ଋଷ ଯଦି ୟୁକ୍ରେନ ଉପରେ କରେ ଆକ୍ରମଣ ତ କାହାର ସାଥ୍ ଦେବ ଭାରତ? ଜାଣନ୍ତୁ କ’ଣ ଆଶା ରଖିଛି ଆମେରିକା
Advertisement

ଋଷ ଯଦି ୟୁକ୍ରେନ ଉପରେ କରେ ଆକ୍ରମଣ ତ କାହାର ସାଥ୍ ଦେବ ଭାରତ? ଜାଣନ୍ତୁ କ’ଣ ଆଶା ରଖିଛି ଆମେରିକା

Russia-Ukraine Conflict: ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ୪ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଋଷ (Russia) ଓ ୟୁକ୍ରେନ (Ukraine) ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଏହି ବୈଠକରେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Russia-Ukraine Conflict: ୟୁକ୍ରେନ ସଙ୍କଟ (Ukraine Crisis) ଦିନକୁ ଦିନ ଖରାପ ହେବାରେ ଲାଗିଛି । ଯେକୌଣସି ସମୟରେ ଋଷ (Russia) ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା (America) ଦାବି କରୁଛି । ଏହି ସମୟରେ ପ୍ରଶ୍ନ ଉଠୁଛି ଯେ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War) ଆରମ୍ଭ ହୁଏ ତେବେ ଭାରତ (India) କାହାର ସାଥ୍ ଦେବ? ସେପଟେ ବୁଧବାର ଆମେରିକା (US) କହିଛି ଯେ, ଭାରତ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ । ଏଥି ସହିତ ଆମେରିକା ଆଶା ପ୍ରକଟ କରିଛି ଯେ ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଭାରତ ଆମେରିକାକୁ ସମର୍ଥନ କରିବ ।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ୪ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଋଷ (Russia) ଓ ୟୁକ୍ରେନ (Ukraine) ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଏହି ବୈଠକରେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ ।

ପ୍ରାଇସ୍ କହିଛନ୍ତି ଯେ, "ଏହି ପ୍ରସଙ୍ଗରେ କୂଟନୈତିକ-ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ରହିଛି ବୋଲି ବୈଠକରେ ସହମତି ପ୍ରକାଶ ପାଇଛି । କ୍ୱାଡ୍ ନିୟମ-ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ବଜାୟ ରଖିବା ସପକ୍ଷରେ ଅଛି । ନିୟମ-ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ସମାନ ରୂପରେ ଲାଗୁ ହୋଇଥାଏ, ଯେପରି ଏହା ୟୁରୋପ ରହିଛି କିମ୍ୱା ଅନ୍ୟ ସ୍ଥାନର ଅଛି । ଆମେ ଜାଣିଛୁ ଆମର ଭାରତୀୟ ସହଯୋଗୀ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ । ଏହି ବ୍ୟବସ୍ଥାରେ ଅନେକ ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ସୀମା ବଳ ଦ୍ୱାରା ପୁନଃନିର୍ଦ୍ଧାରଣ କରାଯାଇହେବ ନାହିଁ ।"

ଏହା ବି ପଢ଼ନ୍ତୁ:-ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ପୁଟିନ ହେବେ ପରବର୍ତ୍ତୀ ହିଟଲର? ଆତଙ୍କରେ ପୂର୍ବ ୟୁରୋପର ଏହି ୩ଟି ଦେଶ, ୟୁକ୍ରେନ ପରେ ଏସବୁ ଦେଶର ନମ୍ବର!

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

 

ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶ ବିରୁଦ୍ଧରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସିଧାସଳଖ ସୂଚାଇ ସେ କହିଛନ୍ତି ଯେ, ବଡ଼ ଦେଶ ଛୋଟ ଦେଶକୁ ଅସୁବିଧାରେ ପକାଇ ପାରିବେ ନାହିଁ । କୌଣସି ଦେଶର ଲୋକମାନେ ସେମାନଙ୍କର ବୈଦେଶିକ ନୀତି, ସେମାନଙ୍କର ଅଂଶୀଦାର, ସହଯୋଗୀ ଅଂଶୀଦାର ଇତ୍ୟାଦି ବାଛିବା ପାଇଁ ହକଦାର । ଏହି ନୀତିଗୁଡିକ ୟୁରୋପ ପରି ଇଣ୍ଡୋ-ପାସିଫିକ୍ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ ।

ପ୍ରାଇସ୍ କହିଛନ୍ତି ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଓ  ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।