ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...
Advertisement
Article Detail0/zeeodisha/odisha1111204

ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...

Russia-Ukraine War: ଏହି ସମୟରେ ୟୁକ୍ରେନରେ ଭାରତରେ ରାଷ୍ଟ୍ରଦୂତ ଡକ୍ଟର ଇଗୋର ପୋଲିଖା ଏକ ବୟାନରେ କହିଛନ୍ତି ଯେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଆହତ ହୋଇଛନ୍ତି । ଋଷର ଶାନ୍ତି-ସଂଘର୍ଷ ଅଭିଯାନର ପରିଣାମ ସ୍ୱରୂପ ବୋମା ବିସ୍ଫୋରଣ, ଗୁଳି ବିନିମୟରେ ୧୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି । ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ଶରଣାର୍ଥୀଙ୍କ ସଂଖ୍ୟା ୭୦ ଲକ୍ଷ ଅତିକ୍ରମ କରିପାରେ । ଋଷ ସହିତ ଆଲୋଚନା ଉପରେ ରାଷ୍ଟ୍ରଦୂତ କହିଛନ୍ତି ଯେ, ଆଜି ଆମର ପ୍ରତିନିଧୀମଣ୍ଡଳ ଶାନ୍ତିବାର୍ତ୍ତା ପାଇଁ ବେଲାଋଷ (Belarus) କୁ ଯାଇଥିଲେ କିନ୍ତୁ ଯେତେବେଳେ ଶାନ୍ତି ଆଲୋଚନା ହେବାର ଆଶା କରାଯାଉଥିଲା ସେତେବେଳେ ବୋମା ବିସ୍ଫୋରଣ ମଧ୍ୟ ଘଟୁଥିଲା ।

ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...

ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ । ଦିନ ଯେତିକି ବଢ଼ୁଛି, ୟୁକ୍ରେନର ଅବସ୍ଥା ବିଗିଡ଼ିବାରେ ଲାଗିଛି । ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି  ଦୋକାନଗୁଡିକରେ କୌଣସି ରାସନ ନାହିଁ, ଏଟିଏମରେ ନଗଦ ଟଙ୍କା ନାହିଁ, ଲୋକମାନେ ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଫସି ରହିଥିବା ଲୋକମାନେ ଅନ୍ୟ ଦେଶରେ ରହୁଥିବା ପରିଚିତମାନଙ୍କଠାରୁ ସାହାଯ୍ୟ ମାଗୁଛନ୍ତି ।

ଏହି ସମୟରେ ୟୁକ୍ରେନରେ ଭାରତରେ ରାଷ୍ଟ୍ରଦୂତ ଡକ୍ଟର ଇଗୋର ପୋଲିଖା ଏକ ବୟାନରେ କହିଛନ୍ତି ଯେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଆହତ ହୋଇଛନ୍ତି । ଋଷର ଶାନ୍ତି-ସଂଘର୍ଷ ଅଭିଯାନର ପରିଣାମ ସ୍ୱରୂପ ବୋମା ବିସ୍ଫୋରଣ, ଗୁଳି ବିନିମୟରେ ୧୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି । ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ଶରଣାର୍ଥୀଙ୍କ ସଂଖ୍ୟା ୭୦ ଲକ୍ଷ ଅତିକ୍ରମ କରିପାରେ । ଋଷ ସହିତ ଆଲୋଚନା ଉପରେ ରାଷ୍ଟ୍ରଦୂତ କହିଛନ୍ତି ଯେ, ଆଜି ଆମର ପ୍ରତିନିଧୀମଣ୍ଡଳ ଶାନ୍ତିବାର୍ତ୍ତା ପାଇଁ ବେଲାଋଷ (Belarus) କୁ ଯାଇଥିଲେ କିନ୍ତୁ ଯେତେବେଳେ ଶାନ୍ତି ଆଲୋଚନା ହେବାର ଆଶା କରାଯାଉଥିଲା ସେତେବେଳେ ବୋମା ବିସ୍ଫୋରଣ ମଧ୍ୟ ଘଟୁଥିଲା ।

ରାଷ୍ଟ୍ରଦୂତ ଆହୁରି କହିଛନ୍ତି ଯେ, ଗତକାଲି ଋଷ( Russia) ର ବିମାନ ପାଇଁ ୟୁରୋପର ବାୟୁ ସୀମା ବନ୍ଦ କରିଦିଆଯାଇଥିଲା । ଋଷର ଅର୍ଥ ବ୍ୟବସ୍ଥା (Russian Economy) ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଋଷ ହତାହତ ହେଉଛି । ପ୍ରାୟ ୪,୩୦୦ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି । 

