ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...
Advertisement
Article Detail0/zeeodisha/odisha1178507

ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...

କେତେକ ରାଜ୍ୟ ତଥା ଏପରିକି ଦେଶକୁ ଆର୍ଥିକ ଅସ୍ଥିରତା ଆଡକୁ ନେଇଯାଉଥିବା ଚିନ୍ତାଧାରାର ପୃଷ୍ଠଭୂମିରେ କେଜ୍ରିୱାଲ (Arvind Kejriwal) କହିଛନ୍ତି ଯେ, ଏହି ଆଶଙ୍କା ଭିତ୍ତିହୀନ । ଏହି ସମସ୍ତ ଅର୍ଥନୀତିଜ୍ଞ ଲେଖୁଛନ୍ତି ଯେ ସବସିଡି ସଂସ୍କୃତି ଦେଶକୁ ଧ୍ୱଂସ କରିଦେବ । ଦୁର୍ନୀତି ସଂସ୍କୃତି ଦେଶକୁ ଧ୍ୱଂସ କରିବ ବୋଲି ସେ କେବେ ଲେଖି ନାହାଁନ୍ତି । ମୁଁ ମାଗଣାରେ ଜିନିଷ ଦେଇପାରୁଛି କାରଣ ଆମେ ଦୁର୍ନୀତିକୁ ଶେଷ କରିଛୁ । ତେଣୁ ସଞ୍ଚୟ ହୋଇଥିବା ଟଙ୍କା ଲୋକଙ୍କ ନିକଟକୁ ଫେରାଇ ଦିଆଯାଉଛି ।

ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧ ଦଳଗୁଡ଼ିକ ନୂଆ ମେଣ୍ଟ ଗଠନ ପାଇଁ ପ୍ରୟାସ କରୁଛନ୍ତି । ଏହା ଅନ୍ତର୍ଗତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର (Telangana CM KCR) ସମେତ ବହୁତ ରାଜନୈତିକ ଦଳର ନେତାମାନେ ଥର୍ଡ ଫ୍ରଣ୍ଟ ବା ତୃତୀୟ ମୋର୍ଚ୍ଚା (Third Front) ଗଠନ ପାଇଁ ପ୍ରୟାସ କରୁଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ବିରୋଧୀ ଏକତାକୁ ବଡ଼ ଝଟକା ଦେଇଛନ୍ତି । ସେ ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ପାଇଁ କୌଣସି ମହାମେଣ୍ଟ (Grand Alliance) ରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ମେଣ୍ଟ କେବଳ ୧୩୦ କୋଟି ଭାରତୀୟଙ୍କ ସହ ହେବ । 

ନାଗପୁରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ, ସେ ବହୁ ଦଳୀୟ ମେଣ୍ଟକୁ କେବେବି ବୁଝିପାରିବେ ନାହିଁ ଓ କୌଣସି ମେଣ୍ଟ ପାଇଁ ଆଗ୍ରହୀ ନୁହଁନ୍ତି । ସେ କହିଛନ୍ତି ଯେ, "ମୋତେ ଜଣା ନାହିଁ କି ରାଜନୀତି କିପରି କରାଯିବ ଓ ମୋତେ ସେମାନଙ୍କ ୧୦ କିମ୍ବା ଅଧିକ ଦଳର ମେଣ୍ଟ ଏବଂ କାହାକୁ ପରାସ୍ତ କରିବା ପାଇଁ ଗଠନ ହୋଇଥିବା ମେଣ୍ଟକୁ ବୁଝିପାରେ ନାହିଁ । ମୁଁ କାହାକୁ ପରାସ୍ତ କରିବାକୁ ଚାହେଁ ନାହିଁ, ମୁଁ ଚାହୁଁଚି ଦେଶ ଜିତିଯାଉ ।"

କେତେକ ରାଜ୍ୟ ତଥା ଏପରିକି ଦେଶକୁ ଆର୍ଥିକ ଅସ୍ଥିରତା ଆଡକୁ ନେଇଯାଉଥିବା ଚିନ୍ତାଧାରାର ପୃଷ୍ଠଭୂମିରେ କେଜ୍ରିୱାଲ (Arvind Kejriwal) କହିଛନ୍ତି ଯେ, ଏହି ଆଶଙ୍କା ଭିତ୍ତିହୀନ । ଏହି ସମସ୍ତ ଅର୍ଥନୀତିଜ୍ଞ ଲେଖୁଛନ୍ତି ଯେ ସବସିଡି ସଂସ୍କୃତି ଦେଶକୁ ଧ୍ୱଂସ କରିଦେବ । ଦୁର୍ନୀତି ସଂସ୍କୃତି ଦେଶକୁ ଧ୍ୱଂସ କରିବ ବୋଲି ସେ କେବେ ଲେଖି ନାହାଁନ୍ତି । ମୁଁ ମାଗଣାରେ ଜିନିଷ ଦେଇପାରୁଛି କାରଣ ଆମେ ଦୁର୍ନୀତିକୁ ଶେଷ କରିଛୁ । ତେଣୁ ସଞ୍ଚୟ ହୋଇଥିବା ଟଙ୍କା ଲୋକଙ୍କ ନିକଟକୁ ଫେରାଇ ଦିଆଯାଉଛି ।

ଏହା ବି ପଢ଼ନ୍ତୁ:-'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'

ଏହା ବି ପଢ଼ନ୍ତୁ:-୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଏହା ବି ପଢ଼ନ୍ତୁ:-କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ

 

ବିଜେପି (BJP) ର ନାମ ନନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (Arvind Kejriwal) କହିଛନ୍ତି ଯେ, ବର୍ତ୍ତମାନ ଏକ ବଡ଼ ଦଳ ଗୁଣ୍ଡାଗିରି, ଦଙ୍ଗାର ଷଡ଼ଯନ୍ତ୍ର କରୁଛି । ଦୁଷ୍କର୍ମକାରୀଙ୍କ ପାଇଁ ସ୍ୱାଗତ ଶୋଭାଯାତ୍ରା ବାହାର କରୁଛି । ଦେଶ ଏପରି ଗୁଣ୍ଡାଗିରି ମାଧ୍ୟମରେ ଆଗକୁ ବଢ଼ିପାରିବ ନାହିଁ । ଯଦି ଆପଣ ଗୁଣ୍ଡାଗିରି ଓ ଦଙ୍ଗା ଚାହୁଁଛନ୍ତି, ତେବେ ଆପଣମାନେ ସେମାନଙ୍କ ସାଥ୍ ଦେଇପାରିବେ, କିନ୍ତୁ ଯଦି ଆପଣ ପ୍ରଗତି, ବିଦ୍ୟାଳୟ ଏବଂ ଡାକ୍ତରଖାନା ଚାହୁଁଛନ୍ତି ତେବେ ଆପଣ ମୋ ସହିତ ଆସିପାରନ୍ତି । ଆସନ୍ତୁ ୧୩୦ କୋଟି ସାଧାରଣ ଲୋକଙ୍କ ମେଣ୍ଟ ଗଠନ କରିବା ।

ସେ ଆଗକୁ କହିଛନ୍ତି ଯେ, ତାଙ୍କ ଦଳର ଧ୍ୟାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ନୁହେଁ ବରଂ ଦେଶ ପାଇଁ କାମ କରିବା ଉପରେ ରହିଛି । ସେ କହିଛନ୍ତି ଯେ ତାଙ୍କ ପରି ଲୋକମାନେ ଦେଶ ସେବା କରିବା ପାଇଁ ନିଜ କ୍ୟାରିଅର୍ ଛାଡିଛନ୍ତି ।