ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି, ସେତେବେଳେ ତାଙ୍କଠାରେ ଅନେକ ଭାବପ୍ରବଣ, ମାନସିକ ଏବଂ ଶାରୀରିକ ପରିବର୍ତ୍ତନ ଆସିଥାଏ । କିଛି ଲୋକ ଏହାକୁ କୁମାରୀତ୍ୱ (virginity) ସହିତ ଯୋଡ଼ି ଦେଖନ୍ତି । ଆସନ୍ତୁ ମହିଳା ସ୍ୱାସ୍ଥ୍ୟ ଉପରେ flo.health ଦ୍ୱାରା କୁହାଯାଇଥିବା ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା...
Trending Photos
ଯୌନ ସମ୍ପର୍କ କିମ୍ବା ଶାରୀରିକ ସମ୍ପର୍କ (physical relationship) ସ୍ଥାପନ କରିବା ଏକ ବିଶେଷ ଅନୁଭବ ହୋଇଥାଏ । କିନ୍ତୁ ଯୌନ ସମ୍ପର୍କ ସ୍ଥାପନ ଯେତିକି ଭାବପ୍ରବଣତା ସହ ଜଡ଼ିତ ରହିଛି, ସେତିକି ଶାରୀରିକ ସ୍ୱାସ୍ଥ୍ୟ (physical health) ସହ ମଧ୍ୟ ଜଡ଼ିତ ଅଛି । ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖେ, ସେତେବେଳେ ତାଙ୍କ ଶରୀରରେ ଅନେକ ବଡ଼ ପରିବର୍ତ୍ତନ ଘଟେ । ଏହା ତାଙ୍କୁ ଟିକିଏ ଅସହଜ ଓ ଚିନ୍ତିତ କରିପାରେ । ଆସନ୍ତୁ ଜାଣିବା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବା ପରେ ମହିଳାଙ୍କ ଭିତରେ ଘଟୁଥିବା ଶାରୀରିକ ପରିବର୍ତ୍ତନ ବିଷୟରେ...
ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ ପରେ ମହିଳାମାନଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ (Body Changes in Women after first time physical relation)
ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି, ସେତେବେଳେ ତାଙ୍କଠାରେ ଅନେକ ଭାବପ୍ରବଣ, ମାନସିକ ଏବଂ ଶାରୀରିକ ପରିବର୍ତ୍ତନ ଆସିଥାଏ । କିଛି ଲୋକ ଏହାକୁ କୁମାରୀତ୍ୱ (virginity) ସହିତ ଯୋଡ଼ି ଦେଖନ୍ତି । ଆସନ୍ତୁ ମହିଳା ସ୍ୱାସ୍ଥ୍ୟ ଉପରେ flo.health ଦ୍ୱାରା କୁହାଯାଇଥିବା ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା...
୧. ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି, ତା’ର ଯୌନାଙ୍ଗର ଇଲାସ୍ଟିସିଟିରେ ପାର୍ଥକ୍ୟ ଆସିଥାଏ । ଏହା ନୁହେଁ ଯେ ମହିଳା ଯୌନାଙ୍ଗରେ ଇଲାସ୍ଟିସିଟି ନାହିଁ, ସେ ପ୍ରସବ ପାଇଁ ଆବଶ୍ୟକ ଷ୍ଟ୍ରେଚ୍ ସହନ କରିପାରନ୍ତି । କିନ୍ତୁ ଇଣ୍ଟରକୋର୍ସ ମାଧ୍ୟମରେ କିଛି ପରିମାଣରେ ମହିଳା ଯୌନାଙ୍ଗର ଷ୍ଟ୍ରେଚର ଅଭ୍ୟସ୍ତ ହେବାକୁ ଲାଗନ୍ତି ।
୨. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ସମୟରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ଉତ୍ପାଦନ ଆରମ୍ଭ ହୁଏ କିମ୍ବା ବଢ଼ିଯାଇଥାଏ । ଏହି ସମୟରେ ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ହରମୋନର ସ୍ତର ବଢିବାରେ ଲାଗେ । ଯାହା ମହିଳାଙ୍କୁ ମାନସିକ ସ୍ତରରେ ଶାନ୍ତ ଓ ଖୁସି କରିଥାଏ ।