ସେପଟେ ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି ଯେ, ଋଷ ସହିତ ଆଲୋଚନା କରିବାର ମୂଳ ଲକ୍ଷ୍ୟ ହେଉଛି ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ଓ ଋଷର ସୈନ୍ୟ (Russian troops) ପ୍ରତ୍ୟାହାର । ସୋମବାର ୟୁକ୍ରେନ ସେନା କହିଛି ଯେ, କୀଭ (Kyiv) ରେ ପରିସ୍ଥିତି ଏବେବି ତା'ର ନିୟନ୍ତ୍ରଣରେ ଅଛି । ୟୁକ୍ରେନ ସେନା (Ukrainian Army) ର ଗ୍ରାଉଣ୍ଡ ଫୋର୍ସ ଫେସବୁକରେ ପୋଷ୍ଟ କରି କହିଛନ୍ତି, "ୟୁକ୍ରେନ ସେନା ପାଖରେ ଏବେ ମଧ୍ୟ କୀଭର ନିୟନ୍ତ୍ରଣ ରହିଛି । ରାତିରେ ଋଷର ସେନା ଦ୍ୱାରା କୀଭର ବାହ୍ୟ ଅଞ୍ଚଳରୁବାରମ୍ୱାର  ଆକ୍ରମଣ କରାଯାଇଥିବା ଆକ୍ରମଣକୁ ପ୍ରତିହିତ କରାଯାଇଛି ।"

ଖବର ସରବରାହ ସଂସ୍ଥା ସିନ୍ହୁଆ ୟୁକ୍ରେନର ସ୍ଥାନୀୟ ଏଜେନ୍ସିରୁ ମିଳିଥିବା ସୂଚନା ଆଧାରରେ କହିଛି ଯେ, "ଋଷର ସୈନ୍ୟମାନେ କୌଣସି ପ୍ରମୁଖ ସହରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ଓ ୟୁକ୍ରେନ ସୈନ୍ୟମାନେ ଗତକାଲି ରାତିରେ ସମସ୍ତ ମୋର୍ଚ୍ଚାରୁ ଋଷର ସୈନ୍ୟଙ୍କୁ କଡ଼ା ଟକ୍କର ଦେଇଛନ୍ତି ।" ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଋଷ ସୈନ୍ୟମାନେ ଖାର୍କିଭ, କୀଭ ଏବଂ ଚେର୍ନିହାଇଭ ସମେତ ଅନେକ ସହରରେ ଏୟାର ଷ୍ଟ୍ରାଇକ୍ କରିଥିଲେ ମଧ୍ୟ ୟୁକ୍ରେନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକ୍ରମଣର ସାମ୍ନା କରୁଛନ୍ତି । 

ଅନ୍ୟପଟେ ରବିବାର ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେଙ୍କୋଭଙ୍କ ଅନୁଯାୟୀ, ଅପରେସନ୍ ଆରମ୍ଭ ହେବା ପରଠାରୁ ଋଷର ସଶସ୍ତ୍ର ବାହିନୀ ୟୁକ୍ରେନର ୯୭୫ ସାମରିକ ଭିତ୍ତିଭୂମି ବସ୍ତୁକୁ ନଷ୍ଟ କରିଦେଇଛି ।

ଏହା ବି ପଢ଼ନ୍ତୁ:-ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର

ଏହା ବି ପଢ଼ନ୍ତୁ:-ବୟଫ୍ରେଣ୍ଡ ସହ ରୋମାନ୍ସ କରୁଥିଲେ ଯୁବତୀ, ଯିବାକୁ ପଡିଲା ହସ୍ପିଟାଲ

ଏହା ବି ପଢ଼ନ୍ତୁ:-ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା

ଏହି ସମୟରେ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ  (Ukraine defense ministry) ଦାବି କରିଛି ଯେ, ଗତ ୪ ଦିନ ମଧ୍ୟରେ ଏହି ଯୁଦ୍ଧ ଯୋଗୁଁ ଋଷ ମଧ୍ୟ ଅନେକ କ୍ଷତି ସହିଛି । ସେ ଦାବି କରିଛି ଯେ, ଯୁଦ୍ଧ ସମୟରେ ୟୁକ୍ରେନ ସେନା ୨୯ ଯୁଦ୍ଧ ବିମାନ, ୨୯ ହେଲିକପ୍ଟର,  ୧୯୧ ଟ୍ୟାଙ୍କ, ୭୪ ତୋପ, ୮୧୬ ସଶସ୍ତ୍ର ଯୁଦ୍ଧ ଯାନ, ୧ ସାମ ବୁକ, ୨ଟି ଜାହାଜ/ ଡଙ୍ଗା, ୫ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଛି । ୟୁକ୍ରେନ ଦାବି କରିଛି ଯେ ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୧୧୬ ପିଲାଙ୍କ ସମେତ ୧୬୮୪ ଜଣ ଆହତ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ କେତେ ସୈନିକଙ୍କ ମୃତ୍ୟୁ ଘଟିଛି ତାହା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇ ନାହିଁ ।