ଯୁଦ୍ଧ ବନ୍ଦ କରିବା ନେଇ ଋଷ କଲା ବଡ଼ ଘୋଷଣା, ଭୟରେ ଥରହର ଆମେରିକା
Advertisement
Article Detail0/zeeodisha/odisha1138144

ଯୁଦ୍ଧ ବନ୍ଦ କରିବା ନେଇ ଋଷ କଲା ବଡ଼ ଘୋଷଣା, ଭୟରେ ଥରହର ଆମେରିକା

Russia-Ukraine War: ସେପଟେ ହ୍ୱାଇଟ ହାଉସ (White House) ଋଷର ଦାବିକୁ ମିଛ ଓ ବିଭ୍ରାନ୍ତିକର ବୋଲି କହିଛି । ସେ କହିଛି ଯେ ଆମେରିକା ସରକାର (US government) ମସ୍କୋ ବିରୋଧରେ ସାଇବର ଅଭିଯାନ ଆରମ୍ଭ କରୁଛନ୍ତି । ଆମେରିକାର ୟୁରୋପୀୟ କମାଣ୍ଡର ନେତା ମଙ୍ଗଳବାର କଂଗ୍ରେସକୁ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଦୃଷ୍ଟିରେ ରଖି ୟୁରୋପରେ ଅଧିକ ସ୍ଥାୟୀ ତଥା ବାରମ୍ୱାର ସୈନ୍ୟ (US Army) ମୁତୟନ କରିବାକୁ ପଡ଼ିପାରେ ।

ଯୁଦ୍ଧ ବନ୍ଦ କରିବା ନେଇ ଋଷ କଲା ବଡ଼ ଘୋଷଣା, ଭୟରେ ଥରହର ଆମେରିକା

ନୂଆଦିଲ୍ଲୀ: Russia-Ukraine War: ଏକ ମାସରୁ ଅଧିକ ସମୟ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହି ସମୟରେ ତୁର୍କୀରେ ବୁଝାମଣା ସମୟରେ ୟୁକ୍ରେନ ମୁଣ୍ଡ ନୁଆଁଇବା ପରେ କୀଭ (Kyiv)-ଚେର୍ନିଭିଭ (Chernihiv) ଉପରେ ଆକ୍ରମଣ ବନ୍ଦ କରିବାକୁ ଋଷ ଘୋଷଣା କରିଛି । ସେପଟେ ଆମେରିକା (America) ଏହାକୁ ସନ୍ଦେହ ଚକ୍ଷୁରେ ଦେଖୁଛି । ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ (Pentagon) ର ପ୍ରେସ ସେକ୍ରେଟାରୀ ଜନ୍ କିର୍ବି କହିଛନ୍ତି ଯେ, କ୍ରେମଲିନ୍ (Kremlin) କରିଥିବା ଦାବିରେ କେହି ବିଶ୍ୱାସ କରିବେ ନାହିଁ ଯେ ସେ ହଠାତ୍ କୀଭ ନିକଟରେ ସାମରିକ ଆକ୍ରମଣ ହ୍ରାସ କରିଦେବ କିମ୍ବା ସେ ସମଗ୍ର ସୈନ୍ୟ ପ୍ରତ୍ୟାହାର କରିବ । 

ଏହା ସହ ସେ କହିଛନ୍ତି ଯେ, "ଆମେ ଭାବୁଛୁ ଯେ କୀଭର ଆଖପାଖରୁ ଅଳ୍ପ ସଂଖ୍ୟକ ଋଷ ସୈନ୍ୟ (Russian Forces) ବାହାରିଛନ୍ତି । ଆମେ ବିଶ୍ୱାସ କରୁ ଏହା ଏକ ରିପୋଜିଶନିଙ୍ଗ, ପ୍ରକୃତ ପ୍ରତ୍ୟାହାର ନୁହେଁ ଏବଂ ୟୁକ୍ରେନର ଅନ୍ୟ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ପାଇଁ ବର୍ତ୍ତମାନ ପ୍ରସ୍ତୁତ ଚାଲିଛି ।"

ପାଶ୍ଚାତ୍ୟ ଦେଶର ଅଧିକାରୀମାନେ କହିଛନ୍ତି ଯେ, ଋଷ ପୂର୍ବ ୟୁକ୍ରେନରେ ସୈନ୍ୟ (Russian Troops) ଏକାଠି କରୁଛି, କିନ୍ତୁ କୀଭରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ମସ୍କୋ (Moscow) ର ଦାବି ସତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଗୁଇନ୍ଦା ସୂଚନା ଉପରେ ନଜର ରଖୁଥିବା ଅଧିକାରୀମାନେ କହିଛନ୍ତି ଯେ, ମସ୍କୋ ୟୁକ୍ରେନର ସର୍ବାଧିକ ତାଲିମପ୍ରାପ୍ତ ତଥା ଯୁଦ୍ଧ ଉପକରଣରେ ସୁସଜ୍ଜିତ ସୁରକ୍ଷା ବାହିନୀକୁ ଘେରିବା ପାଇଁ ଡୋନବାସରେ ସୈନ୍ୟ ମୁତୟନକୁ ମଜବୁତ କରୁଛି । ଜଣେ ପାଶ୍ଚାତ୍ୟ ଦେଶର ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏହା ସ୍ପଷ୍ଟ ହୋଇଛି ଯେ ଋଷର ଋଣନୀତି ଓ କୌଶଳ ବଦଳୁଛି କିନ୍ତୁ ଚିତ୍ର କ’ଣ ହୋଇପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢ଼ନ୍ତୁ:-'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ

ଏହା ବି ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା

ସେପଟେ ହ୍ୱାଇଟ ହାଉସ (White House) ଋଷର ଦାବିକୁ ମିଛ ଓ ବିଭ୍ରାନ୍ତିକର ବୋଲି କହିଛି । ସେ କହିଛି ଯେ ଆମେରିକା ସରକାର (US government) ମସ୍କୋ ବିରୋଧରେ ସାଇବର ଅଭିଯାନ ଆରମ୍ଭ କରୁଛନ୍ତି । ଆମେରିକାର ୟୁରୋପୀୟ କମାଣ୍ଡର ନେତା ମଙ୍ଗଳବାର କଂଗ୍ରେସକୁ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଦୃଷ୍ଟିରେ ରଖି ୟୁରୋପରେ ଅଧିକ ସ୍ଥାୟୀ ତଥା ବାରମ୍ୱାର ସୈନ୍ୟ (US Army) ମୁତୟନ କରିବାକୁ ପଡ଼ିପାରେ ।