ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ
Advertisement
Article Detail0/zeeodisha/odisha1115550

ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ

Russia-Ukraine War: ଏଠାରେ କହି ରଖୁଛୁ ଯେ, ଋଷ (Russia) ର ୟୁକ୍ରେନ (Ukraine) ଉପରେ ଆକ୍ରମଣ ହେବାର ନଅ ଦିନ ବିତିଯାଇଛି । ହଠାତ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ଓ ଦ୍ରୁତ ଗତିରେ କୀଭକୁ ଦଖଲ କରିବା ପାଇଁ ଋଷ ସେନାର ରଣନୀତି ସଫଳ ହେଉ ନଥିବାର ନଜରକୁ ଆସୁଛି । ୟୁକ୍ରେନର ପ୍ରମୁଖ ସହରଗୁଡିକ ଲଗାତାର ଋଷର ସେନା ଦ୍ୱାରା ଟାର୍ଗେଟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଗୁଳି ଓ ବୋମା ମାଡ଼ କରାଯାଇ ନାହିଁ ବୋଲି ଋଷ ଦାବି କହିଛି ।

ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ

ମସ୍କୋ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଋଷର ସେନା (Russian Army) କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ (Ukrainian Soldiers) । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin)  ଅନୁଭବ କରିଥିଲେ ଯେ ଋଷୀ ସୈନ୍ୟବାହିନୀ ୩-୪ ଦିନ ମଧ୍ୟରେ ସମଗ୍ର ୟୁକ୍ରେନକୁ ଦଖଲ କରିନେବେ, କିନ୍ତୁ ୟୁକ୍ରେନର ସାହସୀ ସୈନ୍ୟମାନେ ଏହା କରିବାକୁ ଦେଇ ନାହାଁନ୍ତି । ଯୁଦ୍ଧର ନବମ ଦିନରେ ମଧ୍ୟ ଋଷ କୌଣସି ବଡ଼ ସଫଳତା ପାଇ ନାହିଁ ଓ ପୁଟିନ ବର୍ତ୍ତମାନ ଆଲୋଚନାର ସଙ୍କେତ ଦେଉଛନ୍ତି । ୟୁକ୍ରେନ ସହର ଗୁଡ଼ିକ ଉପରେ ଲଗାତର ବୋମା ମାଡ଼ କରୁଛି ଋଷ । ସେପଟେ ରାଷ୍ଟ୍ରପତି ପୁଟିନ (President Putin)  ଏହାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କର ସର୍ତ୍ତ ମାନି ନିଆଯାଏ, ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।

ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ (Russia Presidential Office) କ୍ରେମଲିନ୍ (Kremlin) କହିଛି ଯେ, ୟୁକ୍ରେନ ସହର ଉପରେ ବୋମା ମାଡ଼ କରିବା ଖବର ମିଛ ଓ ଫର୍ଜି । ଭ୍ଲାଡିମିର ପୁଟିନ (Vladimir Putin) ଙ୍କ ଏହି ବୟାନ ଜର୍ମାନ ଚାନ୍ସେଲର ଓଲାଫ ସୋଲଜ (German Chancellor Olaf Solz) ଙ୍କ ସହ ଆଲୋଚନା ପରେ ଆସିଛି । ୟୁକ୍ରେନର ରାଜଧାନୀ କୀଭ ଓ ଅନ୍ୟାନ୍ୟ ବଡ଼ ସହର ଉପରେ ଏୟାର ଷ୍ଟ୍ରାଇକର ଖବର ଏକ ବଡ଼ ଅପପ୍ରଚାର ବୋଲି ପୁଟିନ କହିଛନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କର ସର୍ତ୍ତ ମାନି ନିଆଯାଏ ତେବେ ୟୁକ୍ରେନ ଉପରେ ଆଲୋଚନା ସମ୍ଭବ । କ୍ରେମଲିନ୍ ଅନୁଯାୟୀ, ରାଷ୍ଟ୍ରପତି ନିଶ୍ଚିତ କରିଛନ୍ତି ଯେ ଋଷ ପାଇଁ ୟୁକ୍ରେନ ପକ୍ଷ ଓ ଅନ୍ୟ ସମସ୍ତଙ୍କ ସହ ଆଲୋଚନା କରିବାର ବିକଳ୍ପ ଖୋଲା ରଖିଛି, କିନ୍ତୁ ସର୍ତ୍ତ ଅନୁଯାୟୀ ଋଷର ସମସ୍ତ ଦାବି ଗ୍ରହଣ କରାଯାଉ ।

