ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର
Advertisement
Article Detail0/zeeodisha/odisha1111081

ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର

Russia-Ukraine War, Necluer War: ଆମେରିକା (America) କହିଛି ଯେ, ଋଷ (Russia) ନିଜର ଏହି ନିଷ୍ପତ୍ତି ମାଧ୍ୟମରେ ଭୟଭୀତ କରିବାକୁ ଚେଷ୍ଟା କରୁଛି । ୟୁକ୍ରେନ (Ukraine) ଓ ଋଷ ଯୁଦ୍ଧ ମଧ୍ୟରେ ମଧ୍ୟରେ ପରମାଣୁ ଅସ୍ତ୍ର (Nuclear Weapons) ର ଉଲ୍ଲେଖ ହେବା ପରେ କେଉଁ ଦେଶରେ କେତେ ପରମାଣୁ ଅସ୍ତ୍ର ଅଛି ତାହା ଉପରେ ପ୍ରଶ୍ନ ଉଙ୍କି ମାରୁଛି? ଖବର ସରବରାହ ସଂସ୍ଥା AFP ଦୁନିଆରେ ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶର ସଂଖ୍ୟା ଜାରି କରିଛି । ନ୍ୟୁଜ୍ ଏଜେନ୍ସି 'ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସ୍'ର ପରିସଂଖ୍ୟାନକୁ ଉଦ୍ଧୃତ କରିଛି । 

ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର

ନୂଆଦିଲ୍ଲୀ: Russia-Ukraine War, Necluer War: ୟୁକ୍ରେନ (Ukraine) ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ହେବାରେ ଲାଗିଛି । ଏହି ଯୁଦ୍ଧ ମଧ୍ୟରେ ଋଷ (Russia) ଓ ପାଶ୍ଚାତ୍ୟ ଦେଶ (Western Countries) ମଧ୍ୟରେ ମଧ୍ୟ ତିକ୍ତତା ବୃଦ୍ଧି ପାଉଛି । ରବିବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Valdimir Putin) ନିଜର ନ୍ୟୁକ୍ଲିୟର ଡିଟେରେନ୍ସ  ଫୋର୍ସ (Nuclear Deterrence Forces) କୁ ହାଇ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଆମେରିକା (US) ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । 

ଆମେରିକା (America) କହିଛି ଯେ, ଋଷ (Russia) ନିଜର ଏହି ନିଷ୍ପତ୍ତି ମାଧ୍ୟମରେ ଭୟଭୀତ କରିବାକୁ ଚେଷ୍ଟା କରୁଛି । ୟୁକ୍ରେନ (Ukraine) ଓ ଋଷ ଯୁଦ୍ଧ ମଧ୍ୟରେ ମଧ୍ୟରେ ପରମାଣୁ ଅସ୍ତ୍ର (Nuclear Weapons) ର ଉଲ୍ଲେଖ ହେବା ପରେ କେଉଁ ଦେଶରେ କେତେ ପରମାଣୁ ଅସ୍ତ୍ର ଅଛି ତାହା ଉପରେ ପ୍ରଶ୍ନ ଉଙ୍କି ମାରୁଛି? ଖବର ସରବରାହ ସଂସ୍ଥା AFP ଦୁନିଆରେ ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶର ସଂଖ୍ୟା ଜାରି କରିଛି । ନ୍ୟୁଜ୍ ଏଜେନ୍ସି 'ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସ୍'ର ପରିସଂଖ୍ୟାନକୁ ଉଦ୍ଧୃତ କରିଛି । 

ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି 

ଋଷ- ୫୯୭୭

ଆମେରିକା- ୫୪୨୮

ଚୀନ-୩୫୦

ଫ୍ରାନ୍ସ-୨୯୦

ବ୍ରିଟେନ- ୨୨୫

ପାକିସ୍ତାନ- ୧୬୫

ଇସ୍ରାଏଲ- ୯୦

ଉତ୍ତର କୋରିଆ -୨୦

ଋଷ ବଢ଼ାଇଲା ଟେନସନ୍

ରବିବାର ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଏବଂ ଜେନେରାଲ୍ ଷ୍ଟାଫ୍ ଭାଲେରୀ ଜେରାସିମୋଭଙ୍କ ସହ ରାଷ୍ଟ୍ରପତି ପୁଟିନ (Putin) ଏକ ବୈଠକ କରିଛନ୍ତି । ଏହି ସମୟରେ ପୁଟିନ କହିଛନ୍ତି ଯେ "ପାଶ୍ଚାତ୍ୟ ଦେଶଗୁଡିକ କେବଳ ଆମ ଦେଶ ବିରୁଦ୍ଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି, ବରଂ ନାଟୋର ପ୍ରମୁଖ ଦେଶର ନେତାମାନେ ଆମ ଦେଶ ଉପରେ ଆକ୍ରାମକ ବୟାନ ଦେଉଛନ୍ତି । ମୁଁ ଋଷର ସୈନ୍ୟବାହିନୀକୁ ସ୍ୱତନ୍ତ୍ର ଡ୍ୟୁଟିରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଉଛି ।" ନାଟୋ (NATO) ଦେଶଗୁଡ଼ିକର “ଆକ୍ରାମକ ବୟାନ”ର ଜବାବରେ ପୁଟିନ ନିଜର ସୈନ୍ୟକୁ ଋଷର ପରମାଣୁ ପ୍ରତିରୋଧକ ବାହିନୀକୁ ଅଧିକ ସତର୍କ ରଖବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ବୟଫ୍ରେଣ୍ଡ ସହ ରୋମାନ୍ସ କରୁଥିଲେ ଯୁବତୀ, ଯିବାକୁ ପଡିଲା ହସ୍ପିଟାଲ

ଏହା ବି ପଢ଼ନ୍ତୁ:-ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା

ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ଏହା ବି ପଢ଼ନ୍ତୁ:-OTT ରେ ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏସବୁ ଅଭିନେତ୍ରୀ, କେବଳ ଏକୁଟିଆରେ ଦେଖନ୍ତୁ ସେମାନଙ୍କର ୱେବ୍ ସିରିଜ୍

ଏହା ବି ପଢ଼ନ୍ତୁ:-ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ

ଋଷକୁ ଚେତାବନୀ ଦେଇଥିଲା ଫ୍ରାନ୍ସ 

ଦେଶର ଟେଲିଭିଜନ TF-1 ରେ ପୁଟିନ (Putin) ଙ୍କ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ଏକ ପ୍ରଶ୍ନର ଉତ୍ତରରେ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜାନ-ୟେଭସ୍ ଲେ ଡ୍ରିଆନ୍ କହିଛନ୍ତି ଯେ ଆଟଲାଣ୍ଟିକ୍ ଆଲାଏନ୍ସ (NATO) ଏକ ପରମାଣୁ ମେଣ୍ଟ । । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ଗତ ସପ୍ତାହରେ (ଗୁରୁବାର) ଋଷର ସୈନ୍ୟମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲଢ଼େଇରେ ଉଭୟ ଦେଶର ଶହ ଶହ ସୈନିକ ପ୍ରାଣ ହରାଇଛନ୍ତି ଓ ୟୁକ୍ରେନର ଶତାଧିକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।