Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...
Advertisement
Article Detail0/zeeodisha/odisha1107299

Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

Ration Card: ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ((National Food Security Act:NFSA) ର ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ ।

Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ନୂଆଦିଲ୍ଲୀ: Ration Card: ରାସନ କାର୍ଡର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution)  ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ କରୁଛି । ବାସ୍ତବରେ, ସରକାରୀ ରାସନ ଦୋକାନରୁ ରାସନ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବିଭାଗ ନିର୍ଦ୍ଧାରିତ ମାନଦଣ୍ଡରେ ପରିବର୍ତ୍ତନ କରୁଛି । ନୂତନ ମାନକର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରମାନଙ୍କ ସହ ଅନେକ ରାଉଣ୍ଡର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କ’ଣ ଘଟିବ ଆସନ୍ତୁ ଜାଣିବା..

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ((National Food Security Act:NFSA) ର ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ ।

ଏହି ପରିପ୍ରେକ୍ଷୀରେଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) କହିଛି ଯେ, ଗତ ୬ ମାସ ଧରି ମାନକ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ବୈଠକ ଚାଲିଛି । ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ସାମିଲ କରି ଯୋଗ୍ୟ ଲୋକଙ୍କ ପାଇଁ  ନୂତନ ମାନକ ପ୍ରସ୍ତୁତ ହେଉଛି । ଏହି ମାନକଗୁଡିକ ଶୀଘ୍ର ଚୂଡାନ୍ତ ହେବ । ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ଏହା ବି ପଢ଼ନ୍ତୁ:-'ପୁଟିନ ହେଉଛନ୍ତି ଆଧୁନିକ ଯୁଗର ହିଟଲର'

ଏହା ବି ପଢ଼ନ୍ତୁ:-ଗୁପ୍ତଚରରୁ ଋଷର 'ସର୍ବେସର୍ବା', ଜାଣନ୍ତୁ କେମିତି ଏତେ କ୍ଷମତାଶାଳୀ ହେଲେ ପୁଟିନ

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ପୁଟିନ; ଧମାକାରେ ଥରି ଉଠିଲା ବିଭିନ୍ନ ସହର

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

 

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ 'ୱନ୍ ନ୍ୟାସନ ୱନ୍ ରାସନ କାର୍ଡ' (ONORC) ଯୋଜନା କାର୍ଯ୍ୟକାରୀ ହୋଇଛି । ପ୍ରାୟ ୬୯ କୋଟି ହିତାଧିକାରୀ ଅର୍ଥାତ୍ NFSA ଅଧୀନରେ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଲାଭ ଉଠାଉଛନ୍ତି ।