ପୁଟିନ ରଖିଛନ୍ତି ଏହି ୩ଟି ସର୍ତ୍ତ

ଋଷ (Russia) ର ସର୍ତ୍ତ ହେଉଛି ୟୁକ୍ରେନ (Ukraine) କୁ ଏକ ନିରପେକ୍ଷ ଓ ଅଣ-ପରମାଣୁ ରାଷ୍ଟ୍ର କରିବା, କ୍ରିମିଆକୁ ଋଷର ଏକ ଅଂଶ ଭାବରେ ସ୍ୱୀକୃତି ଦେବା ଏବଂ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳର ସାର୍ବଭୌମତ୍ୱ ପ୍ରଦାନ କରିବା ସାମିଲ ରହିଛି । ତୃତୀୟ ପର୍ଯ୍ୟାୟର ଆଲୋଚନାକୁ ନେଇ ଋଷ (Russia) ରୁ ଆଶା ପ୍ରକାଶ କରିଛି । ଏଥିସହ ୟୁକ୍ରେନ ସରକାର (Ukraine Government) ଏକ ଯୁକ୍ତିଯୁକ୍ତ ଓ ସକରାତ୍ମକ ମନୋଭାବ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଆଶା କରାଯାଉଛି । କୀଭ (Kyiv) ର ବୁଝାମଣାକାରୀଙ୍କ ଅନୁଯାୟୀ ଦୁଇ ପକ୍ଷ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ଆଲୋଚନା ସପ୍ତାହ ଶେଷରେ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ୟୁକ୍ରେନ ଓ ଋଷ ମଧ୍ୟରେ ଏପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟର ଆଲୋଚନା ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଏହି ଆଲୋଚନାରେ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ବାହାରି ନାହିଁ ।

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ରାଜ୍ୟ ସରକାର ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଏହାର ଲାଭ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଦଖଲ ପାଇଁ ପୁଟିନଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ବେଲାଋଷର 'ଏକଛତ୍ରବାଦୀ ଶାସକ' ଲୁକାଶେଙ୍କୋ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଖାସ୍ ପରାମର୍ଶଦାତା କିଏ, କେଉଁମାନଙ୍କ ହାତରେ ରହିଛି ୟୁକ୍ରେନ ଦଖଲ କରିବାର ପୂରା ଦାୟିତ୍ୱ?

ଏଠାରେ କହି ରଖୁଛୁ ଯେ, ଋଷ (Russia) ର ୟୁକ୍ରେନ (Ukraine) ଉପରେ ଆକ୍ରମଣ ହେବାର ନଅ ଦିନ ବିତିଯାଇଛି । ହଠାତ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ଓ ଦ୍ରୁତ ଗତିରେ କୀଭକୁ ଦଖଲ କରିବା ପାଇଁ ଋଷ ସେନାର ରଣନୀତି ସଫଳ ହେଉ ନଥିବାର ନଜରକୁ ଆସୁଛି । ୟୁକ୍ରେନର ପ୍ରମୁଖ ସହରଗୁଡିକ ଲଗାତାର ଋଷର ସେନା ଦ୍ୱାରା ଟାର୍ଗେଟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଗୁଳି ଓ ବୋମା ମାଡ଼ କରାଯାଇ ନାହିଁ ବୋଲି ଋଷ ଦାବି କହିଛି ।