୩. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ କେତେକ ମହିଳାଙ୍କ ସ୍ତନରେ ପରିବର୍ତ୍ତନ ହୋଇପାରେ । କାରଣ କାମୋତ୍ତେଜନା ସମୟରେ ସ୍ତନରେ ରକ୍ତ ପ୍ରବାହ ବଢିଥାଏ, ଯେଉଁ କାରଣରୁ ସେମାନଙ୍କର ଆକାର ବଢିଥାଏ ।
୪. ଯୌନ ଉତ୍ତେଜନା ହେତୁ ଶରୀରରେ ରକ୍ତ ପ୍ରବାହ ମହିଳାଙ୍କ ସ୍ତନର ଉପରି ଭାଗ ବା ନିପ୍ପଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ନିପ୍ପଲ ଅଧିକ ସମ୍ବେଦନଶୀଳ ହୋଇଯାଏ । ତଥାପି, ସ୍ତନ ପରି ନିପ୍ପଲରେ ଏହି ପରିବର୍ତ୍ତନ ମଧ୍ୟ ଅସ୍ଥାୟୀ ହୋଇଥାଏ ।
୫. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିବା ମହିଳାଙ୍କ କ୍ଲିଟୋରିୟସ୍ ଓ ଗର୍ଭାଶୟକୁ ମଧ୍ୟ ପ୍ରଭାବିତ କରିଥାଏ । କାରଣ, ରକ୍ତ ପ୍ରବାହ ବୃଦ୍ଧି ହେତୁ କ୍ଲିଟୋରିୟସ୍ ଫୁଲିଯାଏ ଓ ସମ୍ବେଦନଶୀଳ ହୋଇଯାଏ । ଏହା ସହିତ ଗର୍ଭାଶୟରେ ସଂକୋଚନ ଆରମ୍ଭ ହୁଏ । ଧୀରେ ଧୀରେ ଏହି ସଂକୋଚନ ଭଲ ହୋଇଯାଏ ।
୬. ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଉପରେ ମହିଳାଙ୍କ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି, ଅମ୍ଳଜାନ ବୃଦ୍ଧି ଏବଂ ଭଲ ହରମୋନ୍ ଉତ୍ପାଦନ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହା ଚେହେରାରେ ଚମକ ଆଣିଥାଏ ।
୭. ସେପଟେ, କେତେକ ମହିଳାଙ୍କ କ୍ଷେତ୍ରରେ ପ୍ରଥମ ଥର ଯୌନ ସମ୍ପର୍କ ରଖିବାରେ ହରମୋନ୍ ପରିବର୍ତ୍ତନ ହେତୁ ଋତୁସ୍ରାବରେ ବିଳମ୍ବ ହୋଇପାରେ । ତେବେ ଗର୍ଭଧାରଣ ସହିତ ଏହାର କୌଣସି ସମ୍ପର୍କ ନାହିଁ ।
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!
ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସର ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା
ଅଧିକ ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ
ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ
ଅଧିକ ପଢ଼ନ୍ତୁ:-ଏହି କାରଣରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରନ୍ତି ମହିଳା
ଜଣେ ମହିଳା ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇପାରିବେ କି?
ଆଜ୍ଞା ହଁ, ଆପଣ ପ୍ରଥମ ଥର ପାଇଁ ହେଉଁ କିମ୍ୱା ଦଶମ ଥର ହେଉଁ ଯଦି ଶାରୀରିକ ଆପଣ ସମ୍ପର୍କ ରଖୁଛନ୍ତି, ତେବେ ମହିଳା ଗର୍ଭବତୀ ହେବାର ସମ୍ଭାବନା ଅଛି । ଯେତେବେଳେ ବି ପୁରୁଷର ଶୁକ୍ରାଣୁ ମହିଳାଙ୍କ ଯୌନାଙ୍ଗରେ ପ୍ରବେଶ କରେ, ଗର୍ଭଧାରଣ ହେବାର ସମ୍ଭାବନା ଥାଏ ।