଏ ।