ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା
Advertisement
Article Detail0/zeeodisha/odisha1178634

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା

ବିଶ୍ୱର ତୈଳ ମାନକ ବ୍ରେଣ୍ଟ ଅଶୋଧିତ ଫ୍ୟୁଚର ବ୍ୟାରେଲ ପିଛା ୦.୧୪ ପ୍ରତିଶତ ବୃଦ୍ଧି ହୋଇ ୧୧୨.୫୫ ଡଲାରରେ ପହଞ୍ଚିଛି । ଷ୍ଟକ୍ ମାର୍କେଟର ଅସ୍ଥାୟୀ ତଥ୍ୟ ଅନୁଯାୟୀ, ବିଦେଶୀ ଅନୁଷ୍ଠାନିକ ନିବେଶକମାନେ ଶୁକ୍ରବାର ୫,୫୧୭.୦୮ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଛନ୍ତି ।

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିକ୍ରୟ ଜାରି ରଖିବା ଓ ବିଦେଶ ବଜାରରେ ଆମେରିକୀୟ ମୁଦ୍ରା (US Currency) ଡଲାର (Dollar) ମଜବୁତ ହେବା କାରଣରୁ ସୋମବାର ଭାରତୀୟ ମୁଦ୍ରା (Indian Currency) ଟଙ୍କା (Rupee) ରେକର୍ଡ ସ୍ତରକୁ ଖସି ଆସିଛି । ପ୍ରାରମ୍ଭିକ କାରବାରରେ ଆମେରିକୀୟ ମୁଦ୍ରା ତୁଳନାରେ ୫୨ ପଇସାର ହ୍ରାସ ସହ ସର୍ବକାଳୀନ ନିମ୍ନ ସ୍ତର ୭୭.୪୨ରେ ପହଞ୍ଚିଛି । ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୭୭.୧୭ରେ ଖୋଲିଥିଲା ​​। ତା’ପରେ ହ୍ରାସ ରେକର୍ଡ ସହ ୭୭.୪୨ରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୫୨ ପଇସା ହ୍ରାସ ଦର୍ଶାଉଛି । ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୫୫ ପଇସାର ହ୍ରାସ ସହ ୭୬.୯୦ ଟଙ୍କାରେ ବନ୍ଦ ହୋଇଥିଲା ।

ବିଦେଶୀ ମୁଦ୍ରା ବ୍ୟବସାୟୀମାନେ କହିଛନ୍ତି ଯେ, ମୁଦ୍ରାସ୍ଫୀତିକୁ ନେଇ ଅଧିକ ଚିନ୍ତା ଯୋଗୁଁ ନିବେଶକମାନେ ରିସ୍କ ନେବାକୁ ଚାହୁଁନାହାଁନ୍ତି । ଏହି ସମୟରେ ୬ ପ୍ରମୁଖ ମୁଦ୍ରା  ତୁଳନାରେ ଆମେରିକୀୟ ଡଲାରର ସ୍ଥିତିକୁ ପ୍ରତିଫଳିତ କରୁଥିବା ଡଲାର ସୂଚକାଙ୍କ ୦.୩୫ ପ୍ରତିଶତ ବୃଦ୍ଧି ସହ ୧୦୪.୦୨ରେ ପହଞ୍ଚିଛି ।

ବିଶ୍ୱର ତୈଳ ମାନକ ବ୍ରେଣ୍ଟ ଅଶୋଧିତ ଫ୍ୟୁଚର ବ୍ୟାରେଲ ପିଛା ୦.୧୪ ପ୍ରତିଶତ ବୃଦ୍ଧି ହୋଇ ୧୧୨.୫୫ ଡଲାରରେ ପହଞ୍ଚିଛି । ଷ୍ଟକ୍ ମାର୍କେଟର ଅସ୍ଥାୟୀ ତଥ୍ୟ ଅନୁଯାୟୀ, ବିଦେଶୀ ଅନୁଷ୍ଠାନିକ ନିବେଶକମାନେ ଶୁକ୍ରବାର ୫,୫୧୭.୦୮ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଛନ୍ତି ।

ଏହା ବି ପଢ଼ନ୍ତୁ:-'କେଜ୍ରିୱାଲଙ୍କ ରାଲିକୁ ମାନ୍ ସମର୍ଥକ ନେଇଥିଲେ ଖାଲିସ୍ତାନୀ ପତାକା'

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...

ଏହା ବି ପଢ଼ନ୍ତୁ:-'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'

ଅନ୍ୟପଟେ ଆମେରିକାର ଡଲାର ତୁଳନାରେ ୫୧ ପଇସା ହ୍ରାସ ଘଟି ସର୍ବନିମ୍ନ ସ୍ତରରେ ୭୭.୪୨ ଟଙ୍କାକୁ ପହଞ୍ଚିବା ଉପରେ କଂଗ୍ରେସ (Congress) କେନ୍ଦ୍ରର ମୋଦୀ ସରକାର (Modi Government) ଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ମହାସଚିବ ତଥା ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସିଂ ସୁର୍ଜେୱାଲା (Randeep Singh Surjewala) ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ଇତିହାସରେ ଆଜି ଟଙ୍କା ଆଇସିୟୁରେ ଅଛି, ଟଙ୍କା ମାର୍ଗଦର୍ଶକ ମଣ୍ଡଳର ବୟସ କେବେଠୁ ପାର କରିସାରିଛି, ୭୫ ବର୍ଷ ମଧ୍ୟରେ ଏନପିଏ ସର୍ବାଧିକ, ସର୍ବାଧିକ ବେକାରୀ, ମୁଦ୍ରାସ୍ଫୀତିର ମାର୍ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସବୁଠାରୁ ମହଙ୍ଗା ହେଉଛି ପେଟ୍ରୋଲ ଓ ଡିଜେଲ । ମୋଦି ଅଛନ୍ତି ତ ସବୁ ସମ୍ଭବ ।