ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଦୁଇ ଭାଇ, ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ବରୁଣ
Advertisement
Article Detail0/zeeodisha/odisha1112329

ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଦୁଇ ଭାଇ, ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ବରୁଣ

Russia-Ukraine War: ୟୁକ୍ରେନ (Ukraine) ରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ମୋଦି ସରକାର (Modi Government) ଅପରେସନ୍ ଗଙ୍ଗା (Operation Ganga) ଚଳାଉଛନ୍ତି । ତେବେ ଏହି ଅପରେସନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, କାରଣ ଋଷ (Russia) ଓ ୟୁକ୍ରେନର ସେନା ମଧ୍ୟରେ କ୍ରମାଗତ ଗୁଳି ବିନିମୟ ହେଉଛି । ବିରୋଧୀ ଦଳ ଅନୁଭବ କରୁଛନ୍ତି ଯେ ସରକାର ବିଳମ୍ବିତ ପଦକ୍ଷେପ ନେଇଛନ୍ତି, ତେଣୁ ଭାରତୀୟ ଛାତ୍ରମାନେ ଠିକ୍ ସମୟରେ ଫେରି ପାରିନାହିଁ ।

ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଦୁଇ ଭାଇ, ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ବରୁଣ

ନୂଆଦିଲ୍ଲୀ: Russia-Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ୟୁକ୍ରେନ ହଜାର ହଜାର ଭାରତୀୟ ଛାତ୍ର ଫସି ଅଛନ୍ତି । ଏହି ସମୟରେ ୟୁକ୍ରେନ ସଙ୍କଟ  (Ukraine Crisis) କୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଭାଇ ବରୁଣ ଗାନ୍ଧୀ (Varun Gandhi) ମଧ୍ୟ ମୋଦି ସରକାର (Modi Government) ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସେ ଏକ ଭିଡିଓ ସେୟାର କରି ନିଜ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ବରୁଣଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓକୁ ରାହୁଲ ଗାନ୍ଧୀ ମଧ୍ୟ କିଛି ଘଣ୍ଟା ପରେ ସେୟାର କରି ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ୟୁକ୍ରେନ ପ୍ରସଙ୍ଗରେ ଦୁହେଁ ଏକଜୁଟ ଅଛନ୍ତି । ପ୍ରତ୍ୟେକ ବିପର୍ଯ୍ୟୟରେ ସୁଯୋଗ ମିଳିବା ଉଚିତ ନୁହେଁ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି।

ୟୁକ୍ରେନ (Ukraine) ରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ମୋଦି ସରକାର (Modi Government) ଅପରେସନ୍ ଗଙ୍ଗା (Operation Ganga) ଚଳାଉଛନ୍ତି । ତେବେ ଏହି ଅପରେସନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, କାରଣ ଋଷ (Russia) ଓ ୟୁକ୍ରେନର ସେନା ମଧ୍ୟରେ କ୍ରମାଗତ ଗୁଳି ବିନିମୟ ହେଉଛି । ବିରୋଧୀ ଦଳ ଅନୁଭବ କରୁଛନ୍ତି ଯେ ସରକାର ବିଳମ୍ବିତ ପଦକ୍ଷେପ ନେଇଛନ୍ତି, ତେଣୁ ଭାରତୀୟ ଛାତ୍ରମାନେ ଠିକ୍ ସମୟରେ ଫେରି ପାରିନାହିଁ ।

ବିଳମ୍ବ ପାଇଁ କଂଗ୍ରେସ (Congress) ସମେତ ଅନେକ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରୁଛନ୍ତି । କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ସରକାରଙ୍କ ଉପରେ ପ୍ରଭାବଶାଳୀ ପଦକ୍ଷେପ ନ ନେଇ ଥିବାର ଅଭିଯୋଗ କରିଛନ୍ତି ଓ କହିଛନ୍ତି ଯେ ୟୁକ୍ରେନରେ ଫସି ଥିବା ଭାରତୀୟ (Indians in Ukraine) ଙ୍କ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଏବଂ କେନ୍ଦ୍ର ସରକାର ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କିଛି ପ୍ରଭାବୀ ପଦକ୍ଷେପ ନେଇନାହାଁନ୍ତି । ସବୁଥର ପରି, PM ହେଉଛି MIA ।

ଏହା ବି ପଢ଼ନ୍ତୁ:-SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା

ଏହା ବି ପଢ଼ନ୍ତୁ:-ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା

ଏହା ବି ପଢ଼ନ୍ତୁ:-ବାଇଡେନଙ୍କ ବଡ଼ ବୟାନ; ଋଷକୁ ଅଟକାଇବା ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହିଁ ଏକମାତ୍ର ବିକଳ୍ପ

 

ରାହୁଲ ଗାନ୍ଧୀ (Rahul Gandhi) ଙ୍କ କକାଙ୍କ ପୁଅ ବରୁଣ ଗାନ୍ଧୀ (Varun Gandhi) ମଧ୍ୟ ନିଜ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ପିଲିଭିତ ବିଜେପି ସାଂସଦ (Pilibhit BJP MP) ବରୁଣ ଗାନ୍ଧୀ ସୋମବାର ସକାଳେ ୟୁକ୍ରେନରେ ଫସି ରହିଥିବା ଜଣେ ଭାରତୀୟ ଛାତ୍ରଙ୍କ ଭିଡିଓ ସେୟାର କରି ଲେଖିଛନ୍ତି ଯେ, "ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନ ନେବା ଯୋଗୁଁ ୧୫ ହଜାରରୁ ଅଧିକ ଛାତ୍ର ବହୁତ ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ଫସି ରହିଛନ୍ତି । ଠୋସ୍ ରଣନୈତିକ ଓ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ସେମାନଙ୍କ ଉପରେ କୌଣସି ଅନୁଗ୍ରହ ନୁହେଁ ବରଂ ଏହା ଆମର ଦାୟିତ୍ୱ । ପ୍ରତ୍ୟେକ ବିପର୍ଯ୍ୟୟରେ 'ସୁଯୋଗ' ଖୋଜିବା ଠିକ୍ ନୁହେଁ ।"