'କେଜ୍ରିୱାଲଙ୍କ ରାଲିକୁ ମାନ୍ ସମର୍ଥକ ନେଇଥିଲେ ଖାଲିସ୍ତାନୀ ପତାକା'
Advertisement
Article Detail0/zeeodisha/odisha1178571

'କେଜ୍ରିୱାଲଙ୍କ ରାଲିକୁ ମାନ୍ ସମର୍ଥକ ନେଇଥିଲେ ଖାଲିସ୍ତାନୀ ପତାକା'

ପଞ୍ଜାବର ବିଜୟ ପରେ ହିମାଚଳ ପ୍ରଦେଶ ନିର୍ବାଚନରେ ଲଢ଼ିବାକୁ AAP ପ୍ରସ୍ତୁତ ହେଉଛି, ଯେଉଁଠାରେ ଗତକାଲି ଖାଲିସ୍ତାନର ପତାକା ଦେଖିବାକୁ ମିଳିଛି । ଏନେଇ କୁମାର ବିଶ୍ୱାସ ଇସାରାରେ AAP ଓ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ, ଖାଲିସ୍ତାନୀ ନାରା ଓ ପତାକା ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, "ମୁଁ ଧର୍ମଶାଳା ବିଧାନସଭା କମ୍ପ୍ଲେକ୍ସର ଦ୍ୱାରରେ ଖାଲିସ୍ତାନି ପତାକା ଲଗାଇବାର ଭୟାନକ ଘଟଣାକୁ ନିନ୍ଦା କରୁଛି । ଏହି ବିଧାନସଭାରେ କେବଳ ଶୀତକାଳୀନ ଅଧିବେଶନ ହୋଇଥାଏ, ତେଣୁ ସେହି ସମୟ ମଧ୍ୟରେ ଅଧିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅଛି ।"

'କେଜ୍ରିୱାଲଙ୍କ ରାଲିକୁ ମାନ୍ ସମର୍ଥକ ନେଇଥିଲେ ଖାଲିସ୍ତାନୀ ପତାକା'

ନୂଆଦିଲ୍ଲୀ: ବିଗତ ଦିନରେ ହିମାଚଳ ପ୍ରଦେଶ (Himachal Pradesh) ର ଧର୍ମଶାଳା (Dharamsala) ସ୍ଥିତ ବିଧାନସଭା ଭବନର ଫାଟକରେ ଖାଲିସ୍ତାନୀ ପତାକା (Khalistani Flag) ଲଗାଇବା ମାମଲା ସାମ୍ନାକୁ ଆସିଥିଲା । ଯାହା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ରାଜନୀତି ଜାରି ରହିଛି । ଏହି ସମୟରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ 'ଶିଖ୍ ଫର ଜଷ୍ଟିସ୍' (Sikhs for Justice:SFJ) ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଦାବି କରାଯାଇଛି ଯେ ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଧାନସଭା ବାହାରେ ଲଗାଯାଇଥିବା ଖାଲିସ୍ତାନ ପତାକା ଶିଖ୍ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ପଠାଯାଇଥିଲା । ସେହି କାର୍ଯ୍ୟକର୍ତ୍ତାମାନେ ମଣ୍ଡିରେ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ଜନସଭାରେ ଭାଗ ନେବା ପାଇଁ ଭାଗବନ୍ତ ମାନ (Bhagwant Mann) ଙ୍କ ସହ ଯାଇଥିଲେ ।

ଭିଡିଓରେ SFJ ସାଧାରଣ ସମ୍ପାଦକ ଗୁରୁପତୱନ୍ତ ସିଂ ପନ୍ନୁନ୍ କହିଛନ୍ତି ଯେ, "ପଞ୍ଜାବ ନିର୍ବାଚନ ସମୟରେ ଖାଲିସ୍ତାନ ସମର୍ଥକ ଶିଖମାନେ କେଜ୍ରିୱାଲ ଓ ମାନଙ୍କୁ ୬ ମିଲିୟନ୍ ଡଲାରରୁ ଅଧିକ ଦାନ ଆପକୁ କରିବାକୁ ପ୍ରଲୋଭିତ କରିଥିଲା । କାରଣ SFJ ଖଲିସ୍ତାନ ଜନମତ ସଂଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ଭାଗବନ୍ତ ମାନଙ୍କ ନିକଟତମ କାର୍ଯ୍ୟକର୍ତ୍ତାଙ୍କ ବ୍ୟବହାର କରିବ ।" ସେ ଆଗକୁ କହିଛନ୍ତି ଯେ, ଧର୍ମଶାଳାରେ ଖାଲିସ୍ତାନୀ ପତାକା CM ଜୟ ରାମ ଠାକୁରଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଯେ ହିମାଚଳ ପ୍ରଦେଶକୁ ଖଲିସ୍ତାନ ଜନମତ ସଂଗ୍ରହ ମାଧ୍ୟମରେ ପୁନଃ ପ୍ରାପ୍ତ କରାଯିବ ଓ ଏହା ପୁଣି ଥରେ ପଞ୍ଜାବର ଏକ ଅଂଶ ହେବ ।

ଆପଣଙ୍କୁ କହି ରଖୁଛୁ ଯେ, ରବିବାର ସକାଳେ ଧର୍ମଶାଳାରେ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ କାନ୍ଥରେ ଖାଲିସ୍ତାନ ପତାକା ଲଗା ହୋଇଥିବା ଦେଖିବାକୁ ମିଳିଥିଲା ।

SFJ ଘୋଷଣା କରିଛି ଯେ, ଜୁନ ୨୦୨୨ରେ ଅପରେସନ୍ ବ୍ଲୁଷ୍ଟାର (Operation Bluestar) ର ୩୮ତମ ବର୍ଷ ଅବସରରେ ଖାଲିସ୍କାନ ସମର୍ଥକ ଗୋଷ୍ଠୀ ହିମାଚଳ ପ୍ରଦେଶରେ ଖାଲିସ୍ତାନ ଜନମତ ସଂଗ୍ରହର ତାରିଖ ଘୋଷଣା କରିବ ।

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କୁ ଝଟକା ଦେଲେ କେଜ୍ରିୱାଲ, କହିଲେ-୨୦୨୪ରେ କୌଣସି...

ଏହା ବି ପଢ଼ନ୍ତୁ:-'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'

ଏହା ବି ପଢ଼ନ୍ତୁ:-୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

 

ସେପଟେ ପଞ୍ଜାବର ବିଜୟ ପରେ ହିମାଚଳ ପ୍ରଦେଶ ନିର୍ବାଚନରେ ଲଢ଼ିବାକୁ AAP ପ୍ରସ୍ତୁତ ହେଉଛି, ଯେଉଁଠାରେ ଗତକାଲି ଖାଲିସ୍ତାନର ପତାକା ଦେଖିବାକୁ ମିଳିଛି । ଏନେଇ କୁମାର ବିଶ୍ୱାସ ଇସାରାରେ AAP ଓ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ, ଖାଲିସ୍ତାନୀ ନାରା ଓ ପତାକା ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, "ମୁଁ ଧର୍ମଶାଳା ବିଧାନସଭା କମ୍ପ୍ଲେକ୍ସର ଦ୍ୱାରରେ ଖାଲିସ୍ତାନି ପତାକା ଲଗାଇବାର ଭୟାନକ ଘଟଣାକୁ ନିନ୍ଦା କରୁଛି । ଏହି ବିଧାନସଭାରେ କେବଳ ଶୀତକାଳୀନ ଅଧିବେଶନ ହୋଇଥାଏ, ତେଣୁ ସେହି ସମୟ ମଧ୍ୟରେ ଅଧିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅଛି ।"

ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ, "ସୁରକ୍ଷା ବ୍ୟବସ୍ଥାର ଅଭାବର ସୁଯୋଗ ନେଇ ଏହି ଘଟଣା ଘଟାଇଛି, କିନ୍ତୁ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଏହି ଘଟଣାର ଶୀଘ୍ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଁ ସେହି ଲୋକଙ୍କୁ କହିବାକୁ ଚାହେଁ ଯେ ଯଦି ଆପଣଙ୍କର ସାହସ ଅଛି, ତେବେ ରାତିର ଅନ୍ଧକାରରେ ନୁହେଁ, ଦିନର ଆଲୋକରେ ଆସନ୍ତୁ ।"