ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା
Advertisement
Article Detail0/zeeodisha/odisha1109397

ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା

Russia-Ukraine War, Russian President Vladimir Putin: ଋଷର ରାଷ୍ଟ୍ରପତି ପୁଟିନ (Russian President Vladimir Putin) ନିଜ ପିତାମାତାଙ୍କ ପାଇଁ ଏକ 'ଚମତ୍କାର ଶିଶୁ' ଥିଲେ । ପିଲାଦିନରେ ଭ୍ଲାଦିମିର ପୁଟିନ  (Vladimir Putin) ତାଙ୍କଠାରୁ ବୟସରେ ବଡ଼ ପୁଅମାନଙ୍କ ସହିତ ଝଗଡ଼ା କରୁଥିଲେ । ସେଥିପାଇଁ ସେ ପିଲାଦିନେ ଜୁଡୋ ଶିଖିଥିଲେ । ସେପ୍ଟେମ୍ବର ୧୯୬୦ରୁ ସେ ତାଙ୍କ ଘର ନିକଟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ ୟୁନିଭର୍ସିଟିରୁ ଆଇନ ଅଧ୍ୟୟନ କରିଛନ୍ତି ।

ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା

ମସ୍କୋ: Russia-Ukraine War, Russian President Vladimir Putin: ଆମେରିକା (America) ସମେତ ନାଟୋ (NATO) ଦେଶଗୁଡିକର ଧମକକୁ ବେଖାତିର କରି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ଉପରେ ମିସାଇଲ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି । ଋଷର ସେନା (Russian Army) ବର୍ତ୍ତମାନ ୟୁକ୍ରେନର ରାଜଧାନୀ କୀଭ (Kiev) ରେ ପ୍ରବେଶ କରିଛି । ସୋଭିଏତ୍ ସଂଘ (Soviet Union) ଖଣ୍ଡ ବିଖଣ୍ଡିତ ହେବା ସମୟ ଠାରୁ ପୁଟିନ୍ ଭିତରେ ଏହି ପ୍ରତିଶୋଧର ନିଆଁ ଜଳୁଥିଲା । 

ସୋଭିଏତ୍ ସଂଘ (Soviet Union) ର ବିଲୋପ ପରେ କେଜିବି (KGB) ଗୁପ୍ତଚର ଥିବା ପୁଟିନ (Putin) ପୂର୍ବ ଜର୍ମାନୀ (East Germany) ରୁ ୨୦ ବର୍ଷ ପୁରୁଣା ୱାଶିଂ ମେସିନ୍ ନେଇ ଋଷର ଲେନିନଗ୍ରାଡ (Leningrad) କୁ ଆସିଥିଲେ । ସେବେଠାରୁ ପୁଟିନଙ୍କ ଭିତରେ ପ୍ରତିଶୋଧର ନିଆଁ ଜଳୁଥିଲା । ପୁଟିନ୍ ସୋଭିଏତ୍ ୟୁନିଅନର ବିଚ୍ଛିନ୍ନତାକୁ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଭୌଗୋଳିକ ବିପର୍ଯ୍ୟୟ ବୋଲି କହିଥିଲେ ।

ପୁଟିନ (Putin) ଙ୍କ ଉପରେ ନଜର ରଖିବା ପର୍ଯ୍ୟବେକ୍ଷକମାନେ ମନେ କରନ୍ତି ଯେ ୟୁକ୍ରେନ (Ukraine) ରେ ରକ୍ତାକ୍ତ ଯୁଦ୍ଧ ଆରମ୍ଭର ମଞ୍ଜି ୧୯୮୯ ମସିହାରେ ବର୍ଲିନ କାନ୍ଥ ଭାଙ୍ଗିବା ସମୟରେ ପୂର୍ବ ଜର୍ମାନୀର ଡେସଡେନରେ ବୁଣା ହୋଇସାରିଥିଲା । କେଜିବି (KGB) ଅଧିକାରୀ ପୁଟିନ ୩୮ ବର୍ଷ ବୟସରେ ଜର୍ମାନରୁ ସେଣ୍ଟ ପିଟର୍ସବର୍ଗକୁ ଯାଇଥିଲେ । ସେ ପ୍ରାୟ ୧୫ ବର୍ଷ ଗୁପ୍ତଚର ଭାବରେ କାର୍ଯ୍ୟ କରିଥିଲେ ଓ ସେହି ସମୟରେ ରୋଜଗାର ନାମରେ ତାଙ୍କର ମାତ୍ର ୨୦ ହଜାର ଟଙ୍କା ଥିଲା । ଋଷର ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଭ୍ଲାଦିମିର୍ ଭ୍ଲାଦିମିରୋଭିଚ୍ ପୁଟିନ୍ (ladimir Vladimirovich Putin) । ଭ୍ଲାଦିମିର୍ ରୋଭିଚ୍ ପୁଟିନ୍ ଓ ମାରିଆ ଇୱାନୋୱନାଙ୍କ ଘରେ ୭ ଅକ୍ଟୋବର ୧୯୫୨ରେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ହୋଇଥିଲା । ଯାହାଙ୍କ ନାମ ଭ୍ଲାଦିମିର ପୁଟିନ (Vladimir Putin) । ତାଙ୍କର ଜନ୍ମ ଲେନିନଗ୍ରାଡର ଏକ ବସ୍ତି ଅଞ୍ଚଳରେ ହୋଇଥିଲା । ଭ୍ଲାଦିମିର ପୁଟିନଙ୍କ ପୂର୍ବରୁ ତାଙ୍କର ଦୁଇ ସନ୍ତାନ ଶିଶୁ ଅବସ୍ଥାରେ କୌଣସି ରୋଗରେ ମୃତ୍ୟୁବରଣ କରିଥିଲେ ।

ପୁଟିନ (Vladimir Putin) ତାଙ୍କ ପିତାମାତା ଭ୍ଲାଦିମିର ଓ ମାରିଆ ପୁଟିନଙ୍କର ଏକମାତ୍ର ସନ୍ତାନ ଥିଲେ । ତାଙ୍କ ପିତା କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ ଓ ଏକ କମ୍ପାନୀରେ ଫୋରମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ । ମାରିଆ ସେହି ସମୟରେ ଏକ ଲ୍ୟାବ କ୍ଲିନର୍ ଥିଲେ । ଯେତେବେଳେ ନାଜି ସେନା ଲେନିନଗ୍ରାଡକୁ ଦଖଲ କଲା ସେତେବେଳେ ସେ ବଞ୍ଚି ଯାଇଥିଲେ । ପୁଟିନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ଥରେ ମୁଁ ଭୋକରେ ଅଚେତ୍ ହୋଇଯାଇଥିଲି । ଲୋକମାନେ ଭାବିଥିଲେ ଯେ ସେ ମରିଯାଇଛନ୍ତି ଓ ମୋ ମା’ଙ୍କ ମୃତଦେହ ପାଖରେ ରଖିଦେଇଥିଲେ ।

ଋଷର ରାଷ୍ଟ୍ରପତି ପୁଟିନ (Russian President Vladimir Putin) ନିଜ ପିତାମାତାଙ୍କ ପାଇଁ ଏକ 'ଚମତ୍କାର ଶିଶୁ' ଥିଲେ । ପିଲାଦିନରେ ଭ୍ଲାଦିମିର ପୁଟିନ (Vladimir Putin) ତାଙ୍କଠାରୁ ବୟସରେ ବଡ଼ ପୁଅମାନଙ୍କ ସହିତ ଝଗଡ଼ା କରୁଥିଲେ । ସେଥିପାଇଁ ସେ ପିଲାଦିନେ ଜୁଡୋ ଶିଖିଥିଲେ । ସେପ୍ଟେମ୍ବର ୧୯୬୦ରୁ ସେ ତାଙ୍କ ଘର ନିକଟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ ୟୁନିଭର୍ସିଟିରୁ ଆଇନ ଅଧ୍ୟୟନ କରିଛନ୍ତି ।

ଆଇନ ସ୍ନାତକ ପୁଟିନ୍ ୧୯୭୫ରେ ସୋଭିଏତ୍ ୟୁନିଅନର ଗୁଇନ୍ଦା ସଂସ୍ଥା କେଜିବି (Soviet Union's intelligence agency KGB) ରେ ଯୋଗ ଦେଇଥିଲେ ଓ ଋଷର ଗୁପ୍ତଚର ହୋଇଥିଲେ । ୧୯୮୦ ଦଶକରେ ତାଙ୍କୁ ଜର୍ମାନୀରେ ପୋଷ୍ଟ କରାଯାଇଥିଲା । ପୁଟିନ ୧୬ ବର୍ଷ ଗୁପ୍ତଚର ଭାବରେ କାର୍ଯ୍ୟ କରିଛନ୍ତି, ତା’ପରେ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ । 

୧୯୯୧ର ଶେଷ ଭାଗରେ ଯେତେବେଳେ ସୋଭିଏତ୍ ୟୁନିଅନ୍ (Soviet Union: USSR) ଖଣ୍ଡ ବିଖଣ୍ଡିତ ହେଲା ୨୫ ଡିସେମ୍ବର ୧୯୯୧ରେ ସୋଭିଏତ୍ ୟୁନିଅନର ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ (Mikhail Gorbachev) ନିଜ ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ଋଷର ନୂତନ ରାଷ୍ଟ୍ରପତି ବୋରିସ୍ ୟେଲଟସିନ୍ (Boris Yeltsin) କ୍ଷମତାକୁ ଆସିଲେ । 

ସୋଭିଏତ ସଂଘକୁ ଆନୁଷ୍ଠାନିକ ଭାବେ ଭାଙ୍ଗିଦେବା ଓ ଋଷର ରାଷ୍ଟ୍ରପତି ଭବନରେ ଋଷର ପତାକା ଉତ୍ତୋଳନ କଲାବେଳେ ବୋରିସ୍ ଓ ପୁଟିନ ଅଧିକ ନିକଟତର ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ିବା ଆରମ୍ଭ ହେଲା । ୧୧୯୯ରେ ୟେଲଟସିନ୍ ପୁଟିନ (Putin) ଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।

ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ଏହା ବି ପଢ଼ନ୍ତୁ:-OTT ରେ ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏସବୁ ଅଭିନେତ୍ରୀ, କେବଳ ଏକୁଟିଆରେ ଦେଖନ୍ତୁ ସେମାନଙ୍କର ୱେବ୍ ସିରିଜ୍

ଏହା ବି ପଢ଼ନ୍ତୁ:-ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ

ଏହା ବି ପଢ଼ନ୍ତୁ:-ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ

୩୧ ଡିସେମ୍ବର ୧୯୯୯ରେ ୟେଲଟସିନ୍ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ତା’ପରେ ପୁଟିନ (Putin) କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କଲେ । ୨୬ ମାର୍ଚ୍ଚ ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଥିଲେ । ଅର୍ଥାତ୍ ସମସ୍ତ ସମସ୍ୟାର ସାମ୍ନା କରି ଜଣେ ସାଧାରଣ ବାଳକ ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହୋଇସାରିଥିଲେ ।

୨୦୧୫ରେ ପୁଟିନ (Putin) କହିଥିଲେ ଯେ, 'ମୁଁ ୫୦ ବର୍ଷ ପୂର୍ବେ ଲେନିନଗ୍ରାଡର ରାସ୍ତାରୁ ଗୋଟିଏ ଶିକ୍ଷା ପାଇଥିଲି, ଯଦି କୌଣସି ଲଢ଼େଇ ଅପରିହାର୍ଯ୍ୟ, ତେବେ ଆପଣଙ୍କୁ ପ୍ରଥମେ ଆଘାତ କରିବା ଆବଶ୍ୟକ ।' ବୋଧହୁଏ ପୁଟିନ ବର୍ତ୍ତମାନ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ଏହି ନିୟମ ବ୍ୟବହାର କରୁଛନ୍ତି । ଅନେକ ଚେତାବନୀ ଦେବା ପରେ ଋଷର ରାଷ୍ଟ୍ରପତି ବର୍ତ୍ତମାନ ୟୁକ୍ରେନ ଉପରେ ଜୋରଦାର ବୋମା ବର୍ଷ କରିବା ଆରମ୍ଭ କରିଛନ୍ତି । ୟୁକ୍ରେନ ଖୁବ୍ ଶୀଘ୍ର ଋଷର ସୈନ୍ୟ ଦ୍ୱାରା ଅଧିକୃତ ହେବ ବୋଲି ମନେ କରାଯାଉଛି ।