ରାତି ୨ଟାରେ ରାଜ୍ୟ ବିଧାନସଭାର ଅଧିବେଶନ ଡକାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ? ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1107355

ରାତି ୨ଟାରେ ରାଜ୍ୟ ବିଧାନସଭାର ଅଧିବେଶନ ଡକାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ? ଜାଣନ୍ତୁ ପୂରା ମାମଲା

West Bengal Governor Jagdeep Dhankhar Vs CM Mamata Banerjee: ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ ସରକାର (Mamata Banerjee Government) ଓ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଙ୍କ ମଧ୍ୟ ବିବାଦ ଲାଗି ରହିଛି । ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବହୁତ ବଢ଼ିଯାଇଛି । ଯାହା ଫଳରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।  ବିଗତ ଦିନରେ ପଶ୍ଚିମବଙ୍ଗ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଠାରୁ ଜବାବ ମାଗିଥିଲେ ।  ରାଜ୍ୟପାଳ (Jagdeep Dhankar) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  (Mamta Banerjee) ଙ୍କୁ ଅନୁରୋଧ କରିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ସୂଚନାକୁ ତୁରନ୍ତ ଉପଲବ୍ଧ କରାଯାଉ । 

ରାତି ୨ଟାରେ ରାଜ୍ୟ ବିଧାନସଭାର ଅଧିବେଶନ ଡକାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ? ଜାଣନ୍ତୁ ପୂରା ମାମଲା

କୋଲକାତା: West Bengal Governor Jagdeep Dhankhar Vs CM Mamata Banerjee: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ମାର୍ଚ୍ଚ ୭ ତାରିଖ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଛନ୍ତି । ସେ କହିଛନ୍ତି ଯେ ସେ କ୍ୟାବିନେଟର ସୁପାରିଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ, "ମଧ୍ୟରାତ୍ରି ପରେ ରାତି ୨ଟାରେ ବିଧାନସଭାର ବୈଠକ ଅସ୍ୱାଭାବିକ ଓ ଏହା ଇତିହାସ ସୃଷ୍ଟି କରୁଛି, କିନ୍ତୁ ଏହା କ୍ୟାବିନେଟର ନିଷ୍ପତ୍ତି ।"

ସେପଟେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ (West Bengal Assembly Speaker Biman Banerjee) ଙ୍କୁ ରାତି ୨ଟାରେ ବିଧାନସଭାର ଅଧିବେଶନ ଡକାଇବା ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, "ଏହା ନିଶ୍ଚିତ ଭାବରେ କିଛି ଟାଇପୋଗ୍ରାଫିକ୍ ତ୍ରୁଟି ହୋଇଥାଇପାରେ ଯାହାକୁ ଏଡାଇ ଦିଆଯାଇପାରିଥାନ୍ତା । ରାଜ୍ୟ ସରକାର ଯେତେବେଳେ ସୂଚନା ପଠାଇଥିଲେ, ସେଥିରେ ଅପରାହ୍ନ ୨ଟାର ଉଲ୍ଲେଖ କରାଯାଇଥିଲା । ବର୍ତ୍ତମାନ କ୍ୟାବିନେଟକୁ ନିଷ୍ପତ୍ତି ନେବାର ଅଛି ।"

ବଙ୍ଗଳା ରାଜ୍ୟପାଳ ((West Bengal Governor) ଲେଖିଛନ୍ତି ଯେ, "ମଧ୍ୟରାତ୍ରି ପରେ ଅଧିବେଶନର ସମୟ କିଛି ଅଜବ ଲାଗୁଥିଲା, ମଧ୍ୟାହ୍ନ ପୂର୍ବରୁ ତୁରନ୍ତ ମୁଖ୍ୟ ସଚିବଙ୍କୁ ଡାକି ଏହାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ସାମାନ୍ୟ ଅନୁପାଳନ ବିଫଳ ରହିଛି । କ୍ୟାବିନେଟର ନିଷ୍ପତ୍ତି ଗ୍ରହଣ କରିବ ପ୍ରସଙ୍ଗ ସ୍ଥିର ହୋଇଥିଲା ।"

ଅନ୍ୟପଟେ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ ସରକାର (Mamata Banerjee Government) ଓ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଙ୍କ ମଧ୍ୟ ବିବାଦ ଲାଗି ରହିଛି । ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବହୁତ ବଢ଼ିଯାଇଛି । ଯାହା ଫଳରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।  ବିଗତ ଦିନରେ ପଶ୍ଚିମବଙ୍ଗ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଠାରୁ ଜବାବ ମାଗିଥିଲେ ।  ରାଜ୍ୟପାଳ (Jagdeep Dhankar) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  (Mamta Banerjee) ଙ୍କୁ ଅନୁରୋଧ କରିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ସୂଚନାକୁ ତୁରନ୍ତ ଉପଲବ୍ଧ କରାଯାଉ । 

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-'ପୁଟିନ ହେଉଛନ୍ତି ଆଧୁନିକ ଯୁଗର ହିଟଲର'

ଏହା ବି ପଢ଼ନ୍ତୁ:-ଗୁପ୍ତଚରରୁ ଋଷର 'ସର୍ବେସର୍ବା', ଜାଣନ୍ତୁ କେମିତି ଏତେ କ୍ଷମତାଶାଳୀ ହେଲେ ପୁଟିନ

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ

 

ଧନଖର (Jagdeep Dhankar) ଦାବି କରିଥିଲେ ଯେ, ସେ ରାଜ୍ୟରେ ତୃଣମୂଳ ସରକାର (TMC Government) ଙ୍କଠାରୁ ଯେଉଁ ସୂଚନା ମାଗିଛନ୍ତି, ତାହା ଉପଲବ୍ଧ କରାଯାଇ ନାହିଁ । ଫେବୃଆରୀ ୧୫ରେ ସେ ମମତା ବାନାର୍ଜୀ (Mamta Banerjee) ଙ୍କୁ ଅନୁରୋଧ କରିଥିଲେ ଯେ, ସେ ଏହି ସପ୍ତାହରେ ରାଜ୍ୟ ଭବନ ପରିଦର୍ଶନ କରି ରାଜ୍ୟପାଳଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତୁ, ଯାହା ଦ୍ୱାରା ସାମ୍ବିଧାନିକ ଗତିବିଧିକୁ ଏଡାଯାଇପାରିବ